ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ଆରଜି କର ହସ୍ପିଟାଲ୍ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ
କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିଛି।ଆରଜି କର ହସ୍ପିଟାଲ୍ରେ ଆର୍ଥିକ ଅନିୟମିତତାକୁ ନେଇ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସନ୍ଦୀପ ଘୋଷଙ୍କୁ ଲଗାତାର ଜେରା କରିଥିଲେ। ସେ ହସ୍ପିଟାଲ୍ର ଆର୍ଥିକ ଅନିୟମିତା ମାମଲାରେ ଏଜେନ୍ସିର ରାଡାରରେ ଥିଲେ। ପୂର୍ବରୁ ହିଁ ତାଙ୍କ ଏବଂ ଅନ୍ୟ ସଂସ୍ଥା ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା। ସିବିଆଇ ହସ୍ପିଟାଲ୍ର ପୂର୍ବତନ ଉପ ଅଧୀକ୍ଷକ ଅଖତର ଅଲ୍ଲୀଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଉଲ୍ଲେଖନୀୟ ପଶ୍ଚିମବଙ୍ଗର ଆରଜି କର ହସ୍ପିଟାଲ୍ରେ ଜଣେ ମହିଲା ଟ୍ରେନି ଡାକ୍ତରଙ୍କୁ ଅଗଷ୍ଟ ୯ ତାରିଖରେ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସମଗ୍ର ଦେଶରେ ଆକ୍ରୋଶର ମାହୋଲ। ଘଟଣାକୁ ବିରୋଧ କରି ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ଆନ୍ଦୋଳନ ୨୫ତମ ଦିନରେ ପହଞ୍ଚିଛି। ହଡ଼ତାଲ କରୁଥିବା ଡାକ୍ତର ଏବଂ କର୍ମଚାରୀମାନେ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସସପେଣ୍ଡ କରିବାକୁ ଦାବି କରିଥିଲେ। ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସନ୍ଦିଗ୍ଧଙ୍କ ମଧ୍ୟରୁ ସେ ଜଣେ ଥିବା ଅଭିଯୋଗ ମଧ୍ୟ ହୋଇଛି। ଏହା ସହିତ ସଂସ୍ଥାର ଆର୍ଥିକ ଅନିୟମିତତାରେ ସନ୍ଦୀ
କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିଛି।ଆରଜି କର ହସ୍ପିଟାଲ୍ରେ ଆର୍ଥିକ ଅନିୟମିତତାକୁ ନେଇ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସନ୍ଦୀପ ଘୋଷଙ୍କୁ ଲଗାତାର ଜେରା କରିଥିଲେ। ସେ ହସ୍ପିଟାଲ୍ର ଆର୍ଥିକ ଅନିୟମିତା ମାମଲାରେ ଏଜେନ୍ସିର ରାଡାରରେ ଥିଲେ। ପୂର୍ବରୁ ହିଁ ତାଙ୍କ ଏବଂ ଅନ୍ୟ ସଂସ୍ଥା ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା। ସିବିଆଇ ହସ୍ପିଟାଲ୍ର ପୂର୍ବତନ ଉପ ଅଧୀକ୍ଷକ ଅଖତର ଅଲ୍ଲୀଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।
ଉଲ୍ଲେଖନୀୟ ପଶ୍ଚିମବଙ୍ଗର ଆରଜି କର ହସ୍ପିଟାଲ୍ରେ ଜଣେ ମହିଲା ଟ୍ରେନି ଡାକ୍ତରଙ୍କୁ ଅଗଷ୍ଟ ୯ ତାରିଖରେ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସମଗ୍ର ଦେଶରେ ଆକ୍ରୋଶର ମାହୋଲ। ଘଟଣାକୁ ବିରୋଧ କରି ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ଆନ୍ଦୋଳନ ୨୫ତମ ଦିନରେ ପହଞ୍ଚିଛି।
ହଡ଼ତାଲ କରୁଥିବା ଡାକ୍ତର ଏବଂ କର୍ମଚାରୀମାନେ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସସପେଣ୍ଡ କରିବାକୁ ଦାବି କରିଥିଲେ। ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସନ୍ଦିଗ୍ଧଙ୍କ ମଧ୍ୟରୁ ସେ ଜଣେ ଥିବା ଅଭିଯୋଗ ମଧ୍ୟ ହୋଇଛି। ଏହା ସହିତ ସଂସ୍ଥାର ଆର୍ଥିକ ଅନିୟମିତତାରେ ସନ୍ଦୀପ ଘୋଷ ଅଭିଯୁକ୍ତ ରହିଛନ୍ତି। କଲିକତା ହାଇକୋର୍ଟଙ୍କ ଆଦେଶକ୍ରମେ ସିବିଆଇ ମାମଲାର ତଦନ୍ତ କରୁଛି। ଯାଞ୍ଚ ଏଜେନ୍ସି ସୋମବାର ଘୋଷଙ୍କୁ ପଚରା ଉଚୁରା କରିବା ପରେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଗିରଫ କରିଛି।
କେନ୍ଦ୍ରୀୟ ଏଜେନ୍ସି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଛାନଭିନ ମଧ୍ୟ କରୁଛି । ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ କାର୍ଯ୍ୟକାଳ ସମୟରେ ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି । ତେବେ ଭାରତୀୟ ମେଡିକାଲ ସଂଘ ସନ୍ଦୀପ ଘୋଷଙ୍କ ସଦସ୍ୟତା ରଦ୍ଦ କରିଛି ।