ସାରା ଓଡ଼ିଶାରେ ବିଏର ୫ଜି ନେଟ୍ଓ୍ବର୍କ
ଭୁବନେଶ୍ୱର,୨୯।୫: ଦେଶର ପ୍ରମୁଖ ଘରୋଇ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ(ବିଏ)ର ଓଡ଼ିଶା ୟୁନିଟ ନିକଟରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ସାରା ଓଡ଼ିଶାରେ ୫ଜି ନେଟଓ୍ବର୍କ ଉପଲବ୍ଧ କରାଇବା ସହ ରାଜ୍ୟରେ ମୋଟ ୧୯ ଲକ୍ଷ ଗ୍ରାହକ ୫ଜି ସେବା ଉପଭୋଗ କରୁଛନ୍ତି। କମ୍ପାନୀ ରାଜ୍ୟର ସମସ୍ତ ସହର ଓ ଜିଲାରେ ୫ଜି ସେବାକୁ ସଫଳତାର ସହ ନିୟୋଜିତ କରିଛି, ଯାହା ପରବର୍ତ୍ତୀ ପିଢ଼ିର ମୋବାଇଲ ସଂଯୋଗ ପ୍ରଦାନ ଦିଗରେ […] The post ସାରା ଓଡ଼ିଶାରେ ବିଏର ୫ଜି ନେଟ୍ଓ୍ବର୍କ appeared first on Dharitri Odia News.
ଭୁବନେଶ୍ୱର,୨୯।୫: ଦେଶର ପ୍ରମୁଖ ଘରୋଇ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ(ବିଏ)ର ଓଡ଼ିଶା ୟୁନିଟ ନିକଟରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ସାରା ଓଡ଼ିଶାରେ ୫ଜି ନେଟଓ୍ବର୍କ ଉପଲବ୍ଧ କରାଇବା ସହ ରାଜ୍ୟରେ ମୋଟ ୧୯ ଲକ୍ଷ ଗ୍ରାହକ ୫ଜି ସେବା ଉପଭୋଗ କରୁଛନ୍ତି। କମ୍ପାନୀ ରାଜ୍ୟର ସମସ୍ତ ସହର ଓ ଜିଲାରେ ୫ଜି ସେବାକୁ ସଫଳତାର ସହ ନିୟୋଜିତ କରିଛି, ଯାହା ପରବର୍ତ୍ତୀ ପିଢ଼ିର ମୋବାଇଲ ସଂଯୋଗ ପ୍ରଦାନ ଦିଗରେ ଏକ ଆଶାଜନକ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି। ଗତ ୬ ମାସ ମଧ୍ୟରେ ରାଜ୍ୟର ଏୟାରଟେଲ ୫ଜି ଉପଭୋକ୍ତାଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି। କମ୍ପାନୀର ବିସ୍ତୃତ ନେଟୱର୍କ ନିୟୋଜନ ସହ ସମଗ୍ର ରାଜ୍ୟରେ କମ୍ପାନୀ ସେବାକୁ ପ୍ରଭାବଶାଳୀ ଭାବେ ବିସ୍ତାର କରିଛି, ଯାହା ଗ୍ରାହକମାନଙ୍କୁ ୫ଜି ଗ୍ରହଣ କରିବାର ପ୍ରକ୍ରିୟାକୁ ବହୁତ ସରଳ କରିଛି। ବିଏର ଓଡ଼ିଶା ସିଓଓ ଆର ବାଲାଜୀ ସିଂହ କହିଛନ୍ତି, ଓଡ଼ିଶାରେ ୫ଜି ସେବାକୁ ବ୍ୟାପକ ଭାବେ ଗ୍ରହଣ କରିବା ପାଇଁ ଆବଶ୍ୟକ ନେଟୱର୍କ ଭିତ୍ତିଭୂମି ନିର୍ମାଣ ଦିଗରେ ଆମେ ଉଲ୍ଲେଖନୀୟ ଅଗ୍ରଗତି କରୁଛୁ।
The post ସାରା ଓଡ଼ିଶାରେ ବିଏର ୫ଜି ନେଟ୍ଓ୍ବର୍କ appeared first on Dharitri Odia News.