ସିଆରପି, ଏମବିକେ ନିଯୁକ୍ତିରେ ଅନିୟମିତତା । ଆରଟିଆଇ ଖୋଲିଦେଲା କେଳେଙ୍କାରୀ ।
କନକ ବ୍ୟୁରୋ: ଗତ ତିନି ଦିନ ହେଲା ମିଶନ ଶକ୍ତି ମା’ମାନେ ୧୦ ଦଫା ଦାବିରେ ଲୋୟର ପିଏମଜିରେ ଗର୍ଜନ କରିବା ଖବରକୁ ନେଇ ସଡକରୁ ବିଧାନସଭା ଉଠୁଥିଲା ପଡୁଥିଲା । କିନ୍ତୁ ସେହି ମା’ମାନଙ୍କ ଭିତରୁ କିଛି ମହିଳା କେମିତି ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଛନ୍ତି, ତାହା ସାମ୍ନାକୁ ଆସିଛି । ଏମିତି ସାଂଘାତିକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଲକରୁ । ସୂଚନା ଅନୁସାରେ, ଡେରାବିଶ୍ ବ୍ଲକ ବସପୁର ପଞ୍ଚାୟତର ପାର୍ବତୀ ଲେଙ୍କା ଏମବିକେ ପଦ ପାଇଁ ମନୋନୀତ ହୋଇଥିଲେ । ସେ ଯୁକ୍ତ ଦୁଇ ଓ ଯୁକ୍ତ ତନିରେ ଅଧିକ ନମ୍ବର ରଖିଥିବାରୁ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ତାଙ୍କ ପ୍ରତିଦ୍ବନ୍ଦୀ ଲୋପିତା ସେନ, ଆରଟିଆରେ ମାଗାଯାଇଥିବା ତଥ୍ୟ ମିଳିବା ପରେ ସ୍ପଷ୍ଟ ହୋଇଛି ପାର୍ବତୀ ଚାକିରି ପାଇଁ ନକଲି ସାର୍ଟିଫିକେଟ ଦେଇଥିଲେ। ଆରଟିଆଇରେ ମିଳିଥିବା ତଥ୍ୟ ଉପରେ । ଏଥିରେ ପାର୍ବତୀ ବଦଳରେ ପ୍ରଭାତୀ ଓ ଶାସ୍ତ୍ରୀ ବଦଳରେ ସାତ୍ରି ଲେଖାଯାଇଛି । ଯାହା ସନ୍ଦେହକୁ ବଢ଼ାଇ ଦେଇଥିଲା । ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି, ପାର୍ବତୀ ନାମରେ କେହି ପଢ଼ି ନାହାନ୍ତି କି ପରୀକ୍ଷା ଦେଇନାହାନ୍ତି। ବସପୁର ଭଳି ଜମରା ବାରିମୂଳ ପଞ୍ଚାୟତ MBK ନିଯୁକ୍ତିରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଜମରା ବାରିମୂଳର ସ୍ଵୟଂ ପ୍ରଭା ମିଶ୍ର । MBK ଚାକିରି ପାଇଁ ନକଲି ସାର୍ଟିଫିକେଟ୍ ଦେ

କନକ ବ୍ୟୁରୋ: ଗତ ତିନି ଦିନ ହେଲା ମିଶନ ଶକ୍ତି ମା’ମାନେ ୧୦ ଦଫା ଦାବିରେ ଲୋୟର ପିଏମଜିରେ ଗର୍ଜନ କରିବା ଖବରକୁ ନେଇ ସଡକରୁ ବିଧାନସଭା ଉଠୁଥିଲା ପଡୁଥିଲା । କିନ୍ତୁ ସେହି ମା’ମାନଙ୍କ ଭିତରୁ କିଛି ମହିଳା କେମିତି ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଛନ୍ତି, ତାହା ସାମ୍ନାକୁ ଆସିଛି ।
ଏମିତି ସାଂଘାତିକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଲକରୁ । ସୂଚନା ଅନୁସାରେ, ଡେରାବିଶ୍ ବ୍ଲକ ବସପୁର ପଞ୍ଚାୟତର ପାର୍ବତୀ ଲେଙ୍କା ଏମବିକେ ପଦ ପାଇଁ ମନୋନୀତ ହୋଇଥିଲେ । ସେ ଯୁକ୍ତ ଦୁଇ ଓ ଯୁକ୍ତ ତନିରେ ଅଧିକ ନମ୍ବର ରଖିଥିବାରୁ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ତାଙ୍କ ପ୍ରତିଦ୍ବନ୍ଦୀ ଲୋପିତା ସେନ, ଆରଟିଆରେ ମାଗାଯାଇଥିବା ତଥ୍ୟ ମିଳିବା ପରେ ସ୍ପଷ୍ଟ ହୋଇଛି ପାର୍ବତୀ ଚାକିରି ପାଇଁ ନକଲି ସାର୍ଟିଫିକେଟ ଦେଇଥିଲେ। ଆରଟିଆଇରେ ମିଳିଥିବା ତଥ୍ୟ ଉପରେ । ଏଥିରେ ପାର୍ବତୀ ବଦଳରେ ପ୍ରଭାତୀ ଓ ଶାସ୍ତ୍ରୀ ବଦଳରେ ସାତ୍ରି ଲେଖାଯାଇଛି । ଯାହା ସନ୍ଦେହକୁ ବଢ଼ାଇ ଦେଇଥିଲା । ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି, ପାର୍ବତୀ ନାମରେ କେହି ପଢ଼ି ନାହାନ୍ତି କି ପରୀକ୍ଷା ଦେଇନାହାନ୍ତି।
ବସପୁର ଭଳି ଜମରା ବାରିମୂଳ ପଞ୍ଚାୟତ MBK ନିଯୁକ୍ତିରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଜମରା ବାରିମୂଳର ସ୍ଵୟଂ ପ୍ରଭା ମିଶ୍ର । MBK ଚାକିରି ପାଇଁ ନକଲି ସାର୍ଟିଫିକେଟ୍ ଦେଇଛନ୍ତି ବୋଲି କହିଛନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଓ BDO । MBK ଓ ସିଆରପି ନିଯୁକ୍ତିରେ ଅନିୟମିତତା ସାମନାକୁ ଆସିବା ପରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବୁଦ୍ଧିଜୀବୀ।
ପ୍ରଶ୍ନ ଉଠୁଛି, ନିଯୁକ୍ତି ବେଳେ କେମିତି ନକଲି ସାର୍ଟିଫିକେଟ ଜାଣିପାରିଲେ ନାହିଁ ଅଧିକାରୀ? ନା ଏହି ନିଯୁକ୍ତି ପଛରେ ରହିଛି ବଡ ବଡିଆଙ୍କ ହାତ? ସାରାରାଜ୍ୟରେ ଆଉ କେତେ ଏଭଳି ଜାଲ ସାର୍ଟିଫିକେଟ୍ ଦେଇ ନିଯୁକ୍ତି ପାଇଛନ୍ତି? ନିଯୁକ୍ତି ଦେଇଥିବା ଅଧିକାରୀଙ୍କୁ ଏହି ତଦନ୍ତ ପରିସରଭୁକ୍ତ କରାଗଲେ ପୂରା ସତ ପଦାକୁ ଆସିବ।