ସିବିଆଇ ପଞ୍ଝାରେ ଇଡି ଡେପୁଟି ଡାଇରେକ୍ଟର, ରେଡ୍ ଭୟ ଦେଖାଇ ବ୍ୟବସାୟୀଙ୍କ ଲୁଟ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ

ଭୁବନେଶ୍ବର: ସିବିଆଇ ପଞ୍ଝାରେ ଇଡି ଡେପୁଟି ଡାଇରେକ୍ଟର। ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ଏହି ଇଡି ଅଧିକାରୀଙ୍କୁ ଧରିଛି ସିବିଆଇ। ଇଡିର ଏହି ଅଧିକାରୀ ହେଉଛନ୍ତି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ । ପ୍ରାୟ ୨୦ ଲକ୍ଷ ଟଙ୍କା ଲାଞ୍ଚ ସହ ସହିଦନଗରୁ ତାଙ୍କୁ ଧରିଛି ସିବିଆଇ ଟିମ୍। ସୂଚନା ଅନୁଯାୟୀ, ରତିକାନ୍ତ ରାଉତ ନାମକ ଜଣେ ମାଇନ୍ସ ବ୍ୟବସାୟୀଙ୍କୁ ରେଡ ଭୟ ଦେଖାଉଥିଲେ ଡେପୁଟି ଡାଇରେକ୍ଟର। ପ୍ରଥମେ ଇଡି ପକ୍ଷରୁ ପୂର୍ବରୁ ଜାନୁଆରୀ ୮ ତାରିଖରେ ଢେଙ୍କାନାଳ, କେଉଁଝର, କଟକ, ଭୁବନେଶ୍ୱର ଭଳି ବହୁ ସ୍ଥାନରେ ଥିବା ରତିକାନ୍ତ ରାଉତଙ୍କୁ କମ୍ପାନୀ, ଘର ସବୁଠି ରେଡ କରିଥିଲେ। ଏମିତିରେ ପୁଣି ରେଡ୍‌ ପାଇଁ ଭୟ ଦେଖାଇ ୫ କୋଟି ଡିଲ୍‌ କରିଥିଲେ ଚିନ୍ତନ।ବଡ଼ କଥା ହେଲା, ଏହି ଡିଲ୍‌ ସେ ଜଣେ ଦଲାଲ କରୁଥିଲେ ନେଉଥିଲେ। ଆଉ ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ନେଉଥିଲେ। ଏହି ଟଙ୍କା ଦଲାଲ ରତିକାନ୍ତଙ୍କ ଠାରୁ ନେଇ ସହିଦନଗଠାରେ ଚିନ୍ତନଙ୍କୁ ଦେଉଥିବାବେଳେ ମାଡ଼ିବସିଲା ସିବିଆଇ। ତେବେ ଉଭୟଙ୍କୁ ସିବିଆଇ ଟିମ୍ ସିବିଆଇ କାର୍ଯ୍ୟାଳୟରେ ଆଣି ପଚରାଉଚରା ଚଳାଇଛି । 

ସିବିଆଇ ପଞ୍ଝାରେ ଇଡି ଡେପୁଟି ଡାଇରେକ୍ଟର, ରେଡ୍ ଭୟ ଦେଖାଇ ବ୍ୟବସାୟୀଙ୍କ ଲୁଟ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ

ଭୁବନେଶ୍ବର: ସିବିଆଇ ପଞ୍ଝାରେ ଇଡି ଡେପୁଟି ଡାଇରେକ୍ଟର। ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ଏହି ଇଡି ଅଧିକାରୀଙ୍କୁ ଧରିଛି ସିବିଆଇ। ଇଡିର ଏହି ଅଧିକାରୀ ହେଉଛନ୍ତି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ । ପ୍ରାୟ ୨୦ ଲକ୍ଷ ଟଙ୍କା ଲାଞ୍ଚ ସହ ସହିଦନଗରୁ ତାଙ୍କୁ ଧରିଛି ସିବିଆଇ ଟିମ୍। 

ସୂଚନା ଅନୁଯାୟୀ, ରତିକାନ୍ତ ରାଉତ ନାମକ ଜଣେ ମାଇନ୍ସ ବ୍ୟବସାୟୀଙ୍କୁ ରେଡ ଭୟ ଦେଖାଉଥିଲେ ଡେପୁଟି ଡାଇରେକ୍ଟର। ପ୍ରଥମେ ଇଡି ପକ୍ଷରୁ ପୂର୍ବରୁ ଜାନୁଆରୀ ୮ ତାରିଖରେ ଢେଙ୍କାନାଳ, କେଉଁଝର, କଟକ, ଭୁବନେଶ୍ୱର ଭଳି ବହୁ ସ୍ଥାନରେ ଥିବା ରତିକାନ୍ତ ରାଉତଙ୍କୁ କମ୍ପାନୀ, ଘର ସବୁଠି ରେଡ କରିଥିଲେ। ଏମିତିରେ ପୁଣି ରେଡ୍‌ ପାଇଁ ଭୟ ଦେଖାଇ ୫ କୋଟି ଡିଲ୍‌ କରିଥିଲେ ଚିନ୍ତନ।

ବଡ଼ କଥା ହେଲା, ଏହି ଡିଲ୍‌ ସେ ଜଣେ ଦଲାଲ କରୁଥିଲେ ନେଉଥିଲେ। ଆଉ ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ନେଉଥିଲେ। ଏହି ଟଙ୍କା ଦଲାଲ ରତିକାନ୍ତଙ୍କ ଠାରୁ ନେଇ ସହିଦନଗଠାରେ ଚିନ୍ତନଙ୍କୁ ଦେଉଥିବାବେଳେ ମାଡ଼ିବସିଲା ସିବିଆଇ। ତେବେ ଉଭୟଙ୍କୁ ସିବିଆଇ ଟିମ୍ ସିବିଆଇ କାର୍ଯ୍ୟାଳୟରେ ଆଣି ପଚରାଉଚରା ଚଳାଇଛି ।