ସାରଥୀଙ୍କୁ ବାରିମୂଳ ଆଶ୍ରମ ମନା, କେନ୍ଦ୍ରାପଡ଼ା ଯିବା ପାଇଁ ଏହି ସର୍ତ୍ତ ରଖିଲେ ହାଇକୋର୍ଟ

କଟକ: ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ ସାରଥୀ। ବାରିମୂଳ ଯାଇ ପ୍ରବଚନ ଦେଇ ନିଜ ଆସ୍ଥା ଜମାଇବାକୁ ଚେଷ୍ଟା କରୁଥିବା ତଥା କଥିତ ସାରଥୀ ବାବାଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି। ବାରିମୂଳ ଆଶ୍ରମ ଯିବା ପାଇଁ ସାରଥୀଙ୍କୁ ମନା କରିଛନ୍ତି ହାଇକୋର୍ଟ। କେବଳ ୨ ମାସରେ ଥରେ କେନ୍ଦ୍ରାପଡ଼ା ଯାଇପାରିବେ ସାରଥୀ। ପାସପୋର୍ଟ ଫେରାଇବା ସହିତ ସର୍ବସାଧାରଣରେ ପ୍ରବଚନ ଦେବାକୁ ଅନୁମତି ଲୋଡ଼ିଥିଲେ ସାରଥୀ। ଯାହାକୁ ଖାରଜ କରି ଉପରୋକ୍ତ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ। କିଛି ସର୍ତ୍ତ ଆଧାରରେ କେନ୍ଦ୍ରାପଡ଼ା ଯିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମକୁ ଯାଇପାରିବେ ନାହିଁ ସାରଥୀ। କିନ୍ତୁ ନିଜ ଅସୁସ୍ଥ ଭାଇଙ୍କୁ ଭେଟିବା ଲାଗି ସେ କେତେକ ସର୍ତ୍ତ ଆଧାରରେ କେନ୍ଦ୍ରାପଡା ଯାଇ ପାରିବେ। ପୂର୍ବ ନିର୍ଦ୍ଦେଶରେ ପୁନର୍ବିଚାର ପାଇଁ ସାରଥୀଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ତାଙ୍କ ପାସପୋର୍ଟ ଫେରାଇବା ସହିତ ସର୍ବସାଧାରଣରେ ପ୍ରବଚନ ଦେବାକୁ ଅନୁମତି ଲୋଡ଼ିଥିଲେ ସାରଥୀ। କିନ୍ତୁ ଉକ୍ତ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ତେବେ କେନ୍ଦ୍ରାପଡା ଯିବା ଲାଗି ତାଙ୍କୁ ଅନୁମତି ମିଳିଛି କିନ୍ତୁ କିଛି ସର୍ତ୍ତ ଆଧାରରେ। ସେଗୁଡିକ ହେଲା.୧. ୨ ମାସରେ ଥରେ ସାରଥୀ କେନ୍ଦ୍ରାପଡା ଯାଇପାରିବେ।୨. ସକାଳ ୫ ଟାରୁ ସନ୍ଧ୍ୟା ସାଢେ ୫ ଟା ଯାଏଁ ସେ କେନ୍ଦ୍ରାପଡ଼ାରେ ରହିପ

ସାରଥୀଙ୍କୁ ବାରିମୂଳ ଆଶ୍ରମ ମନା, କେନ୍ଦ୍ରାପଡ଼ା ଯିବା ପାଇଁ ଏହି ସର୍ତ୍ତ ରଖିଲେ ହାଇକୋର୍ଟ

କଟକ: ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ ସାରଥୀ। ବାରିମୂଳ ଯାଇ ପ୍ରବଚନ ଦେଇ ନିଜ ଆସ୍ଥା ଜମାଇବାକୁ ଚେଷ୍ଟା କରୁଥିବା ତଥା କଥିତ ସାରଥୀ ବାବାଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି। ବାରିମୂଳ ଆଶ୍ରମ ଯିବା ପାଇଁ ସାରଥୀଙ୍କୁ ମନା କରିଛନ୍ତି ହାଇକୋର୍ଟ। କେବଳ ୨ ମାସରେ ଥରେ କେନ୍ଦ୍ରାପଡ଼ା ଯାଇପାରିବେ ସାରଥୀ। ପାସପୋର୍ଟ ଫେରାଇବା ସହିତ ସର୍ବସାଧାରଣରେ ପ୍ରବଚନ ଦେବାକୁ ଅନୁମତି ଲୋଡ଼ିଥିଲେ ସାରଥୀ। ଯାହାକୁ ଖାରଜ କରି ଉପରୋକ୍ତ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ। କିଛି ସର୍ତ୍ତ ଆଧାରରେ କେନ୍ଦ୍ରାପଡ଼ା ଯିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି। 

