ସିଏଏ ଦେଶ ପାଇଁ ବହୁତ ଖରାପ, ପାକିସ୍ତାନୀଙ୍କ ଉପରେ ଖର୍ଚ୍ଚ ହେବ ଟଙ୍କା: କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ବନ୍ଧରେ ବଡ଼ ବୟାନ ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ସରକାରଙ୍କ ପାଖରେ ଭାରତର ଲୋକଙ୍କ ପାଇଁ ଟଙ୍କା ନାହିଁ। ମାତ୍ର ଏଠାରେ ପାକିସ୍ତାନ ଲୋକଙ୍କୁ ଥଇଥାନ କରିବାକୁୁ ଚାହୁଁଛନ୍ତି। ଏମାନେ ସେହି ଲୋକଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଚାହାନ୍ତି। ଉକ୍ତ ଦେଶରେ ୨.୫ ରୁ ୩ କୋଟି ସଂଖ୍ୟାଲଘୁ ଅଛନ୍ତି। ୧.୫ କୋଟି ଲୋକ ଏଠାକୁ ଆସିଗଲେ ରୋଜଗାର କେଉଁଠୁ ଆସିବ? ଏହା ହେଉଛି […] The post ସିଏଏ ଦେଶ ପାଇଁ ବହୁତ ଖରାପ, ପାକିସ୍ତାନୀଙ୍କ ଉପରେ ଖର୍ଚ୍ଚ ହେବ ଟଙ୍କା: କେଜ୍ରିଓ୍ବାଲ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ବନ୍ଧରେ ବଡ଼ ବୟାନ ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ସରକାରଙ୍କ ପାଖରେ ଭାରତର ଲୋକଙ୍କ ପାଇଁ ଟଙ୍କା ନାହିଁ। ମାତ୍ର ଏଠାରେ ପାକିସ୍ତାନ ଲୋକଙ୍କୁ ଥଇଥାନ କରିବାକୁୁ ଚାହୁଁଛନ୍ତି। ଏମାନେ ସେହି ଲୋକଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଚାହାନ୍ତି। ଉକ୍ତ ଦେଶରେ ୨.୫ ରୁ ୩ କୋଟି ସଂଖ୍ୟାଲଘୁ ଅଛନ୍ତି। ୧.୫ କୋଟି ଲୋକ ଏଠାକୁ ଆସିଗଲେ ରୋଜଗାର କେଉଁଠୁ ଆସିବ? ଏହା ହେଉଛି ଭାଜପାର ଭୋଟ ବ୍ୟାଙ୍କ ରାଜନୀତି। ଯେଉଁଠାରେ ଭାଜପାର ଭୋଟ କମ, ଭବିଷ୍ୟତରେ ସେଠାରେ ଲୋକଙ୍କୁ ରଖି ଦଳ ଭୋଟ ବ୍ୟାଙ୍କ ସୃଷ୍ଟି କରିବ ବୋଲି ସେ କହିଛନ୍ତି।
କେଜ୍ରିିୱାଲ କହିଛନ୍ତି, ଭାରତର ଲୋକଙ୍କୁ ରୋଜଗାର ଦିଆଯାଉ ନାହିଁ। ପାକିସ୍ତାନର ଲୋକଙ୍କୁ ରଖିବାକୁ ଚାହୁଁଛନ୍ତି। ସିଏଏ ଦେଶ ପାଇଁ ବହୁତ ଖରାପ। ଥରେ ପ୍ରକ୍ରିୟା ଆରମ୍ଭ ହୋଇଗଲେ ଏହା ବନ୍ଦ ହେବ ନାହିଁ। ବାଂଲାଦେଶରୁ ବହୁ ସଂଖ୍ୟକ ଲୋକେ ଅନୁପ୍ରବେଶ କରିଥିବାରୁ ଉତ୍ତର-ପୂର୍ବକୁ ଏହାର ସବୁଠୁ ବଡ କ୍ଷତି ସହିବାକୁ ପଡିବ। ସେମାନଙ୍କର ଭାଷା ବିପଦରେ ଅଛି। ସମଗ୍ର ଦେଶ ସିଏଏକୁ ବିରୋଧ କରୁଛି। ଯଦି ଭାଜପା ଏହାକୁ ପ୍ରତ୍ୟାହାର ନ କରେ ତେବେ ଆପଣମାନେ ନିର୍ବାଚନରେ ଏହାର ଜବାବ ଦେବା ଉଚିତ।
ଏହାଛଡ଼ା ପ୍ରାୟ ୧୧ ଲକ୍ଷ ବ୍ୟବସାୟୀ ଦେଶ ଛାଡିଛନ୍ତି। ଯଦି ଆପଣ ସେମାନଙ୍କୁ ଫେରାଇ ଆଣିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଫେରାଇ ଆଣନ୍ତୁ। ହରିୟାଣା ସରକାର ଲୋକଙ୍କୁ ଚାକିରୀ ପାଇଁ ଇସ୍ରାଏଲ ଯିବାକୁ କହିଛନ୍ତି। ଭାଜପା ହେଉଛି ଏକମାତ୍ର ଦଳ ଯିଏ ନିଜ ଦେଶରେ ଗରିବ ଦେଶର ଲୋକଙ୍କୁ ବସବାସ କରିବାକୁ ଦେଉଛି। ସିଏଏ ମାଧ୍ୟମରେ ସରକାର କହୁଛନ୍ତି ଯେ ଯଦି ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ସଂଖ୍ୟାଲଘୁମାନେ ଭାରତୀୟ ନାଗରିକତ୍ୱ ନେବାକୁ ଚାହାଁନ୍ତି, ତେବେ ସେମାନେ ଏହାକୁ ନେଇପାରିବେ ଏବଂ ସେମାନେ ଏଠାରେ ବସବାସ କରିପାରିବେ। ଆମର ଯୁବଗୋଷ୍ଠୀ ଚାକିରି ଉଦ୍ଦେଶ୍ୟରେ ହଟହଟା ହେଉଛନ୍ତି। ମହଙ୍ଗା ମାଡ଼ ହେଉଛି। ହେଲେ ସରକାର ସିଏଏ ବିଷୟରେ କହୁଛନ୍ତି।
The post ସିଏଏ ଦେଶ ପାଇଁ ବହୁତ ଖରାପ, ପାକିସ୍ତାନୀଙ୍କ ଉପରେ ଖର୍ଚ୍ଚ ହେବ ଟଙ୍କା: କେଜ୍ରିଓ୍ବାଲ appeared first on Dharitri Odia News.