MROକୁ ସିଫ୍ଟ ହେଲା ବ୍ରିଟିଶ ନେଭିର F-35 ଯୁଦ୍ଧ ବିମାନ, ମରାମତି ପାଇଁ ପହଞ୍ଚିଲେ ଟେକ୍ନିକାଲ ଏକ୍ସପର୍ଟ
ତିରୁଅନନ୍ତପୁରମ ୭।୭: କେରଳ ତିରଅନନ୍ତପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଛିଡା ହୋଇ ରହିଥିବା ବ୍ରିଟିଶ ରୟାଲ ନେଭିର ଏଫ-୩୫(ବି) ଯୁଦ୍ଧବିମାନକୁ ରବିବାର ମେଣ୍ଟେନାନ୍ସ ରିପ୍ୟାର ଆଣ୍ଡ ଓଭର ହୋଲ (ଏମଆରଓ) କୁ ସିଫ୍ଟ ହୋଇଛି। ବ୍ରିଟେନ ରୟାଲ ଏୟାରଫୋର୍ସର ଟେକ୍ନିକାଲ ଟିମ୍ ଏହାକୁ ମରାମତି କରି ଫେରସ୍ତ ନେଇଯିବାକୁ ଉଦ୍ୟମ କରିବେ। ଏଥି ପାଇଁ ଏକ ଟେକ୍ନିକାଲ ଏକ୍ସପର୍ଟଙ୍କ ଟିମ୍ ବିମାନ ବନ୍ଦରକୁ ପହଞ୍ଚିଛି। ବ୍ରିଟିଶ ରୟାଲ ଏୟାରଫୋର୍ସର ଏୟାରବସ୍ ଏ୪୦୦ଏମ ଆଟଲାସ୍ ଟେକ୍ନିକାଲ ଟିମ୍ କୁ ନେଇ ରବିବାର ତିରୁଅନନ୍ତପୁରମ ଏୟାରପୋର୍ଟରେ ଅବତରଣ କରିଛି। ଏଫ-୩୫ ଏ ପର୍ଯ୍ୟନ୍ତ ଏୟାରପୋର୍ଟର ବେ-୪ରେ ଛିଡା ହୋଇ ରହିଥିଲା ଓ ସିଆଇଏସଏଫ ଦିନରାତି ୨୪ ଘଣ୍ଟା ବିମାନକୁ ସୁରକ୍ଷା ଯୋଗାଇ ଦେଇଥିଲା। ତେବେ ବିମାନକୁ ସଜାଡି ପୁଣି ଫେରାଇ ନେବା ପାଇଁ ଭାରତୀୟ ବାୟୁସେନା ବ୍ରିଟିଶ ଏୟାରଫୋର୍ସର ଟେକ୍ନିକାଲ ଟିମ୍ କୁ ସହଯୋଗ କରୁଛି। #WATCH | Thiruvananthapuram, Kerala: Stranded F-35B British fighter jet being moved to the hangar from its grounded position.A team of technical experts on board the British Royal Air Force Airbus A400M Atlas arrived at the Thiruvananthapuram International Airport to assess the… pic.twitter.com/bL9pGrJzIs— ANI (@ANI) July 6, 2025ଆଶ
ତିରୁଅନନ୍ତପୁରମ ୭।୭: କେରଳ ତିରଅନନ୍ତପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଛିଡା ହୋଇ ରହିଥିବା ବ୍ରିଟିଶ ରୟାଲ ନେଭିର ଏଫ-୩୫(ବି) ଯୁଦ୍ଧବିମାନକୁ ରବିବାର ମେଣ୍ଟେନାନ୍ସ ରିପ୍ୟାର ଆଣ୍ଡ ଓଭର ହୋଲ (ଏମଆରଓ) କୁ ସିଫ୍ଟ ହୋଇଛି। ବ୍ରିଟେନ ରୟାଲ ଏୟାରଫୋର୍ସର ଟେକ୍ନିକାଲ ଟିମ୍ ଏହାକୁ ମରାମତି କରି ଫେରସ୍ତ ନେଇଯିବାକୁ ଉଦ୍ୟମ କରିବେ। ଏଥି ପାଇଁ ଏକ ଟେକ୍ନିକାଲ ଏକ୍ସପର୍ଟଙ୍କ ଟିମ୍ ବିମାନ ବନ୍ଦରକୁ ପହଞ୍ଚିଛି।
