ସିମନବାଡିରେ ପଞ୍ଚୁଦଣ୍ଡ ମିଳନ: ଦେଖିବାକୁ ମିଳିଲା ବନ୍ୟଜନ୍ତୁଙ୍କ ସୁରକ୍ଷାର ଦୃଶ୍ୟ

ଦାରିଙ୍ଗବାଡି,୭।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ମଙ୍ଗଳବାର ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଦ୍ବିପ୍ରହରରେ ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଥିଲା। ଏଥିରେ ପାରମ୍ପରିକ କୃଷି, ଖାଦ୍ୟ, ବନ୍ୟଜନ୍ତୁଙ୍କ ସୁରକ୍ଷାର ଦୃଶ୍ୟ ଦେଖିବାକୁ ମିଳିଥିଲା। କାହିଁ କେଉଁ ଅମଳରୁ କନ୍ଧମାଳରେ ହେଉଥିବା ଦଣ୍ଡ ନୃତ୍ୟରେ ପରମ୍ପରିକ ନୃତ୍ୟ ସଙ୍ଗୀତ ସହ ବିଭିନ୍ନ ଦୃଶ୍ୟ ଏବେ ମଧ୍ୟ ଯୁବପିଢିଙ୍କୁ ଆକୃଷ୍ଟ କରୁଛି। ଦର୍ଶକ ଭାବେ ଅଧିକ ଯୁବପିଢ଼ି ଏହି ନୃତ୍ୟକୁ କଳାକାର ଭାବେ ଅଭିନୟ କରୁଥିବାବେଳେ ଦର୍ଶକ […] The post ସିମନବାଡିରେ ପଞ୍ଚୁଦଣ୍ଡ ମିଳନ: ଦେଖିବାକୁ ମିଳିଲା ବନ୍ୟଜନ୍ତୁଙ୍କ ସୁରକ୍ଷାର ଦୃଶ୍ୟ appeared first on Dharitri Odia News.

ସିମନବାଡିରେ ପଞ୍ଚୁଦଣ୍ଡ ମିଳନ: ଦେଖିବାକୁ ମିଳିଲା ବନ୍ୟଜନ୍ତୁଙ୍କ ସୁରକ୍ଷାର ଦୃଶ୍ୟ

ଦାରିଙ୍ଗବାଡି,୭।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ମଙ୍ଗଳବାର ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଦ୍ବିପ୍ରହରରେ ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଥିଲା। ଏଥିରେ ପାରମ୍ପରିକ କୃଷି, ଖାଦ୍ୟ, ବନ୍ୟଜନ୍ତୁଙ୍କ ସୁରକ୍ଷାର ଦୃଶ୍ୟ ଦେଖିବାକୁ ମିଳିଥିଲା। କାହିଁ କେଉଁ ଅମଳରୁ କନ୍ଧମାଳରେ ହେଉଥିବା ଦଣ୍ଡ ନୃତ୍ୟରେ ପରମ୍ପରିକ ନୃତ୍ୟ ସଙ୍ଗୀତ ସହ ବିଭିନ୍ନ ଦୃଶ୍ୟ ଏବେ ମଧ୍ୟ ଯୁବପିଢିଙ୍କୁ ଆକୃଷ୍ଟ କରୁଛି। ଦର୍ଶକ ଭାବେ ଅଧିକ ଯୁବପିଢ଼ି ଏହି ନୃତ୍ୟକୁ କଳାକାର ଭାବେ ଅଭିନୟ କରୁଥିବାବେଳେ ଦର୍ଶକ ଭାବେ ମଧ୍ୟ କଳାକାରଙ୍କୁ ଦେଖିବାକୁ ମିଳୁଛି।

ଧୂଳି ଦଣ୍ଡରେ କୃଷି ଓ ପାରମ୍ପରିକ ମାଛ ଧରିବା ଜନଜାତିଙ୍କ ଚଳଣି, ସେମାନଙ୍କ ଖାଦ୍ୟ ସାହୁକାର ଋଣ, ବନ ବିଭାଗର ଜଙ୍ଗଲ ସୁରକ୍ଷା ପାଇଁ କିଭଳି ଦାୟିତ୍ୱ ଜଙ୍ଗଲରେ ବଣ୍ୟଜନ୍ତୁକୁ କିଭଳି ସୁରକ୍ଷା ଦିଆଯିବା ଆବଶ୍ୟକ ସେଭଳି ସମସ୍ତ ଦୃଶ୍ୟ ଧୂଳି ଦଣ୍ଡରେ ଦେଖିବାକୁ ମିଳିଛି। ସନ୍ଧ୍ୟାରେ ଧୂଳି ଦଣ୍ଡ ସାରିବା ପରେ ଜଳ ଦଣ୍ଡ ଅନୁଷ୍ଠିତ ହେବ ଏବଂ ସଂଧ୍ୟା ୭ଟାରେ ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମ ରହିଛି। ଏଥିରେ ମହାପାତ୍ର ମିଳନ ସହ ଅଧିକାରୀ ମିଳନ, ଠାକୁର, ପରଭା, ତ୍ରିଶୂଳ, ପାଟଭୁକ୍ତା, ଚମ୍ପାବରିଆ, ପାଟ ଢୋଲିଆ, ଦଣ୍ଡ ଓ ଜଳ ଦଣ୍ଡ ମିଳନ ସହ ଚାମର ସେବା, ଆଳତି କାର୍ଯ୍ୟକ୍ରମ କରାଯିବ ବୋଲି କୁହାଯାଇଛି । ଗୁଞ୍ଜିବାଡି ଗ୍ରାମ ସମେତ ଗ୍ରୀନବାଡି, ଡାଉଙ୍ଗିଆ, ଡାମିଗୁଡା ଏବଂ କେଲେମାହାରୁ ଦଣ୍ଡ ଥଳ ପହଞ୍ଚି ପଞ୍ଚୁଦଣ୍ଡ ମିଳନରେ ସାମିଲ ହୋଇଛନ୍ତି।

ପ୍ରକାଶ ଯେ, ପ୍ରଥମେ ପାଞ୍ଚଟି ଦଣ୍ଡଥଳ ସିମନବାଡି ପଟ୍ଟାଖଣ୍ଡା ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ। ତାଙ୍କୁ ସିମନବାଡି ପଞ୍ଚୁଦଣ୍ଡ ପରିଚାଳନା କମିଟି ପକ୍ଷରୁ ବରଣ ପୂଜା କରାଯାଇଥିଲା। ପରେ ସେଠାରୁ ବିରାଟ ଶୋଭାଯାତ୍ରାରେ ଦଣ୍ଡ ଦଳମାନେ ବୀଣାକାରଙ୍କ ସମେତ ପାଟଭୁକ୍ତା, ଅଧିକାରୀ, ଢୋଲ, ମହୁରୀ, ଘଣ୍ଟ ବଜାଇ ସିମନବାଡି ଛକ ରେ ଥିବା ଦୁର୍ଗା ମନ୍ଦିର ରେ ପହଞ୍ଚି ସେଠାରେ ବନ୍ଦନା ଗାନ କରିଥିଲେ। ଏହି ଅବସରରେ ହୁଳହୁଳି, ଘଣ୍ଟ, ଢୋଲ ଶବ୍ଦରେ ସିମନବାଡି ପ୍ରକମ୍ପିତ ହୋଇଥିଲା।

କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସଭାପତି ଅରୁଣ ସାହୁଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଗିରିଶ ଚନ୍ଦ୍ର ସାହୁ,ସରୋଜସାହୁ, ବିନୋଦ ସାହୁ, ଚିତ୍ତରଞ୍ଜନ ପ୍ରଧାନ, ବରୁଣ ବେହେରା, ବୁନା ଚୌଧରୀ,ଚିତ୍ତରଞ୍ଜନ ସାହୁ, କେଦାର ସାହୁ, ନାରାୟଣ ସାହୁ, ସୋନୁ ବେହେରା, ପୂର୍ଣ୍ଣ ଚନ୍ଦ୍ର ବିନ୍ଧାଣି, ସଞ୍ଜୟ ସାହୁ, ବଳରାମ ସାହୁ, କୁଲୁ ଚୌଧରୀ,ଅଶୋକ ବେହେରା, ଜିତେନ୍ଦ୍ର ସାହୁ, କେ. ମନବୋଧ ନାୟକ, ବଣିକ ସଙ୍ଘ, ବୋଲବମ ସଙ୍ଘ ସମେତ ବିଭିନ୍ନ ଅନୁଷ୍ଠାନର ଶତାଧିକ ଲୋକ ପ୍ରମୁଖ ପରିଚାଳନା କରିଛନ୍ତି।

The post ସିମନବାଡିରେ ପଞ୍ଚୁଦଣ୍ଡ ମିଳନ: ଦେଖିବାକୁ ମିଳିଲା ବନ୍ୟଜନ୍ତୁଙ୍କ ସୁରକ୍ଷାର ଦୃଶ୍ୟ appeared first on Dharitri Odia News.