ସିଂହୀକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ନେଉଳ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ସିଂହକୁ ଜଙ୍ଗଲର ରାଜା କୁହନ୍ତି। ଏହି ହିସାବରେ ସିଂହୀକୁ ଜଙ୍ଗଲର ରାଣୀ କୁହନ୍ତି। କୁହାଯାଏ, ସିଂହଠାରୁ ବେଶି ରାଗି ସିଂହୀ ଅଟେ। ଯେତେବେଳେ ସିଂହୀ ଖାଦ୍ୟ ଶିକାରରେ ବାହାରେ ସେତେବେଳେ ଏହା ଆଗରେ ଯିଏ ପଡ଼େ ସିଏ ରକ୍ଷା ପାଏ ନାହିଁ। କିନ୍ତୁ ଆପଣ କେବେ ଦେଖିଛନ୍ତି କି, କୌଣସି ଏକ ଛୋଟ ଜୀବ ସାମ୍ନାରେ ସିଂହୀ ବିଲେଇ ପରି ଡରିଯାଇ ପଳାଇଯିବାର। ଯଦି ନା ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। […] The post ସିଂହୀକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ନେଉଳ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.
ସିଂହକୁ ଜଙ୍ଗଲର ରାଜା କୁହନ୍ତି। ଏହି ହିସାବରେ ସିଂହୀକୁ ଜଙ୍ଗଲର ରାଣୀ କୁହନ୍ତି। କୁହାଯାଏ, ସିଂହଠାରୁ ବେଶି ରାଗି ସିଂହୀ ଅଟେ। ଯେତେବେଳେ ସିଂହୀ ଖାଦ୍ୟ ଶିକାରରେ ବାହାରେ ସେତେବେଳେ ଏହା ଆଗରେ ଯିଏ ପଡ଼େ ସିଏ ରକ୍ଷା ପାଏ ନାହିଁ। କିନ୍ତୁ ଆପଣ କେବେ ଦେଖିଛନ୍ତି କି, କୌଣସି ଏକ ଛୋଟ ଜୀବ ସାମ୍ନାରେ ସିଂହୀ ବିଲେଇ ପରି ଡରିଯାଇ ପଳାଇଯିବାର। ଯଦି ନା ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ନେଉଳକୁ ଦେଖି ସିଂହୀଟି ଡରି ଯାଇ ପଛଘୁଞ୍ଚା ଦେଉଛି।
@zanzibar_expertguides_organise ନାମକ ଏକ ଇନ୍ଷ୍ଟାଗ୍ରାମ ପେଜ୍ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ସିଂହୀ ଏବଂ ନେଉଳର ଲଢ଼େଇ ଦେଖିବାକୁ ମିଳିଛି। ଏହି ଦୁଇ ଜୀବଙ୍କ ମଧ୍ୟରେ ତୁଳନା ମଧ୍ୟ କରି ହେବ ନାହିଁ। କାରଣ ଗୋଟିଏ ଜୀବ ବହୁତ ବଡ଼ ହୋଇଥିବା ବେଳେ ଆଉ ଗୋଟିଏ ପୂରା ଛୋଟ।
ଭିଡିଓରେ ଦେଖିବେ ନେଉଳ ଏକ ବିଲ ମଧ୍ୟରୁ ବାହାରି ସିଂହୀ ଉପରେ ଆକ୍ରମଣ କରୁଛି। ସିଂହୀ ନେଉଳକୁ ଆକ୍ରମଣ କରିବାକୁ ଦୁଇ ପାଦ ଆଗକୁ ଆସିଥିଲେ ମଧ୍ୟ ନେଉଳ ସିଂହକୁ ଗୋଡ଼ାଇ ଆକ୍ରମଣ କରୁଛି। ଏହା ପରେ ସିଂହୀଟି ପଳାଉଥିବା ଦେଖିବାକୁ ମିଳିଛି। ଏଠାରେ ଆଉ ଗୋଟିଏ ସିଂହୀ ଠିଆ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି। ଏହି ସିଂହୀ ମଧ୍ୟ ନେଉଳ ସହ ଲଢ଼େଇ କରିବାକୁ ସାହସ ଜୁଟାଇ ପାରୁନାହିଁ।
ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୫୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। କିଛି ଲୋକ ଏହା ଉପରେ କମେଣ୍ଟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଇଏ ତ ସାପକୁ ମାରିଦିଏ। ଆଉ ଜଣେ କହିଛନ୍ତି, ନେଉଳ ନିଜ ଛୁଆକୁ ବଞ୍ଚାଉଛି। ଜଣେ କହିଛନ୍ତି, ସିଂହୀ ନେଉଳକୁ ଡରୁନାହିଁ। ସେ ଭାବୁଛି ନେଉଳକୁ କିପରି ସାମ୍ନା କରିବ।
The post ସିଂହୀକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ନେଉଳ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.