ବ୍ରିଟିଶ ରୟାଲ ଏୟାରଫୋର୍ସର ଏୟାରବସ୍ ଏ୪୦୦ଏମ ଆଟଲାସ୍ ଟେକ୍ନିକାଲ ଟିମ୍ କୁ ନେଇ ରବିବାର ତିରୁଅନନ୍ତପୁରମ ଏୟାରପୋର୍ଟରେ ଅବତରଣ କରିଛି। ଏଫ-୩୫ ଏ ପର୍ଯ୍ୟନ୍ତ ଏୟାରପୋର୍ଟର ବେ-୪ରେ ଛିଡା ହୋଇ ରହିଥିଲା ଓ ସିଆଇଏସଏଫ ଦିନରାତି ୨୪ ଘଣ୍ଟା ବିମାନକୁ ସୁରକ୍ଷା ଯୋଗାଇ ଦେଇଥିଲା। ତେବେ ବିମାନକୁ ସଜାଡି ପୁଣି ଫେରାଇ ନେବା ପାଇଁ ଭାରତୀୟ ବାୟୁସେନା ବ୍ରିଟିଶ ଏୟାରଫୋର୍ସର ଟେକ୍ନିକାଲ ଟିମ୍ କୁ ସହଯୋଗ କରୁଛି।
#WATCH | Thiruvananthapuram, Kerala: Stranded F-35B British fighter jet being moved to the hangar from its grounded position.
A team of technical experts on board the British Royal Air Force Airbus A400M Atlas arrived at the Thiruvananthapuram International Airport to assess the… pic.twitter.com/bL9pGrJzIs— ANI (@ANI) July 6, 2025
ଆଶ୍ଚର୍ଯ୍ୟର କଥା ବ୍ରିଟିଶ ରୟାଲ ନେଭି କେରଳର ମୌସୁମୀ ବର୍ଷାରେ ରନୱେ ଉପରେ ଛିଡା ହୋଇ ରହିଥିବା ଯୁଦ୍ଧ ବିମାନକୁ ଇଣ୍ଡିଆନ ଏୟାରଲାଇନ୍ସର ହ୍ୟାଙ୍ଗର ଉପଲବ୍ଧ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ପ୍ରସ୍ତାବକୁ ବ୍ରିଟିଶ ନେଭି ପ୍ରତ୍ୟାକ୍ଷାନ କରିଦେଇଥିଲା। କିନ୍ତୁ ପରେ ପ୍ରସ୍ତାବକୁ ସ୍ୱୀକାର କରିଥିଲେ ହେଁ ହ୍ୟାଙ୍ଗରକୁ ଏ ପର୍ଯ୍ୟନ୍ତ ନିଆଯାଇ ନଥିଲା। ବରଂ ଆଜି ଟେକ୍ନିକାଲ ଟିମ୍ ପହଞ୍ଚିବା ପରେ ବିମାନଟି ଏମଆରଓକୁ ଯାଇଛି।
ଏଫ-୩୫ ଯୁଦ୍ଧବିମାନ ବର୍ତ୍ତମାନ ସମୟରୁ ସବୁଠୁ ଉନ୍ନତ ଲଢୁଆ ବିମାନ ଭାବେ ଗଣାଯାଉଛି। ଏହାକୁ କମ ଦୂରତାରେ ଟେକଅଫ ଓ ଭର୍ଟିକାଲ ଲ୍ୟାଣ୍ଡିଂ ପାଇଁ ତିଆରି କରାଯାଇଛି। ଯାହାଦ୍ୱାରା ଏହି ବିମାନଗୁଡିକ ସାମୁଦ୍ରିକ ଯୁଦ୍ଧପୋତ ଓ ଫରୱାର୍ଡ ବେସ୍ ରୁ ଅପରେଟ ହୋଇ ପାରୁଛି। ଏହି ଫାଇଟର ଜେଟ୍ ର ମୂଲ୍ୟ ଏବେ ୧୧୦ ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୯୦୦ କୋଟି ଟଙ୍କା।