ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ
କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ କରିଛନ୍ତି। ହାଇକୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ ସଶ୍ରମ କାରାଦଣ୍ଡରେ ବଦଳାଇଛନ୍ତି। ହାଇକୋର୍ଟର ବିଚାରପତି ଏସ୍. କେ. ସାହୁ ଓ ବିଚାରପତି ଆର.କେ. ପଟ୍ଟନାୟକଙ୍କ ଖଣ୍ଡପୀଠ ଦଣ୍ଡାଦେଶ କୋହଳ ପାଇଁ ଅଭିଯୁକ୍ତ ମହମ୍ମଦ ମୁସ୍ତାକଙ୍କ ପକ୍ଷରୁ ଆଗତ ମାମଲାର ରାୟ ସୋମବାର ପ୍ରକାଶ କରିଛନ୍ତି। ଏଥିସହ ଜିଲା ଆଇନ ସେବା ପ୍ରାଧିକରଣ ମୃତ […] The post ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ appeared first on Dharitri Odia News.
କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ କରିଛନ୍ତି। ହାଇକୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ ସଶ୍ରମ କାରାଦଣ୍ଡରେ ବଦଳାଇଛନ୍ତି। ହାଇକୋର୍ଟର ବିଚାରପତି ଏସ୍. କେ. ସାହୁ ଓ ବିଚାରପତି ଆର.କେ. ପଟ୍ଟନାୟକଙ୍କ ଖଣ୍ଡପୀଠ ଦଣ୍ଡାଦେଶ କୋହଳ ପାଇଁ ଅଭିଯୁକ୍ତ ମହମ୍ମଦ ମୁସ୍ତାକଙ୍କ ପକ୍ଷରୁ ଆଗତ ମାମଲାର ରାୟ ସୋମବାର ପ୍ରକାଶ କରିଛନ୍ତି। ଏଥିସହ ଜିଲା ଆଇନ ସେବା ପ୍ରାଧିକରଣ ମୃତ ନାବାଳିକାଙ୍କ ପରିବାରକୁ ଆଗାମୀ ୪ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ୨୦୧୮ ଏପ୍ରିଲ ୨୧ ତାରିଖ ସନ୍ଧ୍ୟାରେ ସାଲେପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ୬ ବର୍ଷର ନାବାଳିକା ଜଣକୁ ଅଭିଯୁକ୍ତ ଅପହରଣ କରିନେଇଥିଲେ। ସେହି ସମୟରେ ଗ୍ରାମରେ ବିଦ୍ୟୁତ୍ କାଟ ହୋଇଥିଲା। ତେବେ ନାବାଳିକା ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ଆଡ଼େ ଖୋଜାଖୋଜି କରିଥିଲେ। ୩ଜଣ ପିଲା ମୋଟର ସାଇକେଲରେ ଆସି ନାବାଳିକା ଜଣକ ସ୍କୁଲ ବାରଣ୍ଡାରେ ନଗ୍ନ ଅବସ୍ଥାରେ ରକ୍ତାକ୍ତ ହୋଇ ପଡ଼ିଥିବା କଥା କହିଲେ। ତୁରନ୍ତ ନାବାଳିକାଙ୍କ ପରିବାର ଲୋକ ସମେତ ଗ୍ରାମବାସୀମାନେ ସେଠାରେ ପହଞ୍ଚି ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସାଲେପୁର ମେଡିକାଲକୁ ନେଇଥିଲେ। ସେଠାରୁ ଡାକ୍ତର ତାଙ୍କୁ ଏସ୍ସିବି ମେଡିକାଲକୁ ପଠାଇ ଦେଇଥିଲେ। ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା।
ଜଗନ୍ନାଥପୁର ନୋଡାଲ ୟୁ.ପି. ସ୍କୁଲ ବାରଣ୍ଡାରେ ଅଭିଯୁକ୍ତ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସାଲେପୁର ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ମହମ୍ମଦ ମୁସ୍ତାକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସାଲେପୁର ଥାନା ପୋଲିସ ପୋକ୍ସୋ ଆକ୍ଟରେ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। କଟକର ୩ୟ ଅତିରିକ୍ତ ସେସନ୍ ଜଜ ତଥା ଚିଲଡ୍ରେନ୍ କୋର୍ଟର ପ୍ରିଜାଇଡିଂ ଅଧିକାରୀ ମାମଲାର ବିଚାର କରି ୨୦୧୯ ସେପ୍ଟେମ୍ବର ୧୯ ତାରିଖରେ ମାମଲାର ରାୟ ପ୍ରକାଶ କରି ଅଭିଯୁକ୍ତ ମୁସ୍ତାକଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିଥିଲେ।
ଟ୍ରାଏଲ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ରମଣୀକାନ୍ତ ପଟ୍ଟନାୟକ, ଆଇନଜୀବୀ ବିକାଶ ଚନ୍ଦ୍ର ପରିଜା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଜନ୍ମେଜୟ କଟିକିଆ ମାମଲା ପରିଚାଳନା କରୁଥିଲେ।
The post ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ appeared first on Dharitri Odia News.