ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି, ଓ୍ବେବ୍ସାଇଟ୍ରେ ରହିବ ତାଲିକା
ନୂଆଦିଲ୍ଲୀ,୩ା୪: ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି, ଓ୍ବେବ୍ସାଇଟ୍ରେ ରହିବ ତାଲିକା ନୂଆଦିଲ୍ଲୀ,୩ା୪: ଏଣିକି ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ ହେବ। ଏନେଇ ୩୦ ଜଣ ବିଚାରପତି ସମ୍ପତ୍ତି ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ଓ୍ବେବ୍ସାଇଟ୍ରେ ବିଚାରପତିଙ୍କ ସମ୍ପତ୍ତି ତାଲିକା ରହିବ। ପ୍ରଧାନ ବିଚାରପତିଙ୍କ ସମ୍ପତ୍ତି ମଧ୍ୟ କୋର୍ଟ ଓ୍ବେବସାଇଟ୍ରେ ରହିବ। ଏନେଇ ଗତ ୧ରେ ଫୁଲ୍ କୋର୍ଟ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା। ପୂର୍ବରୁ ବିଚାରପତିଙ୍କ ସମ୍ପତ୍ତି ତାଲିକା ପ୍ରଧାନ ବିଚାରପତିଙ୍କୁ ଦିଆଯାଉଥିଲା। […] The post ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି, ଓ୍ବେବ୍ସାଇଟ୍ରେ ରହିବ ତାଲିକା appeared first on Dharitri Odia News.
ନୂଆଦିଲ୍ଲୀ,୩ା୪: ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି, ଓ୍ବେବ୍ସାଇଟ୍ରେ ରହିବ ତାଲିକା
ନୂଆଦିଲ୍ଲୀ,୩ା୪: ଏଣିକି ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ ହେବ। ଏନେଇ ୩୦ ଜଣ ବିଚାରପତି ସମ୍ପତ୍ତି ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ଓ୍ବେବ୍ସାଇଟ୍ରେ ବିଚାରପତିଙ୍କ ସମ୍ପତ୍ତି ତାଲିକା ରହିବ। ପ୍ରଧାନ ବିଚାରପତିଙ୍କ ସମ୍ପତ୍ତି ମଧ୍ୟ କୋର୍ଟ ଓ୍ବେବସାଇଟ୍ରେ ରହିବ। ଏନେଇ ଗତ ୧ରେ ଫୁଲ୍ କୋର୍ଟ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା। ପୂର୍ବରୁ ବିଚାରପତିଙ୍କ ସମ୍ପତ୍ତି ତାଲିକା ପ୍ରଧାନ ବିଚାରପତିଙ୍କୁ ଦିଆଯାଉଥିଲା। ଏବେ ସମସ୍ତଙ୍କର ସମ୍ପତ୍ତି କୋର୍ଟ ଓ୍ବେବ୍ସାଇଟ୍ରେ ସ୍ଥାନ ପାଇବ॥
ସୂଚନା ଥାଉକି, ଜଷ୍ଟିସ ଯଶଓ୍ବନ୍ତ ବର୍ମାଙ୍କ ଘରୁ ପୁଳାପୁଳା ଟଙ୍କା ମିଳିବା ପରେ ଏପରି ବଡ଼ ନିଷ୍ପତ୍ତି ନିଆଯାଇଛି। ଏହା ପରେ ମାମଲାର ତଦନ୍ତ ପାଇଁ CJI ସଞ୍ଜୀବ ଖାନ୍ନା ମାର୍ଚ୍ଚ ୨୨ରେ ଜଷ୍ଟିସ୍ ଯଶଓ୍ବନ୍ତ ବର୍ମାଙ୍କ ବିରୋଧରେ ୩ ଜଣିଆ ସଦସ୍ୟ ସହ ତଦନ୍ତ ଆରମ୍ଭ କରିଥିଲେ।
The post ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି, ଓ୍ବେବ୍ସାଇଟ୍ରେ ରହିବ ତାଲିକା appeared first on Dharitri Odia News.