ଧୋନିଙ୍କ ନାଁରେ ସାଂଘାତିକ ମାମଲା ରୁଜୁ, କୋଟି କୋଟି ଟଙ୍କାର ଠକେଇ…
ନୂଆଦିଲ୍ଲୀ,୧୧।୮: ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି ଏବେ ଚର୍ଚ୍ଚାରେ। ତାଙ୍କ ନାଁରେ ରୁଜୁ ହୋଇଛି ସାଂଘାତିକ ମାମଲା। କୋଟିକୋଟି ଟଙ୍କା ଠକେଇ ଅଭିଯୋଗରେ ତାଙ୍କ ନାଁରେ ଅଭିଯୋଗ ହୋଇଛି। ବିସିସିଆଇ ଅଧିକାରୀଙ୍କ ନିକଟକୁ ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ଅଭିଯୋଗ ଆସିଛି। ବିସିସିଆଇର ନିୟମ ୩୯ ଅନୁଯାୟୀ ବୋର୍ଡର ଏଥିକ୍ସ କମିଟି ପାଖରେ ଏହି ଅଭିଯୋଗ ଦାଖଲ କରାଯାଇଛି। ଘଟଣା ହେଉଛି, ଉତ୍ତରପ୍ରଦେଶର ଆମେଥୀ ଜିଲାର ବାସିନ୍ଦା ରାଜେଶ କୁମାର […] The post ଧୋନିଙ୍କ ନାଁରେ ସାଂଘାତିକ ମାମଲା ରୁଜୁ, କୋଟି କୋଟି ଟଙ୍କାର ଠକେଇ… appeared first on Dharitri Odia News.
ନୂଆଦିଲ୍ଲୀ,୧୧।୮: ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି ଏବେ ଚର୍ଚ୍ଚାରେ। ତାଙ୍କ ନାଁରେ ରୁଜୁ ହୋଇଛି ସାଂଘାତିକ ମାମଲା। କୋଟିକୋଟି ଟଙ୍କା ଠକେଇ ଅଭିଯୋଗରେ ତାଙ୍କ ନାଁରେ ଅଭିଯୋଗ ହୋଇଛି। ବିସିସିଆଇ ଅଧିକାରୀଙ୍କ ନିକଟକୁ ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ଅଭିଯୋଗ ଆସିଛି। ବିସିସିଆଇର ନିୟମ ୩୯ ଅନୁଯାୟୀ ବୋର୍ଡର ଏଥିକ୍ସ କମିଟି ପାଖରେ ଏହି ଅଭିଯୋଗ ଦାଖଲ କରାଯାଇଛି।
ଘଟଣା ହେଉଛି, ଉତ୍ତରପ୍ରଦେଶର ଆମେଥୀ ଜିଲାର ବାସିନ୍ଦା ରାଜେଶ କୁମାର ମୌର୍ଯ୍ୟ ଏହି ଅଭିଯୋଗ କରିଛନ୍ତି। ଏହି ଅଭିଯୋଗରେ ୧୫ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଯାହାକି ଭାରତୀୟ କ୍ରିକେଟର ଏମଏସ ଧୋନିଙ୍କ ଦ୍ୱାରା ରାଞ୍ଚିର ସିଭିଲ କୋର୍ଟରେ ମିହିର ଦିୱାକର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦାଖଲ କରାଯାଇଥିଲା। ବିସିସିଆଇର ଏଥିକ୍ସ କମିଟି ଅଗଷ୍ଟ ୩୦ସୁଦ୍ଧା ଧୋନିଙ୍କଠାରୁ ଯବାବ ମାଗିଛି। ଏହା ବ୍ୟତୀତ ରାଜେଶ କୁମାର ମୌର୍ଯ୍ୟଙ୍କୁ 16 ସେପ୍ଟେମ୍ବର ସୁଦ୍ଧା ଯବାବ ଦେବାକୁ କୁହାଯାଇଛି।
ରାଞ୍ଚି ସିଭିଲ କୋର୍ଟରେ ମିହିର ଦିୱାକର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏମଏସ ଧୋନି ଏକ ଠକେଇ ମାମଲା ଦାୟର କରିଛନ୍ତି। ଏଥିରେ ମିହିରଙ୍କ ବ୍ୟତୀତ ଧୋନିଙ୍କ ସହ ବ୍ୟବସାୟ କରୁଥିବା ସୋମିଆ ଦାସ ଏବଂ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ ବିରୋଧରେ ଠକେଇ ଅଭିଯୋଗ ଆସିଥିଲା। କୁହାଯାଇଥିଲା ଯେ ଧୋନିଙ୍କ ସହ ୧୫ କୋଟି ଟଙ୍କା ଠକେଇ କରାଯାଇଛି।
The post ଧୋନିଙ୍କ ନାଁରେ ସାଂଘାତିକ ମାମଲା ରୁଜୁ, କୋଟି କୋଟି ଟଙ୍କାର ଠକେଇ… appeared first on Dharitri Odia News.