ସାର୍ବଜନୀନ ହେଲା ନିର୍ବାଚନୀ ବଣ୍ଡ ସଂପର୍କିତ ସୂଚନା, ଓ୍ଵେବସାଇଟ୍ରେ ଅପଲୋଡ୍ କଲା ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) ଗୁରୁବାର ନିର୍ବାଚନୀ ବଣ୍ଡର ସୂଚନାକୁ ନିଜର ଓ୍ଵେବସାଇଟ୍ରେ ଅପଲୋଡ୍ କରିଛନ୍ତି। ଏହା ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ମଙ୍ଗଳବାର ନିର୍ବାଚନୀ ବଣ୍ଡ ସଂପର୍କିତ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଥିଲା। ଆଜି ଓ୍ଵେବସାଇଟ୍ରେ ନିର୍ବାଚନୀ ବଣ୍ଡକୁ ଇସିଆଇ ଦ୍ଵାରା ଅପଲୋଡ୍ କରି ଦିଆଯାଇଛି।ନିର୍ବାଚନ ଆୟୋଗ ଦ୍ଵାରା ଜାରି ତଥ୍ୟ ଅନୁଯାୟୀ, ନିର୍ବାଚନୀ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକୁ ଦାନ ଦେଇଥିବା ଦାନଦାତାଙ୍କ ମଧ୍ୟରେ ଗ୍ରାସିସ୍ ଇଣ୍ଡଷ୍ଟ୍ରୀଜ, ମେଘା ଇଞ୍ଜିନିୟରିଂ, ପିରାମଲ ଏଣ୍ଟରପ୍ରାଇଜେସ୍, ଟୋରେଣ୍ଟ ପାଓ୍ଵାର, ଭାରତୀ ଏୟାରଟେଲ୍, ଡିଏଲଏଫ କମର୍ଶିଆଲ ଡେଭଲପର୍ସ, ବେଦାନ୍ତ ଲିମିଟେଡ୍ ସାମିଲ୍। ଏହା ବ୍ୟତୀତ ନିର୍ବାଚନୀ ବଣ୍ଡ କିଣିଥିବା କମ୍ପାନୀ ତାଲିକାରେ ଆପୋଲ ଟାୟାର୍ସ, ଲକ୍ଷ୍ମୀ ମିତ୍ତଲ, ଆଡଲଭାଇସ୍, ପିଭିଆର, କେଭେଣ୍ଟର, ସୁଲା ଓ୍ଵାଇନ, ଓ୍ଵେଲସ୍ପନ,ସନ ଫାର୍ମାର ନାମ ସାମିଲ୍। ଏହା ସହିତ ନିର୍ବାଚନ ଆୟୋଗ ପକ୍ଷରୁ ଉପଲବ୍ଧ ସୂଚନା ଅନୁସାରେ ଏହି ବଣ୍ଡ୍ସ ଜରିଆରେ ବିଜେପି, କଂଗ୍ରେସ, ଆନ୍ନାଦ୍ରମୁକ, ବିଆରଏସ, ଶିବସେନା, ଟିଡିପି, ଓ୍ଵାଇଏସଆର କଂଗ୍ରେସକୁ ଧନରାଶି ମିଳିଛି। ତାଲିକାରେ ଏଆଇଡିଏମକେ, ଡିଏମକେ, ଏନସିପି, ଟିଏମସିମ ଜେଡିୟୁ, ଆରଜେଡି, ଆପ୍
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) ଗୁରୁବାର ନିର୍ବାଚନୀ ବଣ୍ଡର ସୂଚନାକୁ ନିଜର ଓ୍ଵେବସାଇଟ୍ରେ ଅପଲୋଡ୍ କରିଛନ୍ତି। ଏହା ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ମଙ୍ଗଳବାର ନିର୍ବାଚନୀ ବଣ୍ଡ ସଂପର୍କିତ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଥିଲା। ଆଜି ଓ୍ଵେବସାଇଟ୍ରେ ନିର୍ବାଚନୀ ବଣ୍ଡକୁ ଇସିଆଇ ଦ୍ଵାରା ଅପଲୋଡ୍ କରି ଦିଆଯାଇଛି।
