ରାଜ୍ୟର ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶକୁ ଗୁରୁତ୍ବ : ବିଜେଡି

ଭୁବନେଶ୍ବର ୧୮।୩: ରାଜ୍ୟରେ ଜନଜାତି ବିକାଶ ନେଇ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ବିଜୁ ଜନତା ଦଳ । ଜନଜାତି ସମ୍ପ୍ରଦାୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ୨୨.୮% ବା ଏକ କୋଟି ଜନଜାତି ସମ୍ପ୍ରଦାୟ ଲୋକ ଅଛନ୍ତି । ଏମାନେ ସଂସ୍କୃତି, ଜ୍ଞାନ, ବନ୍ୟା ଉତ୍ପାଦନ, ଔଷଧ, ଜୀବନ ଶୈଳୀ, ପ୍ରାଚୀନ ସଭ୍ୟତାକୁ ବଞ୍ଚାଇ ରଖିଛନ୍ତି । ୩୧୪ ବ୍ଲକରେ ୬୪ ଜନଜାତି ଅଛନ୍ତି । ୭୪ ଉପଭାଷା ପ୍ରୟୋଗ କରନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁ ସମୟରେ ସେମାନଙ୍କ ଆବଶ୍ୟକତା ପାଇଁ ଚିନ୍ତା କରିଛନ୍ତି । ଜନଜାତିଙ୍କୁ ଅର୍ଥନୈତିକ ସୁରକ୍ଷା, ଶିକ୍ଷା-ସ୍ୱାସ୍ଥ୍ୟ, ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ହୋଇଛି । ଶିକ୍ଷା କ୍ଷେତ୍ରରେ ତିନୋଟି ମେଡିକାଲ କଲେଜ ହୋଇଛି । ବାରିପଦାରେ ରଘୁନାଥ ମୁର୍ମୁ, କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ଓ କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ ହୋଇଛି । ଅଧିବାସୀ ଅଂଚଳରେ ୨୫୦୦ ସ୍କୁଲ 5-T ଅଧୀନରେ ରୂପାନ୍ତର ହୋଇଛି । ୩୩୦୦ ସ୍କୁଲର ରୂପାନ୍ତର ପାଇଁ କାମ ଚାଲିଛି । ସୁବିଦ୍ୟା ଦ୍ୱାରା ଆବସିକ ସ୍କୁଲ ପାଇଁ କାମ ହୋଇଛି । ୧୭୩୪ ସୁବିଦ୍ୟା ସ୍କୁଲ ରହିଛି । ୫ ଲକ୍ଷ ୭୦ ହଜାର ପିଲା ହଷ୍ଟେଲରେ ରହି ପାଠ ପଢୁଛନ୍ତି । ୧୫ ଲକ୍ଷ ଛାତ୍ରଛାତ୍ରୀ ପ୍ରି- ମାଟ୍ରିକ୍ ସ୍କଲାରସିପ୍ ଦିଆଯାଉଛି । ଛାତ୍ରଙ୍କୁ ୭୫୦୦ ଟଙ୍କା ଓ ଛାତ୍ରୀଙ୍କୁ ୮୦୦୦ ବୃତ୍ତି ଦି

ରାଜ୍ୟର ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶକୁ ଗୁରୁତ୍ବ : ବିଜେଡି

ଭୁବନେଶ୍ବର ୧୮।୩: ରାଜ୍ୟରେ ଜନଜାତି ବିକାଶ ନେଇ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ବିଜୁ ଜନତା ଦଳ । ଜନଜାତି ସମ୍ପ୍ରଦାୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ୨୨.୮% ବା ଏକ କୋଟି ଜନଜାତି ସମ୍ପ୍ରଦାୟ ଲୋକ ଅଛନ୍ତି । ଏମାନେ ସଂସ୍କୃତି, ଜ୍ଞାନ, ବନ୍ୟା ଉତ୍ପାଦନ, ଔଷଧ, ଜୀବନ ଶୈଳୀ, ପ୍ରାଚୀନ ସଭ୍ୟତାକୁ ବଞ୍ଚାଇ ରଖିଛନ୍ତି । ୩୧୪ ବ୍ଲକରେ ୬୪ ଜନଜାତି ଅଛନ୍ତି । ୭୪ ଉପଭାଷା ପ୍ରୟୋଗ କରନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁ ସମୟରେ ସେମାନଙ୍କ ଆବଶ୍ୟକତା ପାଇଁ ଚିନ୍ତା କରିଛନ୍ତି । ଜନଜାତିଙ୍କୁ ଅର୍ଥନୈତିକ ସୁରକ୍ଷା, ଶିକ୍ଷା-ସ୍ୱାସ୍ଥ୍ୟ, ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ହୋଇଛି । ଶିକ୍ଷା କ୍ଷେତ