ସିଏସ୍‌କେ ପାଇଁ ଖେଳିବେ ପନ୍ତ! ଧୋନୀଙ୍କ ନିକଟତର ଖୋଲିଦେଲେ ବଡ଼ ରାଜ୍‌

ନୂଆଦିଲ୍ଲୀ,୧।୧୧: ଆଇପିଏଲ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ରିଷଭ ପନ୍ତଙ୍କୁ ମୁକ୍ତ କରିଛି। ପନ୍ତ ୨୦୧୬ରେ ଆଇପିଏଲ ଡେବ୍ୟୁ କରିଥିଲେ ଏବଂ ସେବେଠାରୁ ସେ ଦିଲ୍ଲୀର ଏକ ଅଂଶ ହୋଇ ରହିଥିଲେ। କିନ୍ତୁ ବର୍ତ୍ତମାନ ଫ୍ରାଞ୍ଚାଇଜ ତାଙ୍କ ହାତ ଛାଡି ଦେଇଛି। ପନ୍ତଙ୍କ ରିଲିଜ୍‌ ପରେ ତୁରନ୍ତ ଏହା ସ୍ପଷ୍ଟ ହୋଇଗଲା ଯେ ସେ ୨୦୨୫ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ଦେଖିବାକୁ ମିଳିବ। ଏମଏସ ଧୋନୀଙ୍କ ନିକଟତର ଜଣେ ଏହା ପ୍ରକାଶ କରିଛନ୍ତି। […] The post ସିଏସ୍‌କେ ପାଇଁ ଖେଳିବେ ପନ୍ତ! ଧୋନୀଙ୍କ ନିକଟତର ଖୋଲିଦେଲେ ବଡ଼ ରାଜ୍‌ appeared first on Dharitri Odia News.

ସିଏସ୍‌କେ ପାଇଁ ଖେଳିବେ ପନ୍ତ! ଧୋନୀଙ୍କ ନିକଟତର ଖୋଲିଦେଲେ ବଡ଼ ରାଜ୍‌

ନୂଆଦିଲ୍ଲୀ,୧।୧୧: ଆଇପିଏଲ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ରିଷଭ ପନ୍ତଙ୍କୁ ମୁକ୍ତ କରିଛି। ପନ୍ତ ୨୦୧୬ରେ ଆଇପିଏଲ ଡେବ୍ୟୁ କରିଥିଲେ ଏବଂ ସେବେଠାରୁ ସେ ଦିଲ୍ଲୀର ଏକ ଅଂଶ ହୋଇ ରହିଥିଲେ। କିନ୍ତୁ ବର୍ତ୍ତମାନ ଫ୍ରାଞ୍ଚାଇଜ ତାଙ୍କ ହାତ ଛାଡି ଦେଇଛି। ପନ୍ତଙ୍କ ରିଲିଜ୍‌ ପରେ ତୁରନ୍ତ ଏହା ସ୍ପଷ୍ଟ ହୋଇଗଲା ଯେ ସେ ୨୦୨୫ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ଦେଖିବାକୁ ମିଳିବ। ଏମଏସ ଧୋନୀଙ୍କ ନିକଟତର ଜଣେ ଏହା ପ୍ରକାଶ କରିଛନ୍ତି।

ସେ ଅନ୍ୟ କେହି ନୁହନ୍ତି ବରଂ ଧୋନୀଙ୍କ ଅତି ଘନିଷ୍ଠ ତଥା ପ୍ରିୟ ବନ୍ଧୁ ସୁରେଶ ରାଇନା ଏହି ଖବରର ରାଜ୍‌ ଖୋଲି କହିଛନ୍ତି, ପନ୍ତ ଖୁବ ଶୀଘ୍ର ଚେନ୍ନାଇର ହଳଦିଆ ଜର୍ସି ପିନ୍ଧିଥିବାର ନଜର ଆସିବେ। ରାଇନା କହିଛନ୍ତି, “ମୁଁ ଦିଲ୍ଲୀରେ ଧୋନୀଙ୍କୁ ଭେଟିଥିଲି ଏବଂ ପନ୍ତ ମଧ୍ୟ ସେଠାରେ ଥିଲେ। କେହି ଜଣେ ଶୀଘ୍ର ହଳଦିଆ ଜର୍ସି ପିନ୍ଧିବେ।

ରାଇନାଙ୍କ ଏହି ବିବୃତ୍ତି ସ୍ପଷ୍ଟ କରୁଛି ଯେ ଚେନ୍ନାଇ ଆଇପିଏଲ ୨୦୨୫ର ମେଗା ନିଲାମରେ ପନ୍ତଙ୍କୁ କିଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବ । ପ୍ରକାଶ ଥାଉକି, ରଖାଯାଇଥିବା ଖେଳାଳିଙ୍କ ତାଲିକା ପ୍ରକାଶ ପାଇବା ପୂର୍ବରୁ ମଧ୍ୟ ଅନେକ ରିପୋର୍ଟ ଦାବି କରିଥିଲେ ଯେ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସରୁ ମୁକ୍ତ କରାଯିବ ଏବଂ ତାଙ୍କୁ ଆଗାମୀ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସର ଜର୍ସିରେ ଦେଖିବାକୁ ମିଳିବ। ବର୍ତ୍ତମାନ ଆଇପିଏଲ ୨୦୨୫ ରେ କେଉଁ ଦଳରେ ପନ୍ତଙ୍କୁ ଦେଖିବାକୁ ମିଳିବ ତାହା ଆକର୍ଷଣୀୟ ହେବ।

 

The post ସିଏସ୍‌କେ ପାଇଁ ଖେଳିବେ ପନ୍ତ! ଧୋନୀଙ୍କ ନିକଟତର ଖୋଲିଦେଲେ ବଡ଼ ରାଜ୍‌ appeared first on Dharitri Odia News.