ସିଜିମାଲି ଖଣି ଖନନ କାର୍ଯ୍ୟ ଶୀଘ୍ର ଆରମ୍ଭ ନେଇ ଭବାନୀପାଟଣାରେ ବିଶାଳ ଶୋଭାଯାତ୍ରା
ଭବାନୀପାଟଣା,୧୬।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସୀମାନ୍ତରେ ଥିବା ସିଜିମାଲି ଖଣି ଖନନ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ଦାବି ନେଇ ସ୍ଥାନୀୟ ପ୍ରଭାବିତ ଅଞ୍ଚଳବାସୀଙ୍କ ପକ୍ଷରୁ ଶନିବାର ଭବାନୀପାଟଣାରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରା ସହରର ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରୁ ବାହାରି ସହର ପରିକ୍ରମା ପରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚତ୍ଥିଲା। ଏଥିରେ ଥୁଆମୂଳ ରାମପୁର ବ୍ଲକର ୩ ଶହରୁ ଊଦ୍ଧର୍ବ ଗ୍ରାମର ୧୦ ହଜାର ଲୋକେ ସାମିଲ […] The post ସିଜିମାଲି ଖଣି ଖନନ କାର୍ଯ୍ୟ ଶୀଘ୍ର ଆରମ୍ଭ ନେଇ ଭବାନୀପାଟଣାରେ ବିଶାଳ ଶୋଭାଯାତ୍ରା appeared first on Dharitri Odia News.
ଭବାନୀପାଟଣା,୧୬।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସୀମାନ୍ତରେ ଥିବା ସିଜିମାଲି ଖଣି ଖନନ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ଦାବି ନେଇ ସ୍ଥାନୀୟ ପ୍ରଭାବିତ ଅଞ୍ଚଳବାସୀଙ୍କ ପକ୍ଷରୁ ଶନିବାର ଭବାନୀପାଟଣାରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରା ସହରର ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରୁ ବାହାରି ସହର ପରିକ୍ରମା ପରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚତ୍ଥିଲା। ଏଥିରେ ଥୁଆମୂଳ ରାମପୁର ବ୍ଲକର ୩ ଶହରୁ ଊଦ୍ଧର୍ବ ଗ୍ରାମର ୧୦ ହଜାର ଲୋକେ ସାମିଲ ହୋଇଥିଲେ। ପରେ ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ସିଜିମାଲି ଖଣି ଖନନ ହେଲେ ଥୁଆମୂଳ ରାମପୁର ଅଞ୍ଚଳର ଉନ୍ନତି ହେବା ସହ ବେକାରି ଓ ଦାଦନ ସମସ୍ୟା ଦୂର ହେବ। ତେଣୁ ଅଞ୍ଚଳର ୧୫,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଦସ୍ତଖତ ସହ ସିଜିମାଳି ଓ ମୈତ୍ରୀ କମ୍ପାନୀକୁ ସମର୍ଥନ କରୁଥିବା ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ସମୟରେ ଅଞ୍ଚଳର ୧୦ ହଜାରରୁ ଊର୍ଦ୍ଧ୍ୱ ପରିବାର ଆର୍ଥିକ, ସ୍ବାସ୍ଥ୍ୟ ସେବା, ଶିକ୍ଷା, ନିଯୁକ୍ତି ଆଦି କ୍ଷେତ୍ରରେ ସୁବିଧାସୁଯୋଗ ପାଉଛନ୍ତି। ଏହାସହ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ମଧ୍ୟ ମୈତ୍ରୀ ଇନଫ୍ରା ତରଫରୁ କରାଯାଉଛି। ଏପରିସ୍ଥଳେ କେତେଜଣ ବାହାର ଲୋକ ଆସି ନିଜ ସ୍ବାର୍ଥ ପାଇଁ କମ୍ପାନୀକୁ ବିରୋଧ କରିବାକୁ ଅଞ୍ଚଳର ନିରୀହ ଆଦିବାସୀଙ୍କୁ ମତାଉଛନ୍ତି। ତେଣୁ ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯାଉ ବୋଲି ଦାବି କରାଯାଇଛି। ଏହାର ଏକକିତା ନକଲ ମୁଖ୍ୟ ଶାସନ ସଚିବ, ଡିଜିପି, କୋରାପୁଟ ଡ଼ିଆଇଜି, ଆର୍ଡିସି ବ୍ରହ୍ମପୁର ଓ କଳାହାଣ୍ଡି ଏସ୍ପିଙ୍କୁ ପ୍ରେରଣ କରାଯାଇଛି।
The post ସିଜିମାଲି ଖଣି ଖନନ କାର୍ଯ୍ୟ ଶୀଘ୍ର ଆରମ୍ଭ ନେଇ ଭବାନୀପାଟଣାରେ ବିଶାଳ ଶୋଭାଯାତ୍ରା appeared first on Dharitri Odia News.