ସିଣ୍ଢୋଲ ହାଇସ୍କୁଲ ରେ ନିଶା ନିବାରଣ ପାଇଁ ସଚେତନତା କାର୍ଯ୍ୟକ୍ରମ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଶ୍ରୀ ଗୁପ୍ତେଶ୍ୱର ହାଇସ୍କୁଲ ସିଣ୍ଡୋଲ ଠାରେ ନିଶା ନିବାରଣ ପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ସ୍ତରୀୟ ନିଶା ନିବାରଣ ସମନ୍ନୟ ସମିତି ଆହ୍ୱାନ କ୍ରମେ ନିଶା ନିବାରଣ କେନ୍ଦ୍ର ମାଟୁପାଲି ତରଫରୁ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ଶମ୍ଭୁରାଜ କର୍ଣ୍ଣଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ଯକ୍ରମରେ ପ୍ରଧାନ ଶିକ୍ଷକ ନୀଳାମ୍ବର ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ […] The post ସିଣ୍ଢୋଲ ହାଇସ୍କୁଲ ରେ ନିଶା ନିବାରଣ ପାଇଁ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.

ସିଣ୍ଢୋଲ ହାଇସ୍କୁଲ ରେ ନିଶା ନିବାରଣ ପାଇଁ ସଚେତନତା କାର୍ଯ୍ୟକ୍ରମ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଶ୍ରୀ ଗୁପ୍ତେଶ୍ୱର ହାଇସ୍କୁଲ ସିଣ୍ଡୋଲ ଠାରେ ନିଶା ନିବାରଣ ପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ସ୍ତରୀୟ ନିଶା ନିବାରଣ ସମନ୍ନୟ ସମିତି ଆହ୍ୱାନ କ୍ରମେ ନିଶା ନିବାରଣ କେନ୍ଦ୍ର ମାଟୁପାଲି ତରଫରୁ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ଶମ୍ଭୁରାଜ କର୍ଣ୍ଣଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ଯକ୍ରମରେ ପ୍ରଧାନ ଶିକ୍ଷକ ନୀଳାମ୍ବର ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନିର୍ବନ୍ଧ ଲେଖନୀର ପ୍ରତିଯୋଗିତା ହୋଇଥିଲା । ଏଥିରେ ପ୍ରଥମ ସ୍ଥାନ ଇନ୍ଦ୍ରାଣୀ ବାଘ , ଦ୍ଵିତୀୟରେ ଲିପ୍ସା ନାଗ ଓ ତୃତୀୟ ସ୍ଥାନରେ ଲୋଭଳି ବିଶି ଓ ସାଇନେଶ୍ରୀ ବେହେରା ଚୟନ ହୋଇ ମାନପତ୍ର ସହିତ ଅର୍ଥ ରାଶି ବିଜୟୀ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଶେଷରେ ଗୈାରବ ଦିଗଲ ଧନ୍ୟବାଦ ଅର୍ପଣ ଦେଇଥିଲେ ।

The post ସିଣ୍ଢୋଲ ହାଇସ୍କୁଲ ରେ ନିଶା ନିବାରଣ ପାଇଁ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.