ସାର୍ ଜାଡେଜାମଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ବିବାଦ…ରାଗରେ ନିଆଁବାଣ ଆଷ୍ଟ୍ରେଲିଆ ସାମ୍ବାଦିକ
ନୂଆଦିଲ୍ଲୀ,୨୧।୧୨: ଭାରତୀୟ କ୍ରିକେଟ୍ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ଏଠାରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯାଇଥିଲା ଯାହା ଭାରତ ୨୯୫ ରନରେ ବିଜୟ ହାସଲ କରିଥିଲା। ତା’ପରେ ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆ ୧୦ ୱିକେଟ୍ ଜିତିଥିଲା। ଏହା ପରେ ଗାବା ଟେଷ୍ଟ ଡ୍ର ରହିଥିଲା। ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ବର୍ତ୍ତମାନ ୧-୧ ସ୍ଥିତିରେ ରହିଛି। ବର୍ତ୍ତମାନ ଚତୁର୍ଥ ଟେଷ୍ଟ […] The post ସାର୍ ଜାଡେଜାମଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ବିବାଦ…ରାଗରେ ନିଆଁବାଣ ଆଷ୍ଟ୍ରେଲିଆ ସାମ୍ବାଦିକ appeared first on Dharitri Odia News.
ନୂଆଦିଲ୍ଲୀ,୨୧।୧୨: ଭାରତୀୟ କ୍ରିକେଟ୍ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ଏଠାରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯାଇଥିଲା ଯାହା ଭାରତ ୨୯୫ ରନରେ ବିଜୟ ହାସଲ କରିଥିଲା। ତା’ପରେ ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆ ୧୦ ୱିକେଟ୍ ଜିତିଥିଲା। ଏହା ପରେ ଗାବା ଟେଷ୍ଟ ଡ୍ର ରହିଥିଲା। ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ବର୍ତ୍ତମାନ ୧-୧ ସ୍ଥିତିରେ ରହିଛି। ବର୍ତ୍ତମାନ ଚତୁର୍ଥ ଟେଷ୍ଟ ମ୍ୟାଚ୍ ୨୬ ଡିସେମ୍ବରରୁ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ (ଏମସିଜି) ଖେଳାଯିବ।
ମେଲବର୍ଣ୍ଣରେ ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍ ଅଭ୍ୟାସରେ ବ୍ୟସ୍ତ ରହିଛି। ଶନିବାର ଭାରତୀୟ ଟିମର ଏଠାରେ ପ୍ରଥମ ଅଭ୍ୟାସ ରହିଥିଲା। ଅଭ୍ୟାସ ମଧ୍ୟରେ ରବୀନ୍ଦ୍ର ଜାଡେଜା ମିଡିଆକୁ ସମ୍ବୋଧିତ କରିଥିଲେ। ଜାଡେଜା ସାମ୍ବାଦିକ ସମ୍ମିଳନୀରେ ହିନ୍ଦୀରେ ପ୍ରଶ୍ନର ଉତ୍ତର ଦେଇଥିଲେ। ତେବେ ସାମ୍ବାଦିକ ସମ୍ମିଳନୀ ଶେଷରେ ଅଷ୍ଟ୍ରେଲିଆ ସାମ୍ବାଦିକମାନେ ଜାଡେଜାଙ୍କୁ ଇଂରାଜୀରେ ପ୍ରଶ୍ନ କରିବାକୁ ଚାହୁଁଥିଲେ, କିନ୍ତୁ ଜାଡେଜା ଏହାକୁ ଅଣଦେଖା କରିଥିଲେ।
R Ashwin played with me like an on-field mentor#TeamIndia all-rounder Ravindra Jadeja reminisces about his partnership with R Ashwin.
#ThankyouAshwin | #AUSvIND | @imjadeja pic.twitter.com/3QGQFYztmB
— BCCI (@BCCI) December 21, 2024
ସମୟ ଅଭାବରୁ ସମସ୍ତ ଭାରତୀୟ ସାମ୍ବାଦିକ ମଧ୍ୟ ପ୍ରଶ୍ନ କରିପାରି ନ ଥିଲେ। କିନ୍ତୁ ଅଷ୍ଟ୍ରେଲିଆ ସାମ୍ବାଦିକମାନେ ଜାଡେଜାଙ୍କୁ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଭାରତୀୟ ଟିମ୍ ମିଡ଼ିଆ ମ୍ୟାନେଜର ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କି ଏହା କେବଳ ଭାରତୀୟ ସାମ୍ବାଦିକମାନଙ୍କ ପାଇଁ ଥିଲା। କିନ୍ତୁ ଅଷ୍ଟ୍ରେଲିଆ ସାମ୍ବାଦିକମାନେ ଏହାକୁ ଗ୍ରହଣ କରି ନ ଥିଲେ।
The post ସାର୍ ଜାଡେଜାମଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ବିବାଦ…ରାଗରେ ନିଆଁବାଣ ଆଷ୍ଟ୍ରେଲିଆ ସାମ୍ବାଦିକ appeared first on Dharitri Odia News.

