ସିଆରପି-ସିଏମ୍ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ବ୍ଲକ୍ ଘେରାଉ କଲେ ମହିଳା

ଆନନ୍ଦପୁର ୧୯।୧୧: ସିଆରପି-ସିଏମ୍ ନିଯୁକ୍ତିରେ ଅନିୟମିତତାକୁ ନେଇ ବ୍ଲକ୍ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ  ବାରମ୍ବାର ଅଭିଯୋଗ ସତ୍ତ୍ବେ କେହି ଶୁଣିଲେନି ।  ଫଳରେ ବାଧ୍ୟ ହୋଇ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିବା ସହ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଫ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି । ଘଷିପୁରା ବ୍ଲକ୍ ଭଣ୍ଡାରିଡୁହା ପଞ୍ଚାୟତ ତୋରାଣିଆପାଳ ଆଞ୍ଚଳିକ ମଞ୍ଚରେ ନିଯୁକ୍ତ ସିଆରପି-ସିଏମ୍ ନିଯୁକ୍ତି ସମୟରେ ବ୍ୟାପକ ଚଞ୍ଚକତା କରାଯାଉଥିବା ଅଭିଯୋଗ ହୋଇଛି । ଏହି ପଦବୀରେ ନିଯୁକ୍ତି ପାଇଥିବା ମହିଳା ଜଣକ ଅନ୍ୟତ୍ର ଏକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିବା ସହ ସେ ଜଣେ ସ୍ବଚ୍ଛଳ ବର୍ଗର ମିହିଳା ହୋଇଥିବା ବେଳେ ତାଙ୍କ ସ୍ବାମୀ ମଧ୍ୟ ଜଣେ ସରକାରୀ ଚାକିରି କରିଥିବା ଅଭିଯୋଗ ହୋଇଛି । ଯାହାକି ସିଆରପି-ସିଏମ୍ ପଦବୀ ଚୟନ ଗାଇଡଲାଇନକୁ ଉଲଘଂନ କରୁଛି । ତେବେ ଏଭଳି ମହିଳାକୁ କେଉଁ ଆଧାରରେ ଏହି ପଦବୀରେ ଚୟନ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମହାସଂଘ ଅଧିନ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ । ଅନ୍ୟପକ୍ଷରେ ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେବା ତ ଦୂରର କଥା ଓଲଟା ଅଭିଯୋଗକାରୀ ସଂଘକୁ ଆଞ୍ଚଳିକ ମଞ୍ଚରୁ ବାଦ୍ ଦିଆଯାଇଛି । ଶେଷରେ ଅତିଷ୍ଟ ହୋଇ ଆଜି ଆଞ୍ଚଳିକ ମଞ୍ଚର ମହିଳାମାନେ ଏଭଳି ପଦକ୍ଷେ

ସିଆରପି-ସିଏମ୍ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ବ୍ଲକ୍ ଘେରାଉ କଲେ ମହିଳା

ଆନନ୍ଦପୁର ୧୯।୧୧: ସିଆରପି-ସିଏମ୍ ନିଯୁକ୍ତିରେ ଅନିୟମିତତାକୁ ନେଇ ବ୍ଲକ୍ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ  ବାରମ୍ବାର ଅଭିଯୋଗ ସତ୍ତ୍ବେ କେହି ଶୁଣିଲେନି ।  ଫଳରେ ବାଧ୍ୟ ହୋଇ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିବା ସହ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଫ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି । ଘଷିପୁରା ବ୍ଲକ୍ ଭଣ୍ଡାରିଡୁହା ପଞ୍ଚାୟତ ତୋରାଣିଆପାଳ ଆଞ୍ଚଳିକ ମଞ୍ଚରେ ନିଯୁକ୍ତ ସିଆରପି-ସିଏମ୍ ନିଯୁକ୍ତି ସମୟରେ ବ୍ୟାପକ ଚଞ୍ଚକତା କରାଯାଉଥିବା ଅଭିଯୋଗ ହୋଇଛି । ଏହି ପଦବୀରେ ନିଯୁକ୍ତି ପାଇଥିବା ମହିଳା ଜଣକ ଅନ୍ୟତ୍ର ଏକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିବା ସହ ସେ ଜଣେ ସ୍ବଚ୍ଛଳ ବର୍ଗର ମିହିଳା ହୋଇଥିବା ବେଳେ ତାଙ୍କ ସ୍ବାମୀ ମଧ୍ୟ ଜଣେ ସରକାରୀ ଚାକିରି କରିଥିବା ଅଭିଯୋଗ ହୋଇଛି । ଯାହାକି ସିଆରପି-ସିଏମ୍ ପଦବୀ ଚୟନ ଗାଇଡଲାଇନକୁ ଉଲଘଂନ କରୁଛି । ତେବେ ଏଭଳି ମହିଳାକୁ କେଉଁ ଆଧାରରେ ଏହି ପଦବୀରେ ଚୟନ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମହାସଂଘ ଅଧିନ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ । ଅନ୍ୟପକ୍ଷରେ ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେବା ତ ଦୂରର କଥା ଓଲଟା ଅଭିଯୋଗକାରୀ ସଂଘକୁ ଆଞ୍ଚଳିକ ମଞ୍ଚରୁ ବାଦ୍ ଦିଆଯାଇଛି । ଶେଷରେ ଅତିଷ୍ଟ ହୋଇ ଆଜି ଆଞ୍ଚଳିକ ମଞ୍ଚର ମହିଳାମାନେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ତେବେ ଘଟଣାର ତଦନ୍ତ ହେବ ବୋଲି ବ୍ଲକ୍ ପ୍ରୋଗ୍ରାମ କୋର୍ଡିନେଟର କହିଛନ୍ତି ।

You Can Read:

ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ ସଜ୍ଜା, ମୁଣ୍ଡିଆ ପାହାଡ଼କୁ ଟେକି ନେଇ କରିଥିଲା ଦୁଷ୍କର୍ମ