ସିବିଆଇ ଗଲା ପରେ ରାଜନୀତି ତେଜିଲା: ମୁହଁ ଖୋଲିଲେ ମନ୍ତ୍ରୀ, ଇସ୍ତଫା ଦାବି କଲେ ବିରୋଧି

କନକ ବ୍ୟୁରୋ: ରାଜ୍ୟରୁ ସିବିଆଇ ଗଲା ପରେ ତେଜିଲା ରାଜନୀତି । ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାରେ ସଫେଇ ରଖିଲେ ମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା କେଉଁ ପ୍ରସଙ୍ଗରେ ସିବିଆଇ ବିଷ୍ଣୁପଦ ସେଠୀଙ୍କୁ ସମନ କରିଛି, ସ୍ପଷ୍ଟ ହୋଇ ନାହିଁ । ଏନେଇ ଜଣାପଡ଼ିବା ପରେ ସିବିଆଇ କ’ଣ କାର୍ଯ୍ୟାନୁଷ୍ଠାନ ନେବ, ତାକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି। ସେପଟେ ସଚିବଙ୍କୁ ସମନ ପରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ସିବିଆଇ ସମନ ପରେ ଆଇଏଏସ୍‌ ବିଷ୍ଣୁପଦ ସେଠୀ ହାଜର ହେଲେ ନା ନାହିଁ ତାହା ଆଜିଯାଏ ଅସ୍ପଷ୍ଟ ରହିଛି। ଏହାରି ଭିତରେ ଦିଲ୍ଲୀରୁ ଆସିଥିବା ସିବିଆଇ ଟିମ୍ ଫେରିଯାଇଛି। ଆଉ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଟିମ୍ ଫେରିଯିବା ପରେ ସାମ୍ନାକୁ ଆସିଛନ୍ତି ବିଭାଗୀୟ ମନ୍ତ୍ରୀ। ସଚିବଙ୍କୁ ସମନ ପରେ ପ୍ରଥମଥର ପାଇଁ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଦୁର୍ନୀତିରେ ତାଙ୍କ ସରକାରଙ୍କର କୈଣସି ସଂପୃକ୍ତି ନଥିବା ସଫେଇ ଦେବା ସହ କଡା ଆଭିମୁଖ୍ୟ ଦେଖାଇଛନ୍ତି ମନ୍ତ୍ରୀ।  ମନ୍ତ୍ରୀ ନିରବତା ଭାଙ୍ଗିବା ପରେ ପୁଣି ସକ୍ରିୟ ହୋଇଛନ୍ତି ବିରୋଧୀ। ଯେଉଁଠି ସଚିବ ଦୁର୍ନୀତି କଲେ, ବିଭାଗୀୟ ମନ୍ତ୍ରୀ କେମିତି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି। ଏପିରିକି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ। ହେଲେ ଏଥିପାଇଁ ପୂର୍ବ ସରକାରକୁ ଦାୟୀ କରିବା ସହ ମୋହ

ସିବିଆଇ ଗଲା ପରେ ରାଜନୀତି ତେଜିଲା: ମୁହଁ ଖୋଲିଲେ ମନ୍ତ୍ରୀ, ଇସ୍ତଫା ଦାବି କଲେ ବିରୋଧି

କନକ ବ୍ୟୁରୋ: ରାଜ୍ୟରୁ ସିବିଆଇ ଗଲା ପରେ ତେଜିଲା ରାଜନୀତି । ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାରେ ସଫେଇ ରଖିଲେ ମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା କେଉଁ ପ୍ରସଙ୍ଗରେ ସିବିଆଇ ବିଷ୍ଣୁପଦ ସେଠୀଙ୍କୁ ସମନ କରିଛି, ସ୍ପଷ୍ଟ ହୋଇ ନାହିଁ । ଏନେଇ ଜଣାପଡ଼ିବା ପରେ ସିବିଆଇ କ’ଣ କାର୍ଯ୍ୟାନୁଷ୍ଠାନ ନେବ, ତାକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି। ସେପଟେ ସଚିବଙ୍କୁ ସମନ ପରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ।

ସିବିଆଇ ସମନ ପରେ ଆଇଏଏସ୍‌ ବିଷ୍ଣୁପଦ ସେଠୀ ହାଜର ହେଲେ ନା ନାହିଁ ତାହା ଆଜିଯାଏ ଅସ୍ପଷ୍ଟ ରହିଛି। ଏହାରି ଭିତରେ ଦିଲ୍ଲୀରୁ ଆସିଥିବା ସିବିଆଇ ଟିମ୍ ଫେରିଯାଇଛି। ଆଉ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଟିମ୍ ଫେରିଯିବା ପରେ ସାମ୍ନାକୁ ଆସିଛନ୍ତି ବିଭାଗୀୟ ମନ୍ତ୍ରୀ। ସଚିବଙ୍କୁ ସମନ ପରେ ପ୍ରଥମଥର ପାଇଁ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଦୁର୍ନୀତିରେ ତାଙ୍କ ସରକାରଙ୍କର କୈଣସି ସଂପୃକ୍ତି ନଥିବା ସଫେଇ ଦେବା ସହ କଡା ଆଭିମୁଖ୍ୟ ଦେଖାଇଛନ୍ତି ମନ୍ତ୍ରୀ। 

ମନ୍ତ୍ରୀ ନିରବତା ଭାଙ୍ଗିବା ପରେ ପୁଣି ସକ୍ରିୟ ହୋଇଛନ୍ତି ବିରୋଧୀ। ଯେଉଁଠି ସଚିବ ଦୁର୍ନୀତି କଲେ, ବିଭାଗୀୟ ମନ୍ତ୍ରୀ କେମିତି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି। ଏପିରିକି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ। ହେଲେ ଏଥିପାଇଁ ପୂର୍ବ ସରକାରକୁ ଦାୟୀ କରିବା ସହ ମୋହନ ସରକାରରେ ଦୁର୍ନୀତିର ସ୍ଥାନ ନାହିଁ ବୋଲି ସଫାସଫା କହିଦେଇଛନ୍ତି ମନ୍ତ୍ରୀ। 

ପୂର୍ବରୁ ଅନେକ ଥର ରାଜ୍ୟକୁ ସିବିଆଇ ଆସି ନେତା ଓ ଅଫିସରଙ୍କୁ ଘାଣ୍ଟିଛି। ହେଲେ କୈଣସି ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ତେଣୁ ବିଷ୍ଣୁପଦ ସେଠୀଙ୍କ ବିରୋଧରେ କଣ ଆକ୍ସନ ହେବ ଓ ଆଗକୁ ବିରୋଧି କି ପ୍ରକାର ଆଭିମୁଖ୍ୟ ଦେଖାଇବେ ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ ।