ଓମଫେଡ ଉତ୍ପାଦର ଚାହିଦା ବଢୁଛି ଭବାନୀପାଟଣାରେ ରାଷ୍ଟ୍ରୀୟ ଗୋଦୁଗ୍ଧ ଦିବସ ପାଳିତ

ଭବାନୀପାଟଣା, ୨୭/୧୧ (ଜଗନ୍ନାଥ ନାଏକ) : ଓଡିଶାର ନିଜସ୍ୱ ଓ ଲୋକପ୍ରିୟ ବ୍ରାଣ୍ଡ ଓମଫେଡ ଦ୍ୱାରା ଉତ୍ପାଦିତ ବିଭିନ୍ନ ଦ୍ରବ୍ୟର ଚାହିଦା ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଓମଫେଡ ଦ୍ୱାରା ରାଜ୍ୟର ୧୧ଟି ସ୍ଥାନରେ ୧୧ଟି ପ୍ଲାଣ୍ଟ ରହିଥିବାବେଳେ ସେଥିମଧ୍ୟରୁ ଭବାନୀପାଟଣାଠାରେ ୨୦୦୪ ମସିହାରେ ସ୍ଥାପିତ ଦୁଗ୍ଧ ଉତ୍ପାଦନ ଓ ପ୍ରକ୍ରିୟାକରଣ ପ୍ରକଳ୍ପ ଉପରେ ଆଶାତୀତ ଭାବେ ଗ୍ରାହକଙ୍କ ଭରସା ବଢ଼ିବାରେ ଲାଗିଛି। ଏହିପରି ଭାବେ କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ହଜାର ହଜାର […] The post ଓମଫେଡ ଉତ୍ପାଦର ଚାହିଦା ବଢୁଛି ଭବାନୀପାଟଣାରେ ରାଷ୍ଟ୍ରୀୟ ଗୋଦୁଗ୍ଧ ଦିବସ ପାଳିତ appeared first on Odisha.News.

