ସାରା ବିଶ୍ବରେ ବଢୁଛି ସୁନା ଦର : ୮୮ହଜାର ପାର କଲା ୨୪ କ୍ୟାରେଟ୍ ସୁନା
କନକବ୍ୟୁରୋ : ସାରା ବିଶ୍ବରେ ବଢ଼ି ବଢ଼ି ଚାଲିଛି ସୁନା ଦର। ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ମୂଲ୍ୟ । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୮୮ ହଜାର ପାର କଲାଣି। ଆଗକୁ ସୁନା ଦର ୯୦ ହଜାର ଅତିକ୍ରମ କରିବା ଆଶଙ୍କା କରାଯାଉଛି । ନୂଆ ଦିଲ୍ଲୀରେ ଏବେ ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନା ୮୮ହଜାର ୫୦୦ ଟଙ୍କାରେ ପହଞ୍ଚିଲାଣି । ଭୁବନେଶ୍ବରରେ ଏବେ ୮୭ ହଜାର ୯୩୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ୮୦ ହଜାର ୬୦୦ ଟଙ୍କା ହେଲାଣି । ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ରେକର୍ଡ ୨୯୦୦ ଡଲାରରେ ପହଞ୍ଚିଛି । ଇସ୍ପାତ ଓ ଆଲୁମିନିୟମ୍ ଉପରେ ୨୫ ପ୍ରତିଶତ ଟିକସ ଲଗାଇବାକୁ ଟ୍ରମ୍ପ ଘୋଷଣା କରିବା ପରଠାରୁ ସୁନା ମୂଲ୍ୟ ବଢିବାରେ ଲାଗିଛି। ଦାମ୍ ବଢ଼ିଛି । ଗୋଟିଏ ପଟେ ଟ୍ରମ୍ପଙ୍କ ଶୁଳ୍କ ପ୍ରହାର ଜାରି ରହିଥିବା ବେଳେ ଅନ୍ୟପଟେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବାରୁ ସୁନା ଆମଦାନି ମହଙ୍ଗା ହୋଇଛି। ଏକ ଡଲାର ଦାମ୍ ୮୭ ଟଙ୍କା ୪୩ ପଇସା ସ୍ତରରେ ରହିଛି। ---

କନକବ୍ୟୁରୋ : ସାରା ବିଶ୍ବରେ ବଢ଼ି ବଢ଼ି ଚାଲିଛି ସୁନା ଦର। ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ମୂଲ୍ୟ । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୮୮ ହଜାର ପାର କଲାଣି। ଆଗକୁ ସୁନା ଦର ୯୦ ହଜାର ଅତିକ୍ରମ କରିବା ଆଶଙ୍କା କରାଯାଉଛି । ନୂଆ ଦିଲ୍ଲୀରେ ଏବେ ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନା ୮୮ହଜାର ୫୦୦ ଟଙ୍କାରେ ପହଞ୍ଚିଲାଣି ।
ଭୁବନେଶ୍ବରରେ ଏବେ ୮୭ ହଜାର ୯୩୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ୮୦ ହଜାର ୬୦୦ ଟଙ୍କା ହେଲାଣି । ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ରେକର୍ଡ ୨୯୦୦ ଡଲାରରେ ପହଞ୍ଚିଛି । ଇସ୍ପାତ ଓ ଆଲୁମିନିୟମ୍ ଉପରେ ୨୫ ପ୍ରତିଶତ ଟିକସ ଲଗାଇବାକୁ ଟ୍ରମ୍ପ ଘୋଷଣା କରିବା ପରଠାରୁ ସୁନା ମୂଲ୍ୟ ବଢିବାରେ ଲାଗିଛି। ଦାମ୍ ବଢ଼ିଛି ।
ଗୋଟିଏ ପଟେ ଟ୍ରମ୍ପଙ୍କ ଶୁଳ୍କ ପ୍ରହାର ଜାରି ରହିଥିବା ବେଳେ ଅନ୍ୟପଟେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବାରୁ ସୁନା ଆମଦାନି ମହଙ୍ଗା ହୋଇଛି। ଏକ ଡଲାର ଦାମ୍ ୮୭ ଟଙ୍କା ୪୩ ପଇସା ସ୍ତରରେ ରହିଛି।
---