ସିକ୍ରେଟ୍‌ ଗର୍ଲଫ୍ରେଣ୍ଡକୁ ନେଇ ଚର୍ଚ୍ଚାରେ ମୁନାଓ୍ବର ଫାରୁକି

ବମ୍ବେ: ବିଗ୍‌ବସ୍‌ ୧୭ ବିଜେତା ମୁନାଓ୍ବର ଫାରୁକି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ରିଆଲିଟି ଶୋ’ରେ ସାମିଲ ହେବା ପରଠାରୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ବ୍ୟକ୍ତିଗତ ଜୀବନ ଦେଖିଲେ ମୁନାଓ୍ବର ଛାଡ଼ପତ୍ର ପାଇଛନ୍ତି। ତାଙ୍କର ଏକ ପୁଅ ଅଛି। ଏହାଛଡ଼ା ସେ ନିଜର ପ୍ରେମିକାମାନଙ୍କୁ ନେଇ ମଧ୍ୟ ବିବାଦରେ ରହିଥାନ୍ତି। ବିଗ୍‌ବସ୍‌ ସମୟରେ ତାଙ୍କ ପୂର୍ବ ପ୍ରେମିକା ଆୟେଶା ଖାନ୍‌ […] The post ସିକ୍ରେଟ୍‌ ଗର୍ଲଫ୍ରେଣ୍ଡକୁ ନେଇ ଚର୍ଚ୍ଚାରେ ମୁନାଓ୍ବର ଫାରୁକି appeared first on Dharitri Odia News.

ସିକ୍ରେଟ୍‌ ଗର୍ଲଫ୍ରେଣ୍ଡକୁ ନେଇ ଚର୍ଚ୍ଚାରେ ମୁନାଓ୍ବର ଫାରୁକି

ବମ୍ବେ: ବିଗ୍‌ବସ୍‌ ୧୭ ବିଜେତା ମୁନାଓ୍ବର ଫାରୁକି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ରିଆଲିଟି ଶୋ’ରେ ସାମିଲ ହେବା ପରଠାରୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି।

ବ୍ୟକ୍ତିଗତ ଜୀବନ ଦେଖିଲେ ମୁନାଓ୍ବର ଛାଡ଼ପତ୍ର ପାଇଛନ୍ତି। ତାଙ୍କର ଏକ ପୁଅ ଅଛି। ଏହାଛଡ଼ା ସେ ନିଜର ପ୍ରେମିକାମାନଙ୍କୁ ନେଇ ମଧ୍ୟ ବିବାଦରେ ରହିଥାନ୍ତି। ବିଗ୍‌ବସ୍‌ ସମୟରେ ତାଙ୍କ ପୂର୍ବ ପ୍ରେମିକା ଆୟେଶା ଖାନ୍‌ ତାଙ୍କୁ ନେଇ ଅନେକ ଖୁଲାସା କରିଥିଲେ। ଗୋଟିଏ ସମୟରେ ସେ ଦୁଇଜଣଙ୍କୁ ଡେଟ୍‌ କରୁଥିବା କହିଥିଲେ। ଏହାକୁ ନେଇ ମୁନାଓ୍ବରଙ୍କୁ ଟ୍ରୋଲ କରାଯାଇଥିଲା। ଏବେ ମୁନାଓ୍ବର କାହାକୁ ଡେଟ୍‌ କରୁଛନ୍ତି ତାହା ସିକ୍ରେଟ୍‌ ରହିଛି।

ଏବେ ନିଜର ସମ୍ପର୍କକୁ ପ୍ରାଇଭେଟ୍‌ ରଖିଛନ୍ତି ମୁନାଓ୍ବର। ନିକଟରେ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେ ପ୍ରେମିକାଙ୍କ ହାତ ଧରି ଫଟୋ ଶେୟାର କରିଛନ୍ତି। ଏଥିସହ ଏକ ରୋମାଣ୍ଟିକ୍‌ ଗୀତ ମଧ୍ୟ ଡେଡିକେଟ୍‌ କରିଛନ୍ତି। ଏହି ଷ୍ଟୋରୀ ବେଶ ଭାଇରାଲ ହେଉଛି।

The post ସିକ୍ରେଟ୍‌ ଗର୍ଲଫ୍ରେଣ୍ଡକୁ ନେଇ ଚର୍ଚ୍ଚାରେ ମୁନାଓ୍ବର ଫାରୁକି appeared first on Dharitri Odia News.