ସାହସ-ମନୋବଳ-ପ୍ରେରଣାର ଜୀବନ୍ତ ପ୍ରତିମା, ପେଟରେ ସନ୍ତାନକୁ ଧରି ପ୍ୟାରିସରେ ଇତିହାସ ଲେଖିଲେ ଜୋଡି
ନୂଆଦିଲ୍ଲୀ: ସାହସ-ମନୋବଳ-ପ୍ରେରଣାର ଜୀବନ୍ତ ପ୍ରତିମା । ପେଟରେ ସନ୍ତାନକୁ ଧରି ଲେଖିଦେଲେ ଇତିହାସ । ପ୍ୟାରିସରେ ପାରା ଅଲିମ୍ପିକ୍ସରେ ଜିତିଲେ ପଦକ । ପଦକ ଜିତିବାରେ ପ୍ରଥମ ଗର୍ଭବତୀ ଆଥଲିଟ୍ । ମାଆ ଦୁନିଆର ସବୁଠୁ ବଡ଼ ଯୋଦ୍ଧା । ସେ କେବଳ ସନ୍ତାନକୁ ଜନ୍ମ ଦିଏ ନାହିଁ, ବରଂ ସେମାନଙ୍କ ଯନ୍ତ୍ରରେ ନିଜର ପୂରା ଜୀବନକୁ ଉତ୍ସର୍ଗ କରିଥାଏ । ଆଜି ଯାଏଁ ମାଆର ମମତାକୁ ନେଇ ଅନେକ କଥା ଶୁଣିଥିବେ, ପ୍ରତ୍ୟକ୍ଷଦର୍ଶୀ ବି ହୋଇଥିବେ । କିନ୍ତୁ ପ୍ୟାରିସ୍ ପାରା ଅଲିମ୍ପିକ୍ସ ଜଣେ ଗର୍ଭବତୀ ଖେଳାଳିଙ୍କ କାହାଣୀ ଆଜି ସାରା ବିଶ୍ୱରେ ଚର୍ଚ୍ଚିତ । ପ୍ରେରଣାଦାୟୀ । ଆଉ ତାଙ୍କ ସାହସକୁ ସମସ୍ତେ କରୁଛନ୍ତି ସଲାମ ।ନାଁ-ଜୋଡି ଗ୍ରୀନହମ । ଉପଲବ୍ଧି-ପ୍ୟାରିସ ପାରା ଅଲିମ୍ପିକ୍ସରେ ବ୍ରୋଞ୍ଚ ବିଜେତା । ଗ୍ରେଟ୍ ବ୍ରିଟେନର ମହିଳା ଆଥଲିଟ୍ । ସାତ ମାସର ଗର୍ଭବତୀ ଥାଇ ବି ପାରା ଅଲିମ୍ପିକ୍ସରେ ଭାଗ ନେଲେ, ଆଉ ଇତିହାସ ରଚିଲେ । ପାରା ଅଲିମ୍ପିକ୍ସରେ ଇତିହାସରେ ପଦକ ଜିତିବାରେ ପ୍ରଥମ ଗର୍ଭବତୀ ଆଥଲିଟ୍ ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ସେ ତୀରନ୍ଦାଜରେ ମହିଳାଙ୍କ ବ୍ୟକ୍ତିଗତ କମ୍ପାଉଣ୍ଡ ପ୍ରତିଯୋଗିତାରେ କାଂସ୍ୟ ପଦକ ନିଜ ନାଁରେ କରିଛନ୍ତି । ପଦକ ମୁକାବିଲାରେ ଗ୍ରୀନହମ ଟୋକିଓରେ ସ୍ୱର୍ଣ୍ଣ ଜିତିଥିବା ଫୋବେ ପାଇନଙ୍କୁ ୧୪୨-୧୪୧ରେ ମାତ୍ ଦେଇଥିଲେ ।ପଦକ ଜିତିବା ପରେ ଗ୍ରୀନହମ ପ୍ରତିକ୍ରିୟା ଥିଲା, 'ମୋ ପିଲା ଲଗାତାର ଲାତ ମ
ନୂଆଦିଲ୍ଲୀ: ସାହସ-ମନୋବଳ-ପ୍ରେରଣାର ଜୀବନ୍ତ ପ୍ରତିମା । ପେଟରେ ସନ୍ତାନକୁ ଧରି ଲେଖିଦେଲେ ଇତିହାସ । ପ୍ୟାରିସରେ ପାରା ଅଲିମ୍ପିକ୍ସରେ ଜିତିଲେ ପଦକ । ପଦକ ଜିତିବାରେ ପ୍ରଥମ ଗର୍ଭବତୀ ଆଥଲିଟ୍ । ମାଆ ଦୁନିଆର ସବୁଠୁ ବଡ଼ ଯୋଦ୍ଧା । ସେ କେବଳ ସନ୍ତାନକୁ ଜନ୍ମ ଦିଏ ନାହିଁ, ବରଂ ସେମାନଙ୍କ ଯନ୍ତ୍ରରେ ନିଜର ପୂରା ଜୀବନକୁ ଉତ୍ସର୍ଗ କରିଥାଏ । ଆଜି ଯାଏଁ ମାଆର ମମତାକୁ ନେଇ ଅନେକ କଥା ଶୁଣିଥିବେ, ପ୍ରତ୍ୟକ୍ଷଦର୍ଶୀ ବି ହୋଇଥିବେ । କିନ୍ତୁ ପ୍ୟାରିସ୍ ପାରା ଅଲିମ୍ପିକ୍ସ ଜଣେ ଗର୍ଭବତୀ ଖେଳାଳିଙ୍କ କାହାଣୀ ଆଜି ସାରା ବିଶ୍ୱରେ ଚର୍ଚ୍ଚିତ । ପ୍ରେରଣାଦାୟୀ । ଆଉ ତାଙ୍କ ସାହସକୁ ସମସ୍ତେ କରୁଛନ୍ତି ସଲାମ ।
ନାଁ-ଜୋଡି ଗ୍ରୀନହମ । ଉପଲବ୍ଧି-ପ୍ୟାରିସ ପାରା ଅଲିମ୍ପିକ୍ସରେ ବ୍ରୋଞ୍ଚ ବିଜେତା । ଗ୍ରେଟ୍ ବ୍ରିଟେନର ମହିଳା ଆଥଲିଟ୍ । ସାତ ମାସର ଗର୍ଭବତୀ ଥାଇ ବି ପାରା ଅଲିମ୍ପିକ୍ସରେ ଭାଗ ନେଲେ, ଆଉ ଇତିହାସ ରଚିଲେ । ପାରା ଅଲିମ୍ପିକ୍ସରେ ଇତିହାସରେ ପଦକ ଜିତିବାରେ ପ୍ରଥମ ଗର୍ଭବତୀ ଆଥଲିଟ୍ ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ସେ ତୀରନ୍ଦାଜରେ ମହିଳାଙ୍କ ବ୍ୟକ୍ତିଗତ କମ୍ପାଉଣ୍ଡ ପ୍ରତିଯୋଗିତାରେ କାଂସ୍ୟ ପଦକ ନିଜ ନାଁରେ କରିଛନ୍ତି । ପଦକ ମୁକାବିଲାରେ ଗ୍ରୀନହମ ଟୋକିଓରେ ସ୍ୱର୍ଣ୍ଣ ଜିତିଥିବା ଫୋବେ ପାଇନଙ୍କୁ ୧୪୨-୧୪୧ରେ ମାତ୍ ଦେଇଥିଲେ ।
ପଦକ ଜିତିବା ପରେ ଗ୍ରୀନହମ ପ୍ରତିକ୍ରିୟା ଥିଲା, 'ମୋ ପିଲା ଲଗାତାର ଲାତ ମାରୁଥାଏ । ସତେ ଯେପରି ପଚାରୁଥିଲା ବାହାରେ କଣ ଚାଲିଛି । ମାଆ ତୁମେ କଣ କରୁଛ ।' ପଦକ ଜିତିବା ଯାଏ ରାସ୍ତା ଗ୍ରୀନହମଙ୍କ ପାଇଁ ସହଜ ନଥିଲା । ମହିଳା ପାରା ଆଥଲିଟ୍ କହିଛନ୍ତି ଯେ 'ନିଜ ଉପରେ ମୁଁ ଗର୍ବିତ, ମୁଁ ଅନେକ କଠିନ ପରିଶ୍ରମର ସାମନା କରିଛି ଏବଂ ଏହା ସହଜ ନଥିଲା । କିନ୍ତୁ ମୁଁ ଜାଣିଥିଲି ଯେପର୍ଯ୍ୟନ୍ତ ମୋର ପିଲା ଏବଂ ମୁଁ ସୁସ୍ଥ ଅଛି, ପ୍ରତିଯୋଗିତାରେ ଭାଗ ନେଇପାରିବି । ମୁଁ ଜାଣିଥିଲି ଯଦି ଏଠି ଶ୍ରେଷ୍ଠ ପ୍ରଦର୍ଶନ ଦେଲେ ପଦକ ନିଶ୍ଚିତ ଜିତିବି ।'
ପାରା ଅଲିମ୍ପିକ୍ସ ପରି ବଡ଼ ମଞ୍ଚରେ ପହଞ୍ଚିବା ଏବଂ ପଦକ ଜିତିବା କୌଣସି ସାମାନ୍ୟ କଥା ନୁହେଁ । ପାରା ଖେଳାଳିଙ୍କ ନିଜ-ନିଜ ଜୀବନରେ ସଂଘର୍ଷର କାହାଣୀ ରହିଥାଏ । କିଏ କେଉଁ ଦୁର୍ଘଟଣାରେ ନିଜ ହାତ ତ ଗୋଡ଼ ହରାଇଥାନ୍ତି । ତଥାପି କିଛି କରିବାର ଇଚ୍ଛାଶକ୍ତି ଏବଂ ଦୃଢ ମନୋବଳରେ ଏହି ବଡ଼ ମଞ୍ଚରେ ପହଞ୍ଚନ୍ତି । ଆଉ ଲେଖିଯାଆନ୍ତି ଇତିହାସ । ସାରା ଦୁନିଆ ଜାଣେ ତାଙ୍କ କାହାଣୀ ।