ବେଲୁଚିସ୍ତାନରେ ପୃଥକ ପୃଥକ ବିସ୍ଫୋରଣ; ଆତଙ୍କୀ ହମଲାରେ ୮ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ । ଦକ୍ଷିଣ ପ୍ରାନ୍ତର ଦୁଇଟି ସ୍ଥାନରେ ବୋମା ବିସ୍ଫୋରଣ ହୋଇଛି । ପ୍ରଥମେ ଏକ ବସ୍‌କୁ ହମଲା ହୋଇଥିବା ବେଳେ ଦ୍ବିତୀୟ ଆକ୍ରମଣ ବେଲୁଚିସ୍ତାନର ଏକ ମାର୍କେଟରେ ହୋଇଛି । ଏଥିରେ ଆତଙ୍କୀ ହମଲାରେ ପ୍ରାୟ ୮ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ଏନେଇ ପାକିସ୍ତାନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଗୁରୁବାର ବେଲୁଚିସ୍ତାନର ଗ୍ବାଦାର ଜିଲ୍ଲାରେ ଏହି ଆକ୍ରମଣ ହୋଇଛି ।  ଚୀନର ବାଣିଜ୍ୟିକ କରଡର ଭିର୍ତ୍ତିଭୂମୀ ବିକାଶ ଚାଲୁଥିବା ସ୍ଥାନରେ ହମଲା ହୋଇଛି । ୧୨ରୁ ୧୫ ଆତଙ୍କବାଦୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଟାର୍ଗେଟ୍ କରିଥିଲେ । ବସ୍ ଉପରକୁ ଅତର୍କିତ ଭାବେ ଫାୟାରିଂ କରିଥିଲେ । ଏହି ଆକ୍ରମଣରେ ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କିଛି ସ୍ଥାନୀୟ ଲୋକ ଥିବା କୁହାଯାଉଛି । ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ଏହାକୁ ଦୃଢ଼ ନିନ୍ଦା କରିଛି । ଆତଙ୍କବାଦୀ ମାନେ କ୍ରୁରତାର ସହିତ ସାଧାରଣ ଲୋକଙ୍କ ମାରିଛନ୍ତି, ଏହାର ଦୃଢ଼ ଜବାବ ଦିଆଯିବ ବୋଲି ମନ୍ତ୍ରୀ ମୋସିନ୍ ନକବୀ କହିଛନ୍ତି । ସେହିପରି ଅନ୍ୟ ଏକ ବିସ୍ଫୋରଣ ପାକିସ୍ତାନର କ୍ବେଟାରେ ହୋଇଛି । ଏହି ଆତଙ୍କବାଦୀ ହମଲାରେ ପ୍ରାୟ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି । ଏକ ବାଇକ୍‌ରେ ଆଇଇଡି ଖଞ୍ଜା ଯାଇ ବିସ୍ଫୋରଣ କରାଯାଇଛି । ଆହତଙ୍କୁ ରେ

ବେଲୁଚିସ୍ତାନରେ ପୃଥକ ପୃଥକ ବିସ୍ଫୋରଣ; ଆତଙ୍କୀ ହମଲାରେ ୮ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ । ଦକ୍ଷିଣ ପ୍ରାନ୍ତର ଦୁଇଟି ସ୍ଥାନରେ ବୋମା ବିସ୍ଫୋରଣ ହୋଇଛି । ପ୍ରଥମେ ଏକ ବସ୍‌କୁ ହମଲା ହୋଇଥିବା ବେଳେ ଦ୍ବିତୀୟ ଆକ୍ରମଣ ବେଲୁଚିସ୍ତାନର ଏକ ମାର୍କେଟରେ ହୋଇଛି । ଏଥିରେ ଆତଙ୍କୀ ହମଲାରେ ପ୍ରାୟ ୮ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ଏନେଇ ପାକିସ୍ତାନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । 

ସୂଚନା ଅନୁଯାୟୀ, ଗୁରୁବାର ବେଲୁଚିସ୍ତାନର ଗ୍ବାଦାର ଜିଲ୍ଲାରେ ଏହି ଆକ୍ରମଣ ହୋଇଛି ।  ଚୀନର ବାଣିଜ୍ୟିକ କରଡର ଭିର୍ତ୍ତିଭୂମୀ ବିକାଶ ଚାଲୁଥିବା ସ୍ଥାନରେ ହମଲା ହୋଇଛି । ୧୨ରୁ ୧୫ ଆତଙ୍କବାଦୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଟାର୍ଗେଟ୍ କରିଥିଲେ । ବସ୍ ଉପରକୁ ଅତର୍କିତ ଭାବେ ଫାୟାରିଂ କରିଥିଲେ । ଏହି ଆକ୍ରମଣରେ ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କିଛି ସ୍ଥାନୀୟ ଲୋକ ଥିବା କୁହାଯାଉଛି । ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ଏହାକୁ ଦୃଢ଼ ନିନ୍ଦା କରିଛି । ଆତଙ୍କବାଦୀ ମାନେ କ୍ରୁରତାର ସହିତ ସାଧାରଣ ଲୋକଙ୍କ ମାରିଛନ୍ତି, ଏହାର ଦୃଢ଼ ଜବାବ ଦିଆଯିବ ବୋଲି ମନ୍ତ୍ରୀ ମୋସିନ୍ ନକବୀ କହିଛନ୍ତି । 

ସେହିପରି ଅନ୍ୟ ଏକ ବିସ୍ଫୋରଣ ପାକିସ୍ତାନର କ୍ବେଟାରେ ହୋଇଛି । ଏହି ଆତଙ୍କବାଦୀ ହମଲାରେ ପ୍ରାୟ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି । ଏକ ବାଇକ୍‌ରେ ଆଇଇଡି ଖଞ୍ଜା ଯାଇ ବିସ୍ଫୋରଣ କରାଯାଇଛି । ଆହତଙ୍କୁ ରେସକ୍ୟୁ ଟିମ୍ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।