ସିରିଆରେ ଯୁଦ୍ଧ ଘନଘଟା; ଭାରତୀୟଙ୍କ ପାଇଁ ବିଦେଶ ମନ୍ତ୍ରାଳୟର ମାର୍ଗଦର୍ଶିକା
ନୂଆଦିଲ୍ଲୀ: ଯୁଦ୍ଧର କଳା ବାଦଲ ତଳେ ମଧ୍ୟପ୍ରାଚ୍ୟ । ସିରିଆରେ ବିଗିଡ଼ିବାରେ ଲାଗିଛି ସ୍ଥିତି । ବିଦ୍ରୋହୀ ଗୋଷ୍ଠୀ ‘ହୟାତ୍ ତାହରିର୍ ଅଲ୍-ଶାମ୍’ ହାମା ସହରରେ କବଜା ଜମାଇଛି । ସେପଟେ ସିରିଆ ସେନାରୁ ସମର୍ଥନ କରି ଋଷ୍ ଘନଘନ ବୋମା ବର୍ଷା କରୁଛି । ଏହାରି ଭିତରରେ ଭାରତୀୟ ବିଦେଶ ମନ୍ତ୍ରାଳୟ, ସିରିଆକୁ ଯାତ୍ରା କରୁଥିବା ଲୋକ ଏବଂ ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରିଛି । ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ସିରିଆ ନଯିବାକୁ ଏବଂ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛି ବିଦେଶ ମନ୍ତ୍ରାଳୟ । ଏହାସହିତ ବର୍ତ୍ତମାନ ସିରିଆରେ ରହୁଥିବା ଭାରତୀୟଙ୍କୁ ସେଠାରେ ସତର୍କତାର ସହିତ ରହିବାକୁ କୁହାଯାଇଛି । ଦମିସ୍କରେ ଥିବା ଦୂତାବାସର ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର- +963 993385973 ଏବଂ ଇ-ମେଲ ଆଇଡି hoc.damascus@mea.gov.inରେ ସମ୍ପର୍କ କରିବାକୁ କୁହାଯାଇଛି । ଅତି ଜରୁରୀ କାର୍ଯ୍ୟନଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି । ସୂଚନା ଅନୁଯାୟୀ, ସିରିଆରେ ଶାସନ କ୍ଷମତାରେ ଥିବା ‘ବଶର ଅଲ-ଅସଦ’ ସରକାରକୁ ବଡ଼ ଝଟକା ଲାଗିଛି । ବିଦ୍ରୋହୀ ଗୋଷ୍ଠୀ ‘ହୟାତ୍ ତାହରିର୍ ଅଲ୍-ଶାମ୍’ ସିରିଆର ମଧ୍ୟବର୍ତ୍ତୀ ସହର ହାମାକୁ ନିଜ ଅକ୍ତିଆରକୁ ନେଇଛି । ଆଲେପ୍ପା ପରେ ଏହି ସହର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ବିଦ୍ରୋହୀ ଗୋଷ୍ଠୀ ହାମା ସହରକୁ
ନୂଆଦିଲ୍ଲୀ: ଯୁଦ୍ଧର କଳା ବାଦଲ ତଳେ ମଧ୍ୟପ୍ରାଚ୍ୟ । ସିରିଆରେ ବିଗିଡ଼ିବାରେ ଲାଗିଛି ସ୍ଥିତି । ବିଦ୍ରୋହୀ ଗୋଷ୍ଠୀ ‘ହୟାତ୍ ତାହରିର୍ ଅଲ୍-ଶାମ୍’ ହାମା ସହରରେ କବଜା ଜମାଇଛି । ସେପଟେ ସିରିଆ ସେନାରୁ ସମର୍ଥନ କରି ଋଷ୍ ଘନଘନ ବୋମା ବର୍ଷା କରୁଛି । ଏହାରି ଭିତରରେ ଭାରତୀୟ ବିଦେଶ ମନ୍ତ୍ରାଳୟ, ସିରିଆକୁ ଯାତ୍ରା କରୁଥିବା ଲୋକ ଏବଂ ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରିଛି । ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ସିରିଆ ନଯିବାକୁ ଏବଂ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛି ବିଦେଶ ମନ୍ତ୍ରାଳୟ । ଏହାସହିତ ବର୍ତ୍ତମାନ ସିରିଆରେ ରହୁଥିବା ଭାରତୀୟଙ୍କୁ ସେଠାରେ ସତର୍କତାର ସହିତ ରହିବାକୁ କୁହାଯାଇଛି । ଦମିସ୍କରେ ଥିବା ଦୂତାବାସର ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର- +963 993385973 ଏବଂ ଇ-ମେଲ ଆଇଡି hoc.damascus@mea.gov.inରେ ସମ୍ପର୍କ କରିବାକୁ କୁହାଯାଇଛି । ଅତି ଜରୁରୀ କାର୍ଯ୍ୟନଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି ।
ସୂଚନା ଅନୁଯାୟୀ, ସିରିଆରେ ଶାସନ କ୍ଷମତାରେ ଥିବା ‘ବଶର ଅଲ-ଅସଦ’ ସରକାରକୁ ବଡ଼ ଝଟକା ଲାଗିଛି । ବିଦ୍ରୋହୀ ଗୋଷ୍ଠୀ ‘ହୟାତ୍ ତାହରିର୍ ଅଲ୍-ଶାମ୍’ ସିରିଆର ମଧ୍ୟବର୍ତ୍ତୀ ସହର ହାମାକୁ ନିଜ ଅକ୍ତିଆରକୁ ନେଇଛି । ଆଲେପ୍ପା ପରେ ଏହି ସହର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ବିଦ୍ରୋହୀ ଗୋଷ୍ଠୀ ହାମା ସହରକୁ କବଜା କରିବା ପରେ ଲୋକଙ୍କୁ ସହର ଛାଡ଼ିବାକୁ ପରାମର୍ଶ ଦେଇଛି ସିରିଆ ସେନା । ଏପଟେ ବିଦ୍ରୋହୀଙ୍କୁ ସେଠାରୁ ହଟାଇବାକୁ ଋଷ୍ ସେନା ସହଯୋଗରେ ‘ହୟାତ୍ ତାହରିର୍ ଅଲ୍-ଶାମ୍’ ଅତଙ୍କୀ ଗୋଷ୍ଠୀ ଉପରେ ଲଗାତାର ହମଲା କରୁଛି ।
Ministry of External Affairs releases a travel advisory for Syria, advises citizens to avoid all travel to Syria until further notification. Those who can, are advised to leave at the earliest.
MEA also issued emergency helpline number +963993385973 and email id… pic.twitter.com/IotHlx7oqe— ANI (@ANI) December 6, 2024
ବିଦ୍ରୋହୀ ଗୋଷ୍ଠୀ ସପ୍ତାହେ ମଧ୍ୟରେ ସିରିଆର ଦ୍ବିତୀୟ ବଡ଼ ସହର ଆଲେପ୍ପାକୁ ନିୟନ୍ତ୍ରଣକୁ ନେଇଛି । ଏବେ ଚତୁର୍ଥ ବଡ଼ ସହର ହାମାକୁ ମଧ୍ୟ କବଜା କରିଛି । ବିଦ୍ରୋହୀ ଗୋଷ୍ଠୀ ଉତ୍ତର-ପଶ୍ଚିମ ସିରିଆରେ ଥିବା ନିଜ ଏନକ୍ଲେବରୁ ଦକ୍ଷିଣ ଅଞ୍ଚଳରୁ ଧୀରେ ଧୀରେ ବଢ଼ିବାରେ ଲାଗିଛନ୍ତି । ଏମାନଙ୍କୁ ଅଟକାଇବାକୁ ସିରିଆ ସେନା ଲାଗିପଡ଼ିଛି ।...