ମୁରଲୀପାଲି ଏଏଚଏସଏସ ଛାତ୍ର ବିମଳ ଦେହେରି ଜିଲ୍ଲା ସ୍ତରୀୟ ଟପ୍ପର
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ ମୁରଲୀପାଲି ଏଏଚଏସଏସ ଛାତ୍ର ଜିଲ୍ଲା ସ୍ତରୀୟ ଟପ୍ପର ଝାରସୁଗୁଡା ୨୭/୫ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ଚାରପାଲି ପଞ୍ଚାୟତ ଅନ୍ତର୍ଗତ ମୁରଲୀପାଲି ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦଶମ ବୋର୍ଡ ପରୀକ୍ଷାରେ ଚଳିତ ବର୍ଷ ରେକର୍ଡ ସଫଳତା ଲାଭ କରିଛି l ବିଦ୍ୟାଳୟର ସମୁଦାୟ ୬୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ଏ-୧ ରେ ୩ […] The post ମୁରଲୀପାଲି ଏଏଚଏସଏସ ଛାତ୍ର ବିମଳ ଦେହେରି ଜିଲ୍ଲା ସ୍ତରୀୟ ଟପ୍ପର appeared first on Odisha.News.
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ
ମୁରଲୀପାଲି ଏଏଚଏସଏସ ଛାତ୍ର ଜିଲ୍ଲା ସ୍ତରୀୟ ଟପ୍ପର
ଝାରସୁଗୁଡା ୨୭/୫ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ଚାରପାଲି ପଞ୍ଚାୟତ ଅନ୍ତର୍ଗତ ମୁରଲୀପାଲି ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦଶମ ବୋର୍ଡ ପରୀକ୍ଷାରେ ଚଳିତ ବର୍ଷ ରେକର୍ଡ ସଫଳତା ଲାଭ କରିଛି l ବିଦ୍ୟାଳୟର ସମୁଦାୟ ୬୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ଏ-୧ ରେ ୩ ଜଣ, ଏ-୨ ରେ ୬ ଜଣ,ବି-୧ ରେ ୧୧ ଜଣ, ବି-୨ ରେ ୧୪ ଜଣ, “ସି” ଗ୍ରେଡ଼ରେ ୨୧ ଜଣ,” ଡି” ଗ୍ରେଡ଼ରେ ୮ ଜଣ, ଏବଂ “ଇ” ଗ୍ରେଡ଼ରେ ୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି l ଲଖନପୁର ବ୍ଲକ ଚାରପାଲି ପଞ୍ଚାୟତ ନୂଆଡ଼ିହି ଗ୍ରାମର ଲଳିତ ଦେହେରୀ ଓ ମାତା ଶ୍ରୀମତୀ ଦେହେରୀଙ୍କ ସୁପୁତ୍ର ବିମଳ ଦେହେରି ସମୁଦାୟ ୬୦୦ ରୁ ୫୫୯ ମାର୍କ ରଖି ଝାରସୁଗୁଡା ଜିଲ୍ଲାରେ ଟପ୍ପର ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି l ଉକ୍ତ ବିଦ୍ୟାଳୟର ଖେଳ ଶିକ୍ଷକ ବିମଳ ତାଣ୍ଡିଙ୍କ କଠିଣ ପରିଶ୍ରମ ବଳରେ କ୍ରୀଡା କ୍ଷେତ୍ରରେ ଏବଂ ବରିଷ୍ଠ ଶିକ୍ଷକ ସୁବଳ ଦେହେରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିକ୍ଷା କ୍ଷେତ୍ରରେ ଅନୁଷ୍ଠାନଟି ଆଗେଇ ଚାଲିଛି l
୧୯ ଖଣ୍ଡ ମୌଜା ଅଞ୍ଚଳରେ ଗାନ୍ଧୀ ଭାବେ ସର୍ବ ପରିଚିତ ସ୍ବର୍ଗତ ଭାସ୍କର ପଧାନ ଏବଂ ଅଞ୍ଚଳବାସୀଙ୍କ ସାମୁହିକ ପ୍ରଚେଷ୍ଟାରେ ୧୯୬୭ ମସିହାରେ ମୁରଲୀପାଲି ଆଞ୍ଚଳିକ ଶିକ୍ଷାନୁଷ୍ଠାନ ଟି ପ୍ରତିଷ୍ଠିତ ହୋଇଥିଲା ଏବଂ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ଯୋଗୁଁ ରାଜ୍ୟ ସରକାର ୨୦୨୩ ଶିକ୍ଷାବର୍ଷରେ ମୁରଲିପାଲି ଆଞ୍ଚଳିକ ହାଇସ୍କୁଲକୁ ଅପଗ୍ରେଡ଼ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସ୍ୱୀକୃତି ପ୍ରଦାନ କରିଥିଲେ l ଏଭଳି ସଫଳତା ପାଇଁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି l
The post ମୁରଲୀପାଲି ଏଏଚଏସଏସ ଛାତ୍ର ବିମଳ ଦେହେରି ଜିଲ୍ଲା ସ୍ତରୀୟ ଟପ୍ପର appeared first on Odisha.News.