ହାଇକୋର୍ଟ କହିଛନ୍ତି ଯେ, କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମକୁ ଯାଇପାରିବେ ନାହିଁ ସାରଥୀ। କିନ୍ତୁ ନିଜ ଅସୁସ୍ଥ ଭାଇଙ୍କୁ ଭେଟିବା ଲାଗି ସେ କେତେକ ସର୍ତ୍ତ ଆଧାରରେ କେନ୍ଦ୍ରାପଡା ଯାଇ ପାରିବେ। ପୂର୍ବ ନିର୍ଦ୍ଦେଶରେ ପୁନର୍ବିଚାର ପାଇଁ ସାରଥୀଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ତାଙ୍କ ପାସପୋର୍ଟ ଫେରାଇବା ସହିତ ସର୍ବସାଧାରଣରେ ପ୍ରବଚନ ଦେବାକୁ ଅନୁମତି ଲୋଡ଼ିଥିଲେ ସାରଥୀ। କିନ୍ତୁ ଉକ୍ତ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ତେବେ କେନ୍ଦ୍ରାପଡା ଯିବା ଲାଗି ତାଙ୍କୁ ଅନୁମତି ମିଳିଛି କିନ୍ତୁ କିଛି ସର୍ତ୍ତ ଆଧାରରେ। ସେଗୁଡିକ ହେଲା.

୧. ୨ ମାସରେ ଥରେ ସାରଥୀ କେନ୍ଦ୍ରାପଡା ଯାଇପାରିବେ।

୨. ସକାଳ ୫ ଟାରୁ ସନ୍ଧ୍ୟା ସାଢେ ୫ ଟା ଯାଏଁ ସେ କେନ୍ଦ୍ରାପଡ଼ାରେ ରହିପାରିବେ।

୩. ହେଲେ କୌଣସି ପରିସ୍ଥିତିରେ ସେ ବାରିମୂଳ ଆଶ୍ରମ ଯାଇପାରିବେନାହିଁ।

୪. କେନ୍ଦ୍ରାପଡା ଯିବାଲାଗି ତାଙ୍କୁ ୭ ଦିନ ଆଗରୁ କୋର୍ଟଙ୍କୁ ଜଣାଇବାକୁ ପଡିବ 

୫. କେନ୍ଦ୍ରାପଡା ଥାନା ଏବଂ ନିଜେ ରହୁଥିବା ଥାନାଞ୍ଚଳର ଅଧିକାରୀଙ୍କୁ ମଧ୍ୟ କେଦ୍ରାପଡ଼ା ଗସ୍ତର ୭ ଦିନ ଆଗରୁ ଜଣାଇବେ ସାରଥୀ। 

୬. ୨ ଶହରୁ ଅଧିକ ଲୋକ ସମାଗମ ନ କରିବା କଟକଣା ବଳବତ୍ତ। ପୂର୍ବ ସର୍ତ୍ତରେ ମଦ ଏହା ଥିଲା। 

ସୂଚନାଯୋଗ୍ୟ, ପ୍ରତିବର୍ଷ ଜନ୍ମାଷ୍ଟମୀ ସମୟରେ ସାରଥୀଙ୍କ ଆଣ୍ଠୁଅ ଗୋପାଳ ବେଶକୁ ମନେ ପକାଉଛନ୍ତି ତାଙ୍କ ସମର୍ଥକ ଓ ଭକ୍ତ। ସମସ୍ତ ବାରଣ ସତ୍ତ୍ଵେ ତାଙ୍କ ଭକ୍ତ, ଅନୁଗତ, ସମର୍ଥକ ଆତ୍ମଘୋଷିତ ସାରଥୀ ବାବାଙ୍କ ଫଟୋକୁ ରଖି ପୂଜାର୍ଚ୍ଚନା କରିଛନ୍ତି। ଅଦାଲତ ପକ୍ଷରୁ ଆଶ୍ରମରେ ପୂଜାର୍ଚ୍ଚନାକୁ ବାରଣ କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଶ୍ରମର ସଂପତ୍ତିକୁ ଦଖଲକୁ ନେଇ ସାରିଥିବାରୁ ସାଧାରଣ ଲୋକଙ୍କ ପାଇଁ ଆଶ୍ରମ ଭିତରକୁ ପ୍ରବେଶ ଅନୁମତି ନାହିଁ।