ସିଆଇଆଇର ଦିନିକିଆ କର୍ମଶାଳା
ଭୁବନେଶ୍ୱର,୧୪।୩: ଭାରତୀୟ ଶିଳ୍ପ ମହାସଂଘ ( କନ୍ଫେଡେରେଶନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି ବା ସିଆଇଆଇ)ର ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଏବଂ ଇଣ୍ଡିଆନ ଓ୍ବିମେନ୍ ନେଟ୍ଓ୍ବର୍କ (ଆଇଡବ୍ଲ୍ୟୁଏନ୍) ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ଉଇ ଓ୍ବିମେନ୍: ଦି ଚେଞ୍ଚ କ୍ରିଏଟର’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏହି ଅବସରରେ ସିଆଇଆଇ ଆଇଡବ୍ଲ୍ୟୁଏନ୍ ଓଡ଼ିଶାର ଅଧ୍ୟକ୍ଷା […] The post ସିଆଇଆଇର ଦିନିକିଆ କର୍ମଶାଳା appeared first on Dharitri Odia News.
ଭୁବନେଶ୍ୱର,୧୪।୩: ଭାରତୀୟ ଶିଳ୍ପ ମହାସଂଘ ( କନ୍ଫେଡେରେଶନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି ବା ସିଆଇଆଇ)ର ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଏବଂ ଇଣ୍ଡିଆନ ଓ୍ବିମେନ୍ ନେଟ୍ଓ୍ବର୍କ (ଆଇଡବ୍ଲ୍ୟୁଏନ୍) ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ଉଇ ଓ୍ବିମେନ୍: ଦି ଚେଞ୍ଚ କ୍ରିଏଟର’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏହି ଅବସରରେ ସିଆଇଆଇ ଆଇଡବ୍ଲ୍ୟୁଏନ୍ ଓଡ଼ିଶାର ଅଧ୍ୟକ୍ଷା ମୋନାଲିସା ପଣ୍ଡା ସ୍ବାଗତ ଅଭିଭାଷଣ ପ୍ରଦାନ ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବାବେଳେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ଶଶୀ ଶେଖର ମହାନ୍ତି, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓଡ଼ିଶା ଅନୁ ଗର୍ଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିଭଳି କର୍ମଶାଳାର ପ୍ରଥମ ଅଧିବେଶନରେ ନିମନ୍ତ୍ରିତ ଅତିଥିମାନେ ‘ଉଇ ଓ୍ବିମେନ: ଦି ଚେଞ୍ଚ କ୍ରିଏଟର’ର ଆଭିମୁଖ୍ୟ ଓ ବର୍ତ୍ତମାନ ସମୟରେ ମହିଳାଙ୍କ ଅଂଶ ଗ୍ରହଣ ଆଦି ସମ୍ପର୍କରେ ବିସ୍ତୃତ ଚର୍ଚ୍ଚା ଓ ଆଲୋଚନା କରିଥିଲାବେଳେ କର୍ମଶାଳାର ୨ୟ ଅଧିବେଶନରେ କଳିଙ୍ଗ ହସ୍ପିଟାଲର ଏମ୍ଡି ନିଲଞ୍ଜନା ମୁଖାର୍ଜୀ, ସିଆଇଆଇ ଆଇଡବ୍ଲ୍ୟୁଏନ୍ର ପୂର୍ବତନ ଅଧ୍ୟକ୍ଷା ଜୟଶ୍ରୀ ମହାନ୍ତି,ଅଭିନେତ୍ରୀ ଅନୁ ଚୌଧୁରୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଏଏମ୍ଏନ୍ଏସ୍ର ମୁଖ୍ୟ (ସିଏ) ସୁପର୍ଣ୍ଣା ନନ୍ଦ ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓ୍ବିମେନ ଇନ୍ ଲଡରଶିପ: ବ୍ରେକିଂ ବାରିଅର ଆଣ୍ଡ ସେପିଂ ଦି ଫ୍ୟୁଚର’ ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ପରିଶେଷରେ ସିଆଇଆଇ ଆଇଡବ୍ଲ୍ୟୁଏନ୍ ଓଡ଼ିଶାର କୋ-ଚେୟାରମ୍ୟାନ ଜୁବିନା ଅଲ୍ଲୀ ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ।
The post ସିଆଇଆଇର ଦିନିକିଆ କର୍ମଶାଳା appeared first on Dharitri Odia News.