ନିର୍ବାଚନ ଆୟୋଗ ଦ୍ଵାରା ଜାରି ତଥ୍ୟ ଅନୁଯାୟୀ, ନିର୍ବାଚନୀ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକୁ ଦାନ ଦେଇଥିବା ଦାନଦାତାଙ୍କ ମଧ୍ୟରେ ଗ୍ରାସିସ୍ ଇଣ୍ଡଷ୍ଟ୍ରୀଜ, ମେଘା ଇଞ୍ଜିନିୟରିଂ, ପିରାମଲ ଏଣ୍ଟରପ୍ରାଇଜେସ୍, ଟୋରେଣ୍ଟ ପାଓ୍ଵାର, ଭାରତୀ ଏୟାରଟେଲ୍, ଡିଏଲଏଫ କମର୍ଶିଆଲ ଡେଭଲପର୍ସ, ବେଦାନ୍ତ ଲିମିଟେଡ୍ ସାମିଲ୍। ଏହା ବ୍ୟତୀତ ନିର୍ବାଚନୀ ବଣ୍ଡ କିଣିଥିବା କମ୍ପାନୀ ତାଲିକାରେ ଆପୋଲ ଟାୟାର୍ସ, ଲକ୍ଷ୍ମୀ ମିତ୍ତଲ, ଆଡଲଭାଇସ୍, ପିଭିଆର, କେଭେଣ୍ଟର, ସୁଲା ଓ୍ଵାଇନ, ଓ୍ଵେଲସ୍ପନ,ସନ ଫାର୍ମାର ନାମ ସାମିଲ୍।
ଏହା ସହିତ ନିର୍ବାଚନ ଆୟୋଗ ପକ୍ଷରୁ ଉପଲବ୍ଧ ସୂଚନା ଅନୁସାରେ ଏହି ବଣ୍ଡ୍ସ ଜରିଆରେ ବିଜେପି, କଂଗ୍ରେସ, ଆନ୍ନାଦ୍ରମୁକ, ବିଆରଏସ, ଶିବସେନା, ଟିଡିପି, ଓ୍ଵାଇଏସଆର କଂଗ୍ରେସକୁ ଧନରାଶି ମିଳିଛି। ତାଲିକାରେ ଏଆଇଡିଏମକେ, ଡିଏମକେ, ଏନସିପି, ଟିଏମସିମ ଜେଡିୟୁ, ଆରଜେଡି, ଆପ୍ ଓ ଏସପି ମଧ୍ୟ ସାମିଲ୍।
ନିର୍ବାଚନ ଆୟୋଗ ପକ୍ଷରୁ ନିଜର ଓ୍ଵେବସାଇଟ୍ରେ ଯେଉଁ ତଥ୍ୟ ସେୟାର କରାଯାଇଛି, ସେଥିରେ ୨୦୧୯ ଏପ୍ରିଲ ୧୨ ପରଠୁ ୧୦୦୦ ଟଙ୍କାରୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ବଣ୍ଡର ସୂଚନା ଦିଆଯାଇଛି। ଏଥିରେ ଏଥିରେ କମ୍ପାନୀ ଓ ବ୍ୟକ୍ତିଙ୍କ ଦ୍ଵାରା କିଣା ଯାଇଥିବା ବଣ୍ଡ ସଂପର୍କରେ ସୂଚନା ଦିଆଯାଇଛି। ଇଲେକ୍ଟୋରାଲ ବଣ୍ଡର ସୂଚନା ସାର୍ବଜନୀନ କରିବା ସୁପ୍ରିମକୋର୍ଟଙ୍କ ଆଦେଶର ଅନୁପାଳନ କରି ଏସବିଆଇ ମଙ୍ଗଳବାର ସନ୍ଧ୍ୟାରେ ସେହି ସଂସ୍ଥାର ବିବରଣୀ ପ୍ରଦାନ କରିଥିଲେ, ଯେଉଁମାନେ ନିର୍ବାଚନୀ ବଣ୍ଡ କିଣିଥିଲେ ଏବଂ ରାଜନୈତିକ ଦଳ ଗୁଡିକୁ ଧନରାଶି ଦେଇଥିଲେ।