ହିନ୍ଦୀ ଭାଷାକୁ ନେଇ ବଡ଼ କଥା କହିଦେଲେ ଆର୍ ଅଶ୍ୱିନ୍: ଦେଶରେ ହଲ୍ଚଲ୍
ନୂଆଦିଲ୍ଲୀ,୧୧।୧:କେନ୍ଦ୍ର ସରକାର ହିନ୍ଦୀ ଭାଷାର ପ୍ରସାର ଉପରେ ଜୋର୍ ଦେଉଥିବାବେଳେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଏହାର ଦୃଢ଼ ବିରୋଧ କରିଆସୁଛନ୍ତି। ଶେଷରେ କ୍ରିକେଟର ରବିଚନ୍ଦ୍ରନ୍ ଅଶ୍ୱିନ ମଧ୍ୟ ହିନ୍ଦୀ ବିରୋଧୀ ଅଭିଯାନରେ ନିଜକୁ ସାମିଲ କରିଛନ୍ତି। ହିନ୍ଦୀ ଭାରତର ରାଷ୍ଟ୍ରଭାଷା ନୁହେଁ ବୋଲି ଅଶ୍ୱିନୀ ମନ୍ତବ୍ୟ ଦେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। ତାମିଲନାଡୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସ୍ନାତକ ଉତ୍ସବରେ ଯୋଗଦେଇ କ୍ରିକେଟର କହିଥିଲେ, ହିନ୍ଦୀ ଆମ ରାଷ୍ଟ୍ରଭାଷା ନୁହେଁ, ଏକ ସରକାରୀ ଭାଷା। ତାଙ୍କର […] The post ହିନ୍ଦୀ ଭାଷାକୁ ନେଇ ବଡ଼ କଥା କହିଦେଲେ ଆର୍ ଅଶ୍ୱିନ୍: ଦେଶରେ ହଲ୍ଚଲ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୧:କେନ୍ଦ୍ର ସରକାର ହିନ୍ଦୀ ଭାଷାର ପ୍ରସାର ଉପରେ ଜୋର୍ ଦେଉଥିବାବେଳେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଏହାର ଦୃଢ଼ ବିରୋଧ କରିଆସୁଛନ୍ତି। ଶେଷରେ କ୍ରିକେଟର ରବିଚନ୍ଦ୍ରନ୍ ଅଶ୍ୱିନ ମଧ୍ୟ ହିନ୍ଦୀ ବିରୋଧୀ ଅଭିଯାନରେ ନିଜକୁ ସାମିଲ କରିଛନ୍ତି। ହିନ୍ଦୀ ଭାରତର ରାଷ୍ଟ୍ରଭାଷା ନୁହେଁ ବୋଲି ଅଶ୍ୱିନୀ ମନ୍ତବ୍ୟ ଦେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। ତାମିଲନାଡୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସ୍ନାତକ ଉତ୍ସବରେ ଯୋଗଦେଇ କ୍ରିକେଟର କହିଥିଲେ, ହିନ୍ଦୀ ଆମ ରାଷ୍ଟ୍ରଭାଷା ନୁହେଁ, ଏକ ସରକାରୀ ଭାଷା। ତାଙ୍କର ଏହି ମନ୍ତବ୍ୟ ବିତର୍କ ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ତାମିଲନାଡୁ ଭାଜପା ସଭାପତି କେ.ଆନ୍ନାମଲାଇ କ୍ରିକେଟର ଅଶ୍ୱିନଙ୍କ ମନ୍ତବ୍ୟକୁ ଯୁକ୍ତିଯୁକ୍ତ ଦର୍ଶାଇ ସମର୍ଥନ ଜଣାଇଛନ୍ତି।
ତାମିଲନାଡୁରେ ହିନ୍ଦୀକୁ ତୀବ୍ର ବିରୋଧ କରାଯାଇଥାଏ। ଉତ୍ସବରେ ଯୋଗଦେଇଥିବା ଛାତ୍ରୀଛାତ୍ର ଇଂଲିଶ କିମ୍ବା ତାମିଲରେ ପ୍ରଶ୍ନ କରିବାକୁ ପସନ୍ଦ କରନ୍ତି ନା ହିନ୍ଦୀରେ ପଚାରିବାକୁ ଚାହିଁବେ ବୋଲି ଅଶ୍ୱିନୀ ଜାଣିବାକୁ ଚାହିଁଥିଲେ। ଅଧିକାଂଶ ଇଂଲିଶ ଏବଂ ତାମିଲରେ କହିବାକୁ ଚାହାନ୍ତି ବୋଲି ଉଚ୍ଚ ସ୍ବରରେ କହିଥିଲେ। ତେବେ ହିନ୍ଦୀରେ କେହି ପ୍ରଶ୍ନ କରିବାକୁ ଚାହାନ୍ତି କି ପଚରାଯିବାରୁ ହଠାତ୍ ସମସ୍ତେ ନୀରବ ହୋଇଯାଇଥିଲେ। ହିନ୍ଦୀ ଆମର ଜାତୀୟ ଭାଷା ନୁହେଁ, ବରଂ ଏହାକୁ ଏକ ସରକାରୀ ଭାଷା କୁହାଯିବା ଆବଶ୍ୟକ ବୋଲି ଅଶ୍ୱିନୀ ତାମିଲରେ କହିଥିଲେ। ତାମିଲନାଡୁର ଶାସକ ଡିଏମ୍କେ ସମେତ ବିରୋଧୀ ଦଳଗୁଡ଼ିକ ଅନେକ ସମୟରେ ହିନ୍ଦୀକୁ ବିରୋଧ କରି ମନ୍ତବ୍ୟ ଦେଇଆସିଛନ୍ତି। ଅଣହିନ୍ଦୀଭାଷୀ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ କେନ୍ଦ୍ର ସରକାର ହିନ୍ଦୀ ଭାଷାକୁ ଲଦିଦେବାକୁ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଆସୁଛନ୍ତି।
The post ହିନ୍ଦୀ ଭାଷାକୁ ନେଇ ବଡ଼ କଥା କହିଦେଲେ ଆର୍ ଅଶ୍ୱିନ୍: ଦେଶରେ ହଲ୍ଚଲ୍ appeared first on Dharitri Odia News.