ସିମେଣ୍ଟ ଗୋଦାମ ଉପରକୁ ବୋମାମାଡ଼, ଦୁର୍ବୁତ୍ତଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ପୁରୀ: ସିମେଣ୍ଟ ଗୋଦାମ ଉପରକୁ ବୋମାମାଡ଼। ଘଟଣା ଘଟିଛି ପୁରୀ ଚନ୍ଦନପୁର ବଜାରରେ। ସ୍ଥାନୀୟ ସିମେଣ୍ଟ ବ୍ୟବସାୟୀ ନିରଞ୍ଜନ ସାହୁଙ୍କ ଗୋଦାମ ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୁତ୍ତ।ତେବେ ବୋମାମାଡ଼ କରି ଦୃର୍ବୁତ୍ତ ଖସି ଯାଉଥିବାବେଳେ ସେମାନଙ୍କୁ କାବୁ କରି ସ୍ଥାନୀୟ ଲୋକେ ମାଡ଼ ମାରିଥିବା ସୂଚନା। ଏଥିରେ ବୋମାମାଡ କରିଥିବା ଦୃର୍ବୁତ୍ତ ଆହତ। ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ଚନ୍ଦନପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରୁଛି ପୋଲିସ।

ସିମେଣ୍ଟ ଗୋଦାମ ଉପରକୁ ବୋମାମାଡ଼, ଦୁର୍ବୁତ୍ତଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ପୁରୀ: ସିମେଣ୍ଟ ଗୋଦାମ ଉପରକୁ ବୋମାମାଡ଼। ଘଟଣା ଘଟିଛି ପୁରୀ ଚନ୍ଦନପୁର ବଜାରରେ। ସ୍ଥାନୀୟ ସିମେଣ୍ଟ ବ୍ୟବସାୟୀ ନିରଞ୍ଜନ ସାହୁଙ୍କ ଗୋଦାମ ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୁତ୍ତ।

ତେବେ ବୋମାମାଡ଼ କରି ଦୃର୍ବୁତ୍ତ ଖସି ଯାଉଥିବାବେଳେ ସେମାନଙ୍କୁ କାବୁ କରି ସ୍ଥାନୀୟ ଲୋକେ ମାଡ଼ ମାରିଥିବା ସୂଚନା। ଏଥିରେ ବୋମାମାଡ କରିଥିବା ଦୃର୍ବୁତ୍ତ ଆହତ। ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ସୂଚନା ପାଇ ଚନ୍ଦନପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରୁଛି ପୋଲିସ।