‘ସିଙ୍ଗଡ଼ା ଓ ଜିଲାପୀ ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ’ ଖବର ଫେକ୍, PIB କଲା ଫ୍ୟାକ୍ଟ ଚେକ୍‌

ନୂଆଦିଲ୍ଲୀ: ନିକଟରେ କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ସିଙ୍ଗଡ଼ା, ଜିଲାପୀ ଏବଂ ଲଡୁ ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ। ଏଭଳି ଖାଦ୍ୟ ଠାରୁ ଦୂରେଇ ରହିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚେତାବନୀ ଦେଇଛି। ଯାହାକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଥିଲା। ହେଲେ ଏବେ ପିଆଇବି ଫ୍ୟାକ୍ଟ ଚେକ୍‌ରେ ଏହାକୁ ସଂପୂର୍ଣ୍ଣ ମିଥ୍ୟା ଖବର ବୋଲି କୁହାଯାଇଛି। ମଙ୍ଗଳବାର ପିଆଇବି ପକ୍ଷରୁ ଜାରି ଫ୍ୟାକ୍ଟ ଚେକ୍‌ ରିପୋର୍ଟରେ ଏହି ଗଣମାଧ୍ୟମ ରିପୋର୍ଟକୁ ବିଭ୍ରାନ୍ତିକର, ଭୁଲ ଏବଂ ଭିତ୍ତିହୀନ ବୋଲି କୁହାଯାଇଛି। ଫ୍ୟାକ୍ଟ ଚେକ୍‌ରେ କୁହାଯାଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନରେ ବିକ୍ରେତାଙ୍କୁ ଏଭଳି ଖାଦ୍ୟ ଉପରେ ଚେତାବନୀ ଲେବଲ ଲଗାଇବାକୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। ବରଂ ଏଥିରେ ଲବି, କ୍ୟାଣ୍ଟିନ, କ୍ୟାଫେଟେରିଆ, ମିଟିଂ ରୁମ୍ ଆଦିରେ ବୋର୍ଡ ଲଗାଇବାକୁ ପରାମର୍ଶ ଦିଆଯାଇଛି। ଯେଉଁଥିରେ ବିଭିନ୍ନ ଖାଦ୍ୟ ପଦାର୍ଥରେ ଥିବା ଅତିରିକ୍ତ ଫ୍ୟାଟ୍ ଏବଂ ସୁଗାର ବିଷୟରେ ସୂଚନା ରହିବ। ଯାହାଦ୍ବାରା ଫ୍ୟାଟ ଏବଂ ସୁଗାର ଅତ୍ୟଧିକ ହେଲେ ଶରୀର ଉପରେ ଏହାର କିଭଳି କ୍ଷତିକାରକ ପ୍ରଭାବ ପଡ଼ିଥାଏ ସେ ବିଷୟରେ ଲୋକଙ୍କୁ ସଚେତନ କରାଯାଇପାରିବ। Some media reports claim that the @MoHFW_INDIA has issued a health warning on food products such as samosas, jalebi, and laddoo.#PIBFactCheck✅This c

‘ସିଙ୍ଗଡ଼ା ଓ ଜିଲାପୀ ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ’ ଖବର ଫେକ୍, PIB କଲା ଫ୍ୟାକ୍ଟ ଚେକ୍‌

ନୂଆଦିଲ୍ଲୀ: ନିକଟରେ କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ସିଙ୍ଗଡ଼ା, ଜିଲାପୀ ଏବଂ ଲଡୁ ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ। ଏଭଳି ଖାଦ୍ୟ ଠାରୁ ଦୂରେଇ ରହିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚେତାବନୀ ଦେଇଛି। ଯାହାକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଥିଲା। ହେଲେ ଏବେ ପିଆଇବି ଫ୍ୟାକ୍ଟ ଚେକ୍‌ରେ ଏହାକୁ ସଂପୂର୍ଣ୍ଣ ମିଥ୍ୟା ଖବର ବୋଲି କୁହାଯାଇଛି। 

ମଙ୍ଗଳବାର ପିଆଇବି ପକ୍ଷରୁ ଜାରି ଫ୍ୟାକ୍ଟ ଚେକ୍‌ ରିପୋର୍ଟରେ ଏହି ଗଣମାଧ୍ୟମ ରିପୋର୍ଟକୁ ବିଭ୍ରାନ୍ତିକର, ଭୁଲ ଏବଂ ଭିତ୍ତିହୀନ ବୋଲି କୁହାଯାଇଛି। ଫ୍ୟାକ୍ଟ ଚେକ୍‌ରେ କୁହାଯାଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନରେ ବିକ୍ରେତାଙ୍କୁ ଏଭଳି ଖାଦ୍ୟ ଉପରେ ଚେତାବନୀ ଲେବଲ ଲଗାଇବାକୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। 

ବରଂ ଏଥିରେ ଲବି, କ୍ୟାଣ୍ଟିନ, କ୍ୟାଫେଟେରିଆ, ମିଟିଂ ରୁମ୍ ଆଦିରେ ବୋର୍ଡ ଲଗାଇବାକୁ ପରାମର୍ଶ ଦିଆଯାଇଛି। ଯେଉଁଥିରେ ବିଭିନ୍ନ ଖାଦ୍ୟ ପଦାର୍ଥରେ ଥିବା ଅତିରିକ୍ତ ଫ୍ୟାଟ୍ ଏବଂ ସୁଗାର ବିଷୟରେ ସୂଚନା ରହିବ। ଯାହାଦ୍ବାରା ଫ୍ୟାଟ ଏବଂ ସୁଗାର ଅତ୍ୟଧିକ ହେଲେ ଶରୀର ଉପରେ ଏହାର କିଭଳି କ୍ଷତିକାରକ ପ୍ରଭାବ ପଡ଼ିଥାଏ ସେ ବିଷୟରେ ଲୋକଙ୍କୁ ସଚେତନ କରାଯାଇପାରିବ। 




କ’ଣ ଥିଲା ଗଣମାଧ୍ୟମ ରିପୋର୍ଟରେ ?

ପ୍ରକୃତରେ କିଛି ଗଣମାଧ୍ୟମରେ ଦାବି କରାଯାଇଥିଲା ଯେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସିଙ୍ଗଡ଼ା, ଜିଲାପୀ ଏବଂ ଲଡୁ ଭଳି ଖାଦ୍ୟ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ। ଏଥିପାଇଁ ଏସବୁ ଖାଦ୍ୟ ଉପରେ ଚେତାବନୀ ଜାରି କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।