ଦେଶର ସବୁଠାରୁ ବଡ଼ ଦୁର୍ନୀତିରେ ସାମିଲ ମହିଳା ଅରବପତି: ମୃତ୍ୟୁ ଯାଏ ଜେଲ୍ ଦଣ୍ଡ ଶୁଣାଇଲେ କୋର୍ଟ
ନୂଆଦିଲ୍ଲୀ: ଆରବପତିଙ୍କୁ ମୃତ୍ୟୁ ଯାଏ ଜେଲ୍। ଭିଏତନାମ ରିଏଲ-ଇଷ୍ଟେଟ୍ ଟାଇକୁନ୍ ଟ୍ରୁଅଙ୍ଗ ମାଇ ଲାନ୍ଙ୍କୁ ମୃତ୍ୟୁ ଯାଏ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ହୋ ଚି ମିନ୍ ସିଟିର ଏକ କୋର୍ଟ। ଭିଏତନାମ ମିଡିଆ ଅନୁସାରେ, ଦେଶର ସବୁଠାରୁ ବଡ଼ ଦୁର୍ନୀତି ମାମଲାରେ ଟ୍ରୁଅଙ୍ଗକୁ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ଦୁର୍ନୀତି ଅଭିଯୋଗରେ ୬୭ ବର୍ଷୀୟ ଲାନ୍ଙ୍କୁ ୨୦୨୨ରେ ଗିରଫ କରାଯାଇଥିଲା। ସେ ରିଏଲ୍ ଇଷ୍ଟେଟ୍ କମ୍ପାନୀ ଭାନ ଥିନ୍ହ ଫାଟ୍ କମ୍ପାନୀର ମାଲିକାଣୀ। ଲାନ ୧୨ ବିଲିଅନ ଆମେରିକୀୟ ଡଲାରର ଦୁର୍ନିୀତି କରିଥିବା ଅଭିଯୋଗ ହୋଇଛି। ଯାହା ଭିଏତନାମର ୨୦୨୨ ଜିଡିପିର ୩ ପ୍ରତିଶତ। ଭିଏତନାମ ଥାନ୍ହ ନିଏନ୍ ମିଡିଆରୁ ରିପୋର୍ଟ ନେଇ ଆସୋସିଏଟ୍ ପ୍ରେସ ଏହି ରିପୋର୍ଟ ପ୍ରକାଶ କରିଛି। ୨୦୧୨ରୁ ୨୦୨୨ ମଧ୍ୟରେ ଲାନ୍ ହଜାର ହଜାର ବେନାମୀ କମ୍ପାନୀ ମାଧ୍ୟମରେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇ ଟଙ୍କା ଉଠାଇବା ପାଇଁ ସାଇଗନ ଜଏଣ୍ଟ ଷ୍ଟକ୍ କମର୍ସିଆଲ୍ ବ୍ୟାଙ୍କକୁ ବେଆଇନ ଭାବେ ନିୟନ୍ତ୍ରଣକୁ ନେଇଥିଲେ। ଭିଏତ୍ନାମକୁ ଦୁର୍ନୀତି ମୁକ୍ତ କରିବା ପାଇଁ ୨୦୨୨ ଠାରୁ ବ୍ଲାଜିଂ ଫର୍ଣ୍ଣେସ୍ ନାମକ ଏକ ଅଭିଯାନ ଚଲାଯାଉଛି। ଏହି ଅଭିଯାନ୍ରେ ଦୁର୍ନୀତି କରିଥିବା ଶକ୍ତିଶାଳୀ ନେତାଙ୍କୁ ମଧ୍ୟ ଛଡ଼ାଯାଇ ନାହିଁ। ଏଥିରେ ଲାନ୍ ମଧ୍ୟ ବଳି ପଡ଼ିଛନ୍ତି। ପଢ଼ନ୍ତୁ-ଦୁର୍ନୀତି ବିରୋଧୀ ଅଭିଯାନ ଆରମ୍ଭ ହେବା ପରେ ଗତ ମାସରେ ଭୋ ବାନ ଥୌଙ୍ଗ କମ୍ପାନୀରୁ ଇସ
