ବାତ୍ୟା 'ଫେଙ୍ଗଲ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ତାମିଲନାଡ଼ୁ-ପୁଡୁଚେରୀରେ ପ୍ରବଳ ବର୍ଷା
ନୂଆଦିଲ୍ଲୀ: ପୁଡୁଚେରୀ ଉପକୂଳରେ ବାତ୍ୟା ଫେଙ୍ଗଲର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ଆଗାମୀ ତିନିରୁ ୪ ଘଣ୍ଟାରେ ତାମିଲନାଡ଼ୁ ଏବଂ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ । ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ତିନିରୁ ଚାରି ଘଣ୍ଟା ଲାଗିବ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ରହିବ । ଝଟକା ପବନ ବେଳେବେଳେ ୯୦ କିଲୋମିଟର ଯାଏ ପହଞ୍ଚିବ । ବାତ୍ୟା ଫେଙ୍ଗଲ ଯୋଗୁଁ ତାମିଲନାଡ଼ୁ, ପୁଡୁଚେରୀ ସମେତ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଚେନ୍ନାଇରେ ବିମାନ ଏବଂ ଟ୍ରେନ ସେବା ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ଏୟାରପୋର୍ଟର ଗୋଟିଏ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ପାଣିପାଗ ବିଭାଗ ଅନୁସାରେ ଚେନ୍ନାଇ, ଚେଙ୍ଗଲପଟ୍ଟୁ, ତିରୁବଲ୍ଲୁର, କାଞ୍ଚିପୁରମ, ବେଲ୍ଲୋର, ରାନୀପେଟ, ତିରୁପଥୁର, କୃଷ୍ଣାଗିରି, ଧର୍ମପୁରୀ, ତିରୁବନ୍ନାମଲାଇ, କଲ୍ଲାକୁରିଚି, ବିଲ୍ଲୁପୁରମ୍ ଏବଂ କୁଡ୍ଡାଲୋର ଜିଲ୍ଲାରେ ବାତ୍ୟାର ଅଧିକ ପ୍ରଭାବ ପଡ଼ିବ । #WATCH | Heavy rain and gusty winds witnessed in Puducherry as the effect of #CycloneFengal intensifies.As per IMD, the cyclone is to make landfall in the next few hours. pic.twitter.com/pfo3PCs6aV— ANI (@ANI) November 30, 2024ଆଇଏମଡିର ସୂଚନା ଅନୁସାର
ନୂଆଦିଲ୍ଲୀ: ପୁଡୁଚେରୀ ଉପକୂଳରେ ବାତ୍ୟା ଫେଙ୍ଗଲର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ଆଗାମୀ ତିନିରୁ ୪ ଘଣ୍ଟାରେ ତାମିଲନାଡ଼ୁ ଏବଂ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ । ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ତିନିରୁ ଚାରି ଘଣ୍ଟା ଲାଗିବ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ରହିବ । ଝଟକା ପବନ ବେଳେବେଳେ ୯୦ କିଲୋମିଟର ଯାଏ ପହଞ୍ଚିବ ।
ବାତ୍ୟା ଫେଙ୍ଗଲ ଯୋଗୁଁ ତାମିଲନାଡ଼ୁ, ପୁଡୁଚେରୀ ସମେତ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଚେନ୍ନାଇରେ ବିମାନ ଏବଂ ଟ୍ରେନ ସେବା ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ଏୟାରପୋର୍ଟର ଗୋଟିଏ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ପାଣିପାଗ ବିଭାଗ ଅନୁସାରେ ଚେନ୍ନାଇ, ଚେଙ୍ଗଲପଟ୍ଟୁ, ତିରୁବଲ୍ଲୁର, କାଞ୍ଚିପୁରମ, ବେଲ୍ଲୋର, ରାନୀପେଟ, ତିରୁପଥୁର, କୃଷ୍ଣାଗିରି, ଧର୍ମପୁରୀ, ତିରୁବନ୍ନାମଲାଇ, କଲ୍ଲାକୁରିଚି, ବିଲ୍ଲୁପୁରମ୍ ଏବଂ କୁଡ୍ଡାଲୋର ଜିଲ୍ଲାରେ ବାତ୍ୟାର ଅଧିକ ପ୍ରଭାବ ପଡ଼ିବ ।
#WATCH | Heavy rain and gusty winds witnessed in Puducherry as the effect of #CycloneFengal intensifies.
As per IMD, the cyclone is to make landfall in the next few hours. pic.twitter.com/pfo3PCs6aV— ANI (@ANI) November 30, 2024
ଆଇଏମଡିର ସୂଚନା ଅନୁସାରେ ବାତ୍ୟା ଫେଙ୍ଗଲ ସ୍ଥଳଭାବ ଛୁଇଁବା ପରେ ଏହା ମନ୍ଥର ଗତିରେ ଆଗକୁ ବଢିବ । ଯେଉଁଥି ପାଇଁ ଅଧିକ ବର୍ଷାର ସମ୍ଭାବନା ରହିଛି । ବତ୍ୟା ସ୍ଥଳଭାଗ ଅତିକ୍ରମ କରିବା ପରେ ଦୁଇ ଦିନ ଯାଏ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବତ୍ୟା ଫେଙ୍ଗଲକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନ ବନ୍ଦରରୁ ସମସ୍ତ ଉଡ଼ାଣକୁ ଡିସେମ୍ୱର ୧ ଅପରାହ୍ଣ ୪ଟା ଯାଏ ବାତିଲ କରାଯାଇଛି ।