ସାରା ଦେଶରୁ ପ୍ରତ୍ୟାହାର ହେଲା ଆଦର୍ଶ ଆଚରଣ ବିଧି
ନୂଆଦିଲ୍ଲୀ: ସାରା ଦେଶରୁ ପ୍ରତ୍ୟାହାର ହୋଇଛି ଆଦର୍ଶ ଆଚରଣ ବିଧି। ଏନେଇ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ମଙ୍ଗଳବାର ଲୋକସଭା ନିର୍ବାଚନ ଏବଂ ବିଧାନସଭା ଫଳାଫଳ ଘୋଷଣା ହୋଇଥିଲା। ଗୁରୁବାର ହିମାଚଳ ପ୍ରଦେଶରେ ନିର୍ବାଚନ ଫଳାଫଳ ପରେ ଆଦର୍ଶ ଆଚରଣ ବିଧି ହଟାଯାଇଛି। ସେହିପରି ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଆଜି ପ୍ରତ୍ୟାହାର ହୋଇଛି । ନିର୍ବାଚନ ଆୟୋଗ ଆଜି ଓଡ଼ିଶାର ମୁଖ୍ୟ ସଚିବ ଓ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି । ଏପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଓଡ଼ିଶାର ସପ୍ତଦଶ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ପ୍ରଦାନ କରିଛନ୍ତି ।ସୂଚନାଯୋଗ୍ୟ, ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୧୬ତାରିଖରୁ ଆଚରଣ ବିଧି ବଳବତ୍ତର ରହିଥିଲା । ରାଜ୍ୟରେ ୪ଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଶେଷ ହୋଇଛି । ବିଜେପି ବିପୁଳ ବିଜୟ ସହ ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି ।
ନୂଆଦିଲ୍ଲୀ: ସାରା ଦେଶରୁ ପ୍ରତ୍ୟାହାର ହୋଇଛି ଆଦର୍ଶ ଆଚରଣ ବିଧି। ଏନେଇ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ମଙ୍ଗଳବାର ଲୋକସଭା ନିର୍ବାଚନ ଏବଂ ବିଧାନସଭା ଫଳାଫଳ ଘୋଷଣା ହୋଇଥିଲା। ଗୁରୁବାର ହିମାଚଳ ପ୍ରଦେଶରେ ନିର୍ବାଚନ ଫଳାଫଳ ପରେ ଆଦର୍ଶ ଆଚରଣ ବିଧି ହଟାଯାଇଛି।
ସେହିପରି ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଆଜି ପ୍ରତ୍ୟାହାର ହୋଇଛି । ନିର୍ବାଚନ ଆୟୋଗ ଆଜି ଓଡ଼ିଶାର ମୁଖ୍ୟ ସଚିବ ଓ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି । ଏପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଓଡ଼ିଶାର ସପ୍ତଦଶ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୧୬ତାରିଖରୁ ଆଚରଣ ବିଧି ବଳବତ୍ତର ରହିଥିଲା । ରାଜ୍ୟରେ ୪ଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଶେଷ ହୋଇଛି । ବିଜେପି ବିପୁଳ ବିଜୟ ସହ ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି ।