ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ନବୀକରଣ, ଉପକୃତ ହେବେ ୭୦୪୧
ଭୁବନେଶ୍ୱର: ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ନବୀକରଣ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କୁ ଦିଆଯାଉଥିବା ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ୧ ସେପ୍ଟେମ୍ବର ୨୦୨୪ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର ୭୦୪୧ ସାମ୍ବାଦିକ ଏଥିରେ ଉପକୃତ ହେବେ। ବାର୍ଷିକ ପ୍ରିମିୟମ୍ ବାବଦକୁ ୮କୋଟି ୫୫ଲକ୍ଷ ୭୬ ହଜାର ୩୧୪ ଟଙ୍କାର ଚେକ୍ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ବୀମା କମ୍ପାନୀ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଛନ୍ତି।ନୂତନ ଭାବରେ ପଞ୍ଜିକୃତ ହେବାକୁ ଇଚ୍ଛୁକ ଥିବା ଆବେଦନକାରୀଙ୍କ ନିମନ୍ତେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବିଭାଗର ପୋର୍ଟାଲ ଖୋଲାଯିବ ଏବଂ ପଞ୍ଜିକରଣ ନିମନ୍ତେ ଏକ ମାସ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ସୂଚନାଯୋଗ୍ୟ, ପଞ୍ଜିକୃତ ସାମ୍ବାଦିକ ପୁନର୍ବାର ଆବେଦନ କରିବା ଆବଶ୍ୟକ ନାହିଁ।
ଭୁବନେଶ୍ୱର: ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ନବୀକରଣ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କୁ ଦିଆଯାଉଥିବା ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ୧ ସେପ୍ଟେମ୍ବର ୨୦୨୪ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର ୭୦୪୧ ସାମ୍ବାଦିକ ଏଥିରେ ଉପକୃତ ହେବେ।
ବାର୍ଷିକ ପ୍ରିମିୟମ୍ ବାବଦକୁ ୮କୋଟି ୫୫ଲକ୍ଷ ୭୬ ହଜାର ୩୧୪ ଟଙ୍କାର ଚେକ୍ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ବୀମା କମ୍ପାନୀ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଛନ୍ତି।
ନୂତନ ଭାବରେ ପଞ୍ଜିକୃତ ହେବାକୁ ଇଚ୍ଛୁକ ଥିବା ଆବେଦନକାରୀଙ୍କ ନିମନ୍ତେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବିଭାଗର ପୋର୍ଟାଲ ଖୋଲାଯିବ ଏବଂ ପଞ୍ଜିକରଣ ନିମନ୍ତେ ଏକ ମାସ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ସୂଚନାଯୋଗ୍ୟ, ପଞ୍ଜିକୃତ ସାମ୍ବାଦିକ ପୁନର୍ବାର ଆବେଦନ କରିବା ଆବଶ୍ୟକ ନାହିଁ।