ନୂଆଦିଲ୍ଲୀ: ଆରବପତିଙ୍କୁ ମୃତ୍ୟୁ ଯାଏ ଜେଲ୍। ଭିଏତନାମ ରିଏଲ-ଇଷ୍ଟେଟ୍ ଟାଇକୁନ୍ ଟ୍ରୁଅଙ୍ଗ ମାଇ ଲାନ୍ଙ୍କୁ ମୃତ୍ୟୁ ଯାଏ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ହୋ ଚି ମିନ୍ ସିଟିର ଏକ କୋର୍ଟ। ଭିଏତନାମ ମିଡିଆ ଅନୁସାରେ, ଦେଶର ସବୁଠାରୁ ବଡ଼ ଦୁର୍ନୀତି ମାମଲାରେ ଟ୍ରୁଅଙ୍ଗକୁ ଦଣ୍ଡ ଶୁଣାଇଛନ୍ତି କୋର୍ଟ।
ଦୁର୍ନୀତି ଅଭିଯୋଗରେ ୬୭ ବର୍ଷୀୟ ଲାନ୍ଙ୍କୁ ୨୦୨୨ରେ ଗିରଫ କରାଯାଇଥିଲା। ସେ ରିଏଲ୍ ଇଷ୍ଟେଟ୍ କମ୍ପାନୀ ଭାନ ଥିନ୍ହ ଫାଟ୍ କମ୍ପାନୀର ମାଲିକାଣୀ। ଲାନ ୧୨ ବିଲିଅନ ଆମେରିକୀୟ ଡଲାରର ଦୁର୍ନିୀତି କରିଥିବା ଅଭିଯୋଗ ହୋଇଛି। ଯାହା ଭିଏତନାମର ୨୦୨୨ ଜିଡିପିର ୩ ପ୍ରତିଶତ। ଭିଏତନାମ ଥାନ୍ହ ନିଏନ୍ ମିଡିଆରୁ ରିପୋର୍ଟ ନେଇ ଆସୋସିଏଟ୍ ପ୍ରେସ ଏହି ରିପୋର୍ଟ ପ୍ରକାଶ କରିଛି।
୨୦୧୨ରୁ ୨୦୨୨ ମଧ୍ୟରେ ଲାନ୍ ହଜାର ହଜାର ବେନାମୀ କମ୍ପାନୀ ମାଧ୍ୟମରେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇ ଟଙ୍କା ଉଠାଇବା ପାଇଁ ସାଇଗନ ଜଏଣ୍ଟ ଷ୍ଟକ୍ କମର୍ସିଆଲ୍ ବ୍ୟାଙ୍କକୁ ବେଆଇନ ଭାବେ ନିୟନ୍ତ୍ରଣକୁ ନେଇଥିଲେ। ଭିଏତ୍ନାମକୁ ଦୁର୍ନୀତି ମୁକ୍ତ କରିବା ପାଇଁ ୨୦୨୨ ଠାରୁ ବ୍ଲାଜିଂ ଫର୍ଣ୍ଣେସ୍ ନାମକ ଏକ ଅଭିଯାନ ଚଲାଯାଉଛି। ଏହି ଅଭିଯାନ୍ରେ ଦୁର୍ନୀତି କରିଥିବା ଶକ୍ତିଶାଳୀ ନେତାଙ୍କୁ ମଧ୍ୟ ଛଡ଼ାଯାଇ ନାହିଁ। ଏଥିରେ ଲାନ୍ ମଧ୍ୟ ବଳି ପଡ଼ିଛନ୍ତି।
ପଢ଼ନ୍ତୁ-
ଦୁର୍ନୀତି ବିରୋଧୀ ଅଭିଯାନ ଆରମ୍ଭ ହେବା ପରେ ଗତ ମାସରେ ଭୋ ବାନ ଥୌଙ୍ଗ କମ୍ପାନୀରୁ ଇସ୍ତଫା ଦେଇଥିଲେ। ଭାନ ଥିଙ୍ଗ ଫାଟ୍ ଭିଏତ୍ନାମର ଏକ ବଡ଼ ରିଏଲ ଇଷ୍ଟେଟ୍ କମ୍ପାନୀ। ଏହି କମ୍ପାନୀ ବଡ଼ ବଡ଼ ପ୍ରୋଜେକ୍ଟ ଯଥା ଲଗ୍ଜୁରି ଆବାସିକ ସ୍ଥଳ, ଅଫିସ, ଶପି ସେଣ୍ଟର ଓ ହୋଟେଲ୍ କାମ କରିଥାଏ।
ସୂଚନା ଥାଉକି ଭିଏତ୍ନାମ ରପ୍ତାନୀ ପାଇଁ ଚୀନ ଉପରେ ନିର୍ଭର କମ୍ କରି ନିଜ ଦେଶରେ ନିବେଶ ଆକୃଷ୍ଟ କରିବାକୁ ଚାହୁଁଛି। ଏଥିପାଇଁ ଦୁର୍ନୀତି ସଫା କରିବା ସହ ନିବେଶ ପାଇ ରିଏଲ ଇଷ୍ଟେଟ୍ରେ କିଣାକିଣି ପାଇଁ ଭିଏତନାମ ଭଲ ଅଫର ମଧ୍ୟ ଦେଉଛି।