ସିବିଏସ୍‌ଇର ଘୋଷଣା,୨୦୨୩-୨୪ ଶିକ୍ଷାବର୍ଷ ବହି ପଢିବେ ପିଲା, ବଦଳିବ ତୃତୀୟ ଓ ଷଷ୍ଠ ସିଲାବସ୍

ଭୁବନେଶ୍ୱର ୧୧/୦୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇର)ର ବଡ଼ ଘୋଷଣା । ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ ସିବିଏସଇ ଦ୍ୱାରା ପରିଚାଳିତ ମାଧ୍ୟମିକ ଓ  ଉଚ୍ଚମାଧ୍ୟମିକ ସ୍କୁଲରେ କେବଳ ତୃତୀୟ ଓ ଷଷ୍ଠ  ଶ୍ରେଣୀକୁ ବାଦ୍‌ ଦେଲେ ଅନ୍ୟ ଶ୍ରେଣୀର ସିଲାବସ୍‌ ବଦଳିବନି । ଏହି ଶ୍ରେଣୀର ପିଲାମାନେ ପୂର୍ବ ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରଚଳିତ ପୁସ୍ତକରୁ  ପାଠ ପଢିବେ । ସେହିପରି ତୃତୀୟ ଓ ଷଷ୍ଠ ଶ୍ରେଣୀ  ପାଇଁ ଏନସିଇଆରଟି ପକ୍ଷରୁ ନୂଆ ପୁସ୍ତକ ପ୍ରକାଶ  ପାଇଛି । ତେଣୁ ସ୍କୁଲ ଅଧ୍ୟକ୍ଷମାନେ ତୃତୀୟ ଓ ଷଷ୍ଠ ଶ୍ରେଣୀ ପାଇଁ ନୂଆ ସିଲାବସ ଓ ବାକି ଶ୍ରେଣୀ ପାଇଁ  ପୁରୁଣା ସିଲାବସରେ ପିଲାଙ୍କୁ ଶିକ୍ଷାଦାନ କରିବାକୁ  ଆଜି ସିବିଏସଇ ନିର୍ଦ୍ଦେଶ ଦେଇଛି । ଏପ୍ରିଲ ୧ରୁ ଚଳିତ ଶିକ୍ଷାବର୍ଷ ଆରମ୍ଭ  ହୋଇସାରିଛି । ହେଲେ ଏନସିଇଆରଟି  ବହି ବିବାଦ ଓ ପୁରୁଣା ସିଲାବସ୍‌ ବଦଳିବା  ନେଇ ଚର୍ଚ୍ଚା ଆରମ୍ଭ ହେବାପରେ ପିଲାଙ୍କ  ପାଠପଢ଼ାରେ ବିଳମ୍ବ ହୋଇଆସୁଥିଲା ।  ଇତିମଧ୍ୟରେ ଚାରି ମାସ ବିତିଯାଇଥିଲେ ହେଁ  ପିଲାଙ୍କ ପାଠପଢାକୁ ନେଇ ଅଭିଭାବକମାନଙ୍କ  ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଶେଷରେ ଆଜି  ସିବିଏସଇ ପାଠପଢା ନେଇ ଘୋଷଣା କରିଛି ।  ଫଳରେ ଅଭିଭାବକମାନେ ଆଶ୍ୱସ୍ତ ହୋଇଛନ୍ତି ।

ସିବିଏସ୍‌ଇର ଘୋଷଣା,୨୦୨୩-୨୪ ଶିକ୍ଷାବର୍ଷ ବହି ପଢିବେ ପିଲା, ବଦଳିବ ତୃତୀୟ ଓ ଷଷ୍ଠ ସିଲାବସ୍

ଭୁବନେଶ୍ୱର ୧୧/୦୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇର)ର ବଡ଼ ଘୋଷଣା । ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ ସିବିଏସଇ ଦ୍ୱାରା ପରିଚାଳିତ ମାଧ୍ୟମିକ ଓ  ଉଚ୍ଚମାଧ୍ୟମିକ ସ୍କୁଲରେ କେବଳ ତୃତୀୟ ଓ ଷଷ୍ଠ  ଶ୍ରେଣୀକୁ ବାଦ୍‌ ଦେଲେ ଅନ୍ୟ ଶ୍ରେଣୀର ସିଲାବସ୍‌ ବଦଳିବନି । ଏହି ଶ୍ରେଣୀର ପିଲାମାନେ ପୂର୍ବ ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରଚଳିତ ପୁସ୍ତକରୁ  ପାଠ ପଢିବେ । 

ସେହିପରି ତୃତୀୟ ଓ ଷଷ୍ଠ ଶ୍ରେଣୀ  ପାଇଁ ଏନସିଇଆରଟି ପକ୍ଷରୁ ନୂଆ ପୁସ୍ତକ ପ୍ରକାଶ  ପାଇଛି । ତେଣୁ ସ୍କୁଲ ଅଧ୍ୟକ୍ଷମାନେ ତୃତୀୟ ଓ ଷଷ୍ଠ ଶ୍ରେଣୀ ପାଇଁ ନୂଆ ସିଲାବସ ଓ ବାକି ଶ୍ରେଣୀ ପାଇଁ  ପୁରୁଣା ସିଲାବସରେ ପିଲାଙ୍କୁ ଶିକ୍ଷାଦାନ କରିବାକୁ  ଆଜି ସିବିଏସଇ ନିର୍ଦ୍ଦେଶ ଦେଇଛି । ଏପ୍ରିଲ ୧ରୁ ଚଳିତ ଶିକ୍ଷାବର୍ଷ ଆରମ୍ଭ  ହୋଇସାରିଛି । 

ହେଲେ ଏନସିଇଆରଟି  ବହି ବିବାଦ ଓ ପୁରୁଣା ସିଲାବସ୍‌ ବଦଳିବା  ନେଇ ଚର୍ଚ୍ଚା ଆରମ୍ଭ ହେବାପରେ ପିଲାଙ୍କ  ପାଠପଢ଼ାରେ ବିଳମ୍ବ ହୋଇଆସୁଥିଲା ।  ଇତିମଧ୍ୟରେ ଚାରି ମାସ ବିତିଯାଇଥିଲେ ହେଁ  ପିଲାଙ୍କ ପାଠପଢାକୁ ନେଇ ଅଭିଭାବକମାନଙ୍କ  ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଶେଷରେ ଆଜି  ସିବିଏସଇ ପାଠପଢା ନେଇ ଘୋଷଣା କରିଛି ।  ଫଳରେ ଅଭିଭାବକମାନେ ଆଶ୍ୱସ୍ତ ହୋଇଛନ୍ତି ।