ଓମଫେଡ ଉତ୍ପାଦର ଚାହିଦା ବଢୁଛି ଭବାନୀପାଟଣାରେ ରାଷ୍ଟ୍ରୀୟ ଗୋଦୁଗ୍ଧ ଦିବସ ପାଳିତ

ଭବାନୀପାଟଣା, ୨୭/୧୧ (ଜଗନ୍ନାଥ ନାଏକ) : ଓଡିଶାର ନିଜସ୍ୱ ଓ ଲୋକପ୍ରିୟ ବ୍ରାଣ୍ଡ ଓମଫେଡ ଦ୍ୱାରା ଉତ୍ପାଦିତ ବିଭିନ୍ନ ଦ୍ରବ୍ୟର ଚାହିଦା ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଓମଫେଡ ଦ୍ୱାରା ରାଜ୍ୟର ୧୧ଟି ସ୍ଥାନରେ ୧୧ଟି ପ୍ଲାଣ୍ଟ ରହିଥିବାବେଳେ ସେଥିମଧ୍ୟରୁ ଭବାନୀପାଟଣାଠାରେ ୨୦୦୪ ମସିହାରେ ସ୍ଥାପିତ ଦୁଗ୍ଧ ଉତ୍ପାଦନ ଓ ପ୍ରକ୍ରିୟାକରଣ ପ୍ରକଳ୍ପ ଉପରେ ଆଶାତୀତ ଭାବେ ଗ୍ରାହକଙ୍କ ଭରସା ବଢ଼ିବାରେ ଲାଗିଛି। ଏହିପରି ଭାବେ କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ହଜାର ହଜାର ଚାଷୀ ଓ ଗୋପାଳକଙ୍କଠାରୁ ଦୁଗ୍ଧ ସଂଗ୍ରହ କରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପ୍ରକ୍ରିୟାକରଣ କରାଯାଇ ଦୁଗ୍ଧର ବିଭିନ୍ନ ଉତ୍ପାଦ ବଜାରକୁ ଛଡାଯାଉଛି। କଳାହାଣ୍ଡି ଜିଲ୍ଲାରେ ଏହାର ବେଶ ଚାହିଦା ଥିବାବେଳେ ୨୦ରୁ ଅଧିକ ପ୍ରକାରର ଉତ୍ପାଦ ଏବେ କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରେ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି। ସେହିପରି ଭବାନୀପାଟଣା ସ୍ଥିତ ପ୍ଲାଣ୍ଟରେ ଦୈନିକ ୩୦ ହଜାର ଲିଟର ଗୋଦୁଗ୍ଧ ପ୍ରକ୍ରିୟାକରଣ କରାଯାଉଛି। ଆଗାମୀ ଦିନରେ ଜିଲ୍ଲାର ପ୍ରତିଟି ଘରେ ଓମଫେଡ ଉତ୍ପାଦ ପହଞ୍ଚାଇବା ଆମର ଏକମାତ୍ର ଲକ୍ଷ୍ୟ ବୋଲି ଆଜି ଭବାନୀପାଟଣାସ୍ଥିତ ଓମଫେଡ ପ୍ଲାଣ୍ଟ ପରିସରରେ ଆୟୋଜିତ ରାଷ୍ଟ୍ରୀୟ ଗୋଦୁଗ୍ଧ ଦିବସ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏହା ସହିତ ପୁରପଲ୍ଲୀରୁ ଆରମ୍ଭ କରି ପୂରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଓମଫେଡ ଉତ୍ପାଦର ବିଶ୍ୱସନୀୟତା ରହିଛି ଏବଂ ଶିଶୁ କିଶୋରଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାଙ୍କ ପର୍ଯ୍ୟନ୍ତ ଏହାର ପ୍ରତିଟି ଉତ୍ପାଦ ହିତକର ଓ ଲାଭଦାୟକ ବୋଲି ଅତିଥି ମାନେ ପ୍ରକାଶ କରିଛନ୍ତି। ଭାରତରେ ଦୁଗ୍ଧବନ୍ୟା ବା ଶ୍ୱେତ ବିପ୍ଲବର ଜନକ ଡ. ଭର୍ଗିସ କୁରିଏନଙ୍କ ଜନ୍ମତିଥି ଅବସରରେ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟଅତିଥି ଭାବେ ଭବାନୀପାଟଣା କୃଷି ମହାବିଦ୍ୟାଳୟର ଡିନ୍ ଡ.ଶାନ୍ତନୁ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ସମ୍ମାନିତ ଅତିଥି ଭାବେ ମୁଖ୍ୟ ବାଣିଜ୍ୟିକ ଅଧିକାରୀ ମନୋଜ କୁମାର ହୋତା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ଲାଣ୍ଟ ମ୍ୟାନେଜର ବିଷ୍ଣୁଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଜୟ ଚୌଧୁରୀ ପରିଚାଳନା କରିଥିଲେ।ହିସାବ ବିଭାଗ ମୁଖ୍ୟ ପ୍ରମୋଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ୩ଟି ଜିଲ୍ଲାର ଓମଫେଡର ହୋଲସେଲର ଓ ଏଜେଣ୍ଟ ଯୋଗ ଦେଇଥିବାବେଳେ ପରେଶ କୁମାର ନାୟକ, ଅକ୍ଷୟ ପଣ୍ଡା, ଦୀନେଶ ପଟେଲ, ଦାଶରଥି ବେହେରା, ବିଶ୍ଵମ୍ବର କେର୍କେଟା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

The post ଓମଫେଡ ଉତ୍ପାଦର ଚାହିଦା ବଢୁଛି ଭବାନୀପାଟଣାରେ ରାଷ୍ଟ୍ରୀୟ ଗୋଦୁଗ୍ଧ ଦିବସ ପାଳିତ appeared first on Odisha.News.