ସିବିଏସ୍ଇ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ରାହୁଲ ସିଂ
ନୂଆଦିଲ୍ଲୀ,୧୩ା୩:କେନ୍ଦ୍ର ସରକାର ବୁଧବାର ବରିଷ୍ଠ ଅମଲାତନ୍ତ୍ରୀ ରାହୁଲ ସିଂଙ୍କୁ ସେଣ୍ଟ୍ରାଲ ବୋର୍ଡ୍ ଅଫ୍ ସେକେଣ୍ଡାରି ଏଜୁକେଶନ୍ (ସିବିଏସ୍ଇ) ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ବରିଷ୍ଠ ପ୍ରଶାସନିକ ସ୍ତରରେ ହୋଇଥିବା ଅଦଳବଦଳ ଅନୁସାରେ ରାହୁଲଙ୍କୁ ନିଧି ଛିବ୍ବେରଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ନିଧିଙ୍କୁ ନୀତି ଆୟୋଗ ପରାମର୍ଶଦାତା ରୂପେ ନିଯୁକ୍ତି ଦିଆଯାଇଛି। ଏହି ପ୍ରସ୍ତାବକୁ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଅନୁମୋଦନ କରିଛି। ବର୍ତ୍ତମାନ କାର୍ମିକ ଓ ତାଲିମ ବିଭାଗ ଅତିରିକ୍ତ ସଚିବ ଥିବା ୧୯୯୬ ବ୍ୟାଚ୍ ଭାରତୀୟ […] The post ସିବିଏସ୍ଇ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ରାହୁଲ ସିଂ appeared first on Dharitri Odia News.
ନୂଆଦିଲ୍ଲୀ,୧୩ା୩:କେନ୍ଦ୍ର ସରକାର ବୁଧବାର ବରିଷ୍ଠ ଅମଲାତନ୍ତ୍ରୀ ରାହୁଲ ସିଂଙ୍କୁ ସେଣ୍ଟ୍ରାଲ ବୋର୍ଡ୍ ଅଫ୍ ସେକେଣ୍ଡାରି ଏଜୁକେଶନ୍ (ସିବିଏସ୍ଇ) ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ବରିଷ୍ଠ ପ୍ରଶାସନିକ ସ୍ତରରେ ହୋଇଥିବା ଅଦଳବଦଳ ଅନୁସାରେ ରାହୁଲଙ୍କୁ ନିଧି ଛିବ୍ବେରଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ନିଧିଙ୍କୁ ନୀତି ଆୟୋଗ ପରାମର୍ଶଦାତା ରୂପେ ନିଯୁକ୍ତି ଦିଆଯାଇଛି। ଏହି ପ୍ରସ୍ତାବକୁ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଅନୁମୋଦନ କରିଛି। ବର୍ତ୍ତମାନ କାର୍ମିକ ଓ ତାଲିମ ବିଭାଗ ଅତିରିକ୍ତ ସଚିବ ଥିବା ୧୯୯୬ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ବିହାର କ୍ୟାଡର ଅଧିକାରୀ ରାହୁଲଙ୍କ ନିଯୁକ୍ତି ନେଇ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
The post ସିବିଏସ୍ଇ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ରାହୁଲ ସିଂ appeared first on Dharitri Odia News.