ସାର୍ ଡନ୍ ବ୍ରାଡମ୍ୟାନଙ୍କ ଟୋପି ଏତିକି କୋଟି ଟଙ୍କାରେ ବିକ୍ରି
ସିଡ୍ନୀ, ୩ା୧୨ (ପି.ଟି.): ସାର୍ ଡନ୍ ବ୍ରାଡମ୍ୟାନଙ୍କ ଆଇକନିକ ବ୍ୟାଗି ଗ୍ରୀନ କ୍ୟାପ୍ ୨.୬୩ କୋଟି ଟଙ୍କା ମୂଲ୍ୟରେ ନିଲାମ ହୋଇଛି। ନିଲାମକାରୀ ସଂସ୍ଥା ବନହାମାସ କହିଛି, ବ୍ରାଡ୍ମ୍ୟାନ ତାଙ୍କର ଏହି ଟୋପିକୁ ୮୦ ବର୍ଷ ପୂର୍ବେ ଅର୍ଥାତ ୧୯୪୭-୪୮ରେ ଭାରତର ଅଷ୍ଟ୍ରେଲିଆ ଟୁର୍ ସମୟରେ ପିନ୍ଧିଥିଲେ। ଘରୋଇ ମାଟିରେ ଏହା ଥିଲା ତାଙ୍କର ଶେଷ ଟେଷ୍ଟ ସିରିଜ। ବ୍ରାଡମ୍ୟାନଙ୍କୁ କ୍ରିକେଟର ଶ୍ରେଷ୍ଠ ବ୍ୟାଟର ବୋଲି କୁହାଯାଇଥାଏ। ଭାରତ ବିପକ୍ଷ ସିରିଜରେ ସେ ୧୭୮.୭୫ ଆଭରେଜରେ ୬ଟି […] The post ସାର୍ ଡନ୍ ବ୍ରାଡମ୍ୟାନଙ୍କ ଟୋପି ଏତିକି କୋଟି ଟଙ୍କାରେ ବିକ୍ରି appeared first on Dharitri Odia News.
ସିଡ୍ନୀ, ୩ା୧୨ (ପି.ଟି.): ସାର୍ ଡନ୍ ବ୍ରାଡମ୍ୟାନଙ୍କ ଆଇକନିକ ବ୍ୟାଗି ଗ୍ରୀନ କ୍ୟାପ୍ ୨.୬୩ କୋଟି ଟଙ୍କା ମୂଲ୍ୟରେ ନିଲାମ ହୋଇଛି। ନିଲାମକାରୀ ସଂସ୍ଥା ବନହାମାସ କହିଛି, ବ୍ରାଡ୍ମ୍ୟାନ ତାଙ୍କର ଏହି ଟୋପିକୁ ୮୦ ବର୍ଷ ପୂର୍ବେ ଅର୍ଥାତ ୧୯୪୭-୪୮ରେ ଭାରତର ଅଷ୍ଟ୍ରେଲିଆ ଟୁର୍ ସମୟରେ ପିନ୍ଧିଥିଲେ। ଘରୋଇ ମାଟିରେ ଏହା ଥିଲା ତାଙ୍କର ଶେଷ ଟେଷ୍ଟ ସିରିଜ। ବ୍ରାଡମ୍ୟାନଙ୍କୁ କ୍ରିକେଟର ଶ୍ରେଷ୍ଠ ବ୍ୟାଟର ବୋଲି କୁହାଯାଇଥାଏ। ଭାରତ ବିପକ୍ଷ ସିରିଜରେ ସେ ୧୭୮.୭୫ ଆଭରେଜରେ ୬ଟି ଇନିଂସରେ ୭୧୫ ରନ ସଂଗ୍ରହ କରିଥିଲେ। ତରେ ତାଙ୍କର ତିନୋଟି ଶତକ ଏବଂ ଗୋଟିଏ ଦ୍ୱିଶତକ ରହିଥିଲା। ଅଷ୍ଟ୍ରେଲିଆ ଏହି ସିରିଜ ୪-୦ରେ ବିଜୟୀ ହୋଇଥିଲା। ବ୍ରାଡମ୍ୟାନଙ୍କର ୨୦୦୧ରେ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ଟେଷ୍ଟ ଇନିଂସ ପିଛା ତାଙ୍କର ଆଭରେଜ ୯୯.୯୪ ଥିଲା, ଯାହାକି ଆଶ୍ଚର୍ଯ୍ୟଜନକ ମନେ ହୁଏ। ବ୍ରାଡମ୍ୟାନ ଭ୍ରମଣକାରୀ ଦଳର ମ୍ୟାନେଜର ପଙ୍କଜ ଗୁପ୍ତାଙ୍କୁ ତାଙ୍କ କ୍ୟାପଟିକୁ ପ୍ରଦାନ କରିଥିଲେ। ଦେଶ ସ୍ବାଧୀନ ହେବା ପରେ ଭାରତୀୟ କ୍ରିକେଟ ଦଳର ଏହାଥିଲା ପ୍ରଥମ ଇଣ୍ଟରନ୍ୟାଶନାଲ କ୍ରିକେଟ ଟୁର୍। ଗୁପ୍ତା ଏହି ଟୋପିଟିକୁ ତତ୍କାଳୀନ ଭାରତୀୟ ଉଇକେଟକିପର ପି.କେ. ସେନ୍ଙ୍କୁ ପ୍ରଦାନ କରିଥିଲେ। କିମ୍ବଦନ୍ତୀ ବ୍ୟାଟର ବ୍ରାଡମ୍ୟାନଙ୍କ ନାମରେ ଏବେ ସୁଦ୍ଧା କିଛି ରେକର୍ଡ ରହିଛି। ଟେଷ୍ଟ କ୍ରିକେଟରେ ସେ ସର୍ବାଧିକ ୧୨ ଦ୍ୱିଶତକ ହାସଲ କରିଛନ୍ତି। ସେ ୨ଟି ତ୍ରିଶତକ ହାସଲ କରି ମିଳିତ ରେକର୍ଡର ଅଧିକାରୀ ହୋଇସାରିଛନ୍ତି। ବ୍ରାଡମ୍ୟାନଙ୍କ ଟୋପି କ୍ରିକେଟରଙ୍କ ହୋମ୍ ଟାଉନ୍ରେ ଥିବା ବ୍ରାଡମ୍ୟାନ ମ୍ୟୁଜିୟମକୁ ଉଧାର ସୂତ୍ରରେ ଅଣାଯାଇଥିଲା। ୨୦୦୩ରେ ଏହାକୁ ବର୍ତ୍ତମାନର ମାଲିକ କ୍ରୟ କରିଥିଲେ ବୋଲି ବନ୍ହାମାସ ପ୍ରକାଶ କରିଛି। ବ୍ରାଡମ୍ୟାନ ଇଂଲଣ୍ଡ ବିପକ୍ଷରେ ତାଙ୍କ ଅନ୍ତିମ ଟେଷ୍ଟ ୧୯୪୮ରେ ଓଭାଲଠାରେ ଖେଳିଥିଲେ। ଫାଇନାଲ ଇନିଂସରେ କ୍ୟାରିୟର ଆଭରେଜ ୧୦୦ କରିବା ପାଇଁ ତାଙ୍କୁ ମାତ୍ର ୪ ରନ ଆବଶ୍ୟକ ପଡୁଥିଲା। ମାତ୍ର ସେ ୨ଟି ବଲ୍ ସାମ୍ନା କରି ବିନା କୌଣସି ରନରେ ପ୍ୟାଭିଲିଅନ ଫେରିଥିଲେ। ବ୍ରାଡ୍ମ୍ୟାନ ତାଙ୍କ ଟେଷ୍ଟ କ୍ୟାରିୟରରେ ୫୨ ମ୍ୟାଚ ଖେଳି ୬୯୯୬ ରନ ସଂଗ୍ରହ କରିପାରିଥିଲେ।
The post ସାର୍ ଡନ୍ ବ୍ରାଡମ୍ୟାନଙ୍କ ଟୋପି ଏତିକି କୋଟି ଟଙ୍କାରେ ବିକ୍ରି appeared first on Dharitri Odia News.