ସିମନବାଡ଼ିରେ ସକାଳୁ ମହାବାହୁଙ୍କ ସୁନାବେଶ, ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସିମନବାଡ଼ିରେ ରବିବାର ସୁନାବେଶରେ ଝଲସିଛନ୍ତି ମହାବାହୁ। ଏହି ଅପରୂପ ଦୃଶ୍ୟ ଦେଖିବାକୁ ସକାଳୁ ସକାଳୁ ସିମନବାଡ଼ିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଶନିବାର ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ହୋଇଥିଲା। ଦେଉଳକୁ ଫେରିବା ବାଟରେ ସନ୍ଧ୍ୟାରେ ଦଡ଼ିବାଡ଼ିଠାରେ ରହିଥିବା ମାଉସୀ ମା’ ମନ୍ଦିରରୁ ନୀତିକାନ୍ତି ପୂଜାର୍ଚ୍ଚନା ପରେ ରଥଟଣା କାର୍ଯ୍ୟକ୍ରମ ହୋଇଥିଲା। ତେବେ ରଥ ମନ୍ଦିରରେ ପହଞ୍ଚି ପାରି ନ ଥିଲେ ମହାବାହୁ ଅଟକି ଯାଇଥିଲେ ବଜାରରେ ରହିଥିବା ମା’ଦୁର୍ଗାଙ୍କ ମନ୍ଦିର […] The post ସିମନବାଡ଼ିରେ ସକାଳୁ ମହାବାହୁଙ୍କ ସୁନାବେଶ, ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ appeared first on Dharitri Odia News.

ସିମନବାଡ଼ିରେ ସକାଳୁ ମହାବାହୁଙ୍କ ସୁନାବେଶ, ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସିମନବାଡ଼ିରେ ରବିବାର ସୁନାବେଶରେ ଝଲସିଛନ୍ତି ମହାବାହୁ। ଏହି ଅପରୂପ ଦୃଶ୍ୟ ଦେଖିବାକୁ ସକାଳୁ ସକାଳୁ ସିମନବାଡ଼ିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।

ଶନିବାର ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ହୋଇଥିଲା। ଦେଉଳକୁ ଫେରିବା ବାଟରେ ସନ୍ଧ୍ୟାରେ ଦଡ଼ିବାଡ଼ିଠାରେ ରହିଥିବା ମାଉସୀ ମା’ ମନ୍ଦିରରୁ ନୀତିକାନ୍ତି ପୂଜାର୍ଚ୍ଚନା ପରେ ରଥଟଣା କାର୍ଯ୍ୟକ୍ରମ ହୋଇଥିଲା। ତେବେ ରଥ ମନ୍ଦିରରେ ପହଞ୍ଚି ପାରି ନ ଥିଲେ ମହାବାହୁ ଅଟକି ଯାଇଥିଲେ ବଜାରରେ ରହିଥିବା ମା’ଦୁର୍ଗାଙ୍କ ମନ୍ଦିର ସମ୍ମୁଖରେ। ଏହାପରେ ବଜାରରେ ବ୍ୟବସାୟୀଙ୍କ ମଧ୍ୟରେ ଦେଖାଯାଇଥିଲା ଉତ୍ସାହ। ସମସ୍ତେ ମହାପ୍ରଭୁଙ୍କ ସେବା କରିବାରେ ସୁଯୋଗ ପାଇ ଆନନ୍ଦିତ ହୋଇପଡ଼ିଥିଲେ। ସୁନାବେଶ ସହ ରୀତିକାନ୍ତି ପରେ ମହାବାହୁ ଦର୍ଶନ ଦେଇଛନ୍ତି। ଦାରିଙ୍ଗବାଡିର ବିଭିନ୍ନ ପଞ୍ଚାୟତରୁ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଭିଡ଼ ଜମାଇଛନ୍ତି। ମଧ୍ୟାହ୍ନରେ ଅନ୍ନ ଭୋଗ ଲାଗି କରାଯିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ଏହି ମଧ୍ୟ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି।

The post ସିମନବାଡ଼ିରେ ସକାଳୁ ମହାବାହୁଙ୍କ ସୁନାବେଶ, ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ appeared first on Dharitri Odia News.