ସିମେଣ୍ଟ କାରଖାନା ଭିତରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର
ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ଦଳେଇ ସାହିରେ ଥିବା ମାତୃକୃପା ସିମେଣ୍ଟ ସାମଗ୍ରୀ କାରଖାନା ଭିତରୁ ଜଣେ ଦୋକାନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ରାମଚନ୍ଦ୍ରପୁର ଥାନା ନୂଆଗାଁ ଗ୍ରାମର ହରିହର ମାଝୀ ବୋଲି ଜଣାପଡିଛି। ସେ ଦୋକାନରେ କର୍ମଚାରୀ ଭାବେ କାମ କରୁଥିଲେ। ଆଜି ସକାଳେ ସେ ବହୁ ସମୟ ପର୍ଯ୍ୟନ୍ତ ଦୋକାନ ନ ଖୋଲିବାରୁ ସ୍ଥାନୀୟ ଲୋକେ କବାଟ ଖୋଲି ଦେଖିଥିଲେ । ସେ ଦୋକାନ ଭିତରେ ମୃତ […]

ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ଦଳେଇ ସାହିରେ ଥିବା ମାତୃକୃପା ସିମେଣ୍ଟ ସାମଗ୍ରୀ କାରଖାନା ଭିତରୁ ଜଣେ ଦୋକାନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ରାମଚନ୍ଦ୍ରପୁର ଥାନା ନୂଆଗାଁ ଗ୍ରାମର ହରିହର ମାଝୀ ବୋଲି ଜଣାପଡିଛି। ସେ ଦୋକାନରେ କର୍ମଚାରୀ ଭାବେ କାମ କରୁଥିଲେ। ଆଜି ସକାଳେ ସେ ବହୁ ସମୟ ପର୍ଯ୍ୟନ୍ତ ଦୋକାନ ନ ଖୋଲିବାରୁ ସ୍ଥାନୀୟ ଲୋକେ କବାଟ ଖୋଲି ଦେଖିଥିଲେ । ସେ ଦୋକାନ ଭିତରେ ମୃତ ଅବସ୍ଥାରେ ପଡ଼ି ରହିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଦୋକାନ ମାଲିକକୁ ଖବର ଦେବା ସହ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ଏଏସଆଇ ସୁରଥ ଚନ୍ଦ୍ର ଦେହୁରୀ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇ ନଥିବାବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି। ଏନେଇ ଘଟଗାଁ ଥାନାରେ ୫୦/୨୦୨୪ ମୂଳେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।