ସି ଜି ମୋଟର୍ସ ସହ ହିରୋ ମୋଟକର୍ପର ସହଭାଗିତା
ନୂଆଦିଲ୍ଲୀ,୨୩।୧ (ଅଭୟ ଦାଶ): ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା (କମ୍ପାନୀ) ତଥା ହିରୋ ମୋଟକର୍ପ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ ଏବଂ ଦି ଚୌଧୁରୀ ଗ୍ରୁପ (ସିଜି)ର ଅଗ୍ରଣୀ ସଂସ୍ଥା ସି.ଜି. ମୋଟସର୍ର୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ହୋଇଯାଇଛି। ଉକ୍ତ ସହଭାଗିତା ଅନୁଯାୟୀ ନେପାଳରେ ହିରୋ ମୋଟକର୍ପର ବିତରକ ଭାବେ ସି.ଜି. ମୋଟର୍ସକୁ ନିଯୁକ୍ତ କରାଯାଇଛି ବୋଲି ସୋମବାର ଏ ନେଇ କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୪ରେ ହିରୋ […] The post ସି ଜି ମୋଟର୍ସ ସହ ହିରୋ ମୋଟକର୍ପର ସହଭାଗିତା appeared first on Dharitri Odia News.
ନୂଆଦିଲ୍ଲୀ,୨୩।୧ (ଅଭୟ ଦାଶ): ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା (କମ୍ପାନୀ) ତଥା ହିରୋ ମୋଟକର୍ପ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ ଏବଂ ଦି ଚୌଧୁରୀ ଗ୍ରୁପ (ସିଜି)ର ଅଗ୍ରଣୀ ସଂସ୍ଥା ସି.ଜି. ମୋଟସର୍ର୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ହୋଇଯାଇଛି। ଉକ୍ତ ସହଭାଗିତା ଅନୁଯାୟୀ ନେପାଳରେ ହିରୋ ମୋଟକର୍ପର ବିତରକ ଭାବେ ସି.ଜି. ମୋଟର୍ସକୁ ନିଯୁକ୍ତ କରାଯାଇଛି ବୋଲି ସୋମବାର ଏ ନେଇ କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୪ରେ ହିରୋ ମୋଟକର୍ପ ଆନୁଷ୍ଠାନିକ ଭାବେ ନେପାଳ ବଜାରରେ ପ୍ରବେଶ କରିଥିଲା ଏବଂ ଦୀର୍ଘ ବର୍ଷ ଧରି ହିରୋର ସୁପର ସ୍ପ୍ଲେଣ୍ଡର ଏବଂ ଏକ୍ସପ୍ଲସ ୨୦୦ ମୋଟରସାଇକେଲ ଭଳି ବ୍ରାଣ୍ଡ୍ ପାଇଁ ଅତ୍ୟଧିକ ପ୍ରତିକ୍ରିୟା ସହିତ ନିଜକୁ ଦେଶର ଏକ ଅଗ୍ରଣୀ କମ୍ପାନୀ ଭାବେ ପ୍ରତିଷ୍ଠିତ କରିପାରିଛି। ଅପରପକ୍ଷରେ କମ୍ପାନୀ ପାଇଁ ଏସିଆ ବଜାରରେ ନେପାଳ ଏକ ଅନ୍ୟତମ ପ୍ରମୁଖ ବଜାର ବୋଲି କମ୍ପାନୀ ପକ୍ଷରୁ ସୋମବାର ଏକ ପ୍ରେସ ବିଜ୍ଞପ୍ତିରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ଚୌଧୁରୀ ଗ୍ରୁପ୍ରେ ୧୬୦ରୁ ଅଧିକ କମ୍ପାନୀ ଏବଂ ୧୨୩ ବ୍ରାଣ୍ଡ୍ର ଏକ ବିଶ୍ୱସ୍ତରୀୟ ନେଟୱର୍କ ରହିଛି, ଯାହାକି ୧୫,୦୦୦ରୁ ଅଧିକ କର୍ମଚାରୀଙ୍କ ଏକ ଉତ୍ସର୍ଗୀକୃତ ଟିମ୍ କାର୍ଯ୍ୟ କରୁଛି।
The post ସି ଜି ମୋଟର୍ସ ସହ ହିରୋ ମୋଟକର୍ପର ସହଭାଗିତା appeared first on Dharitri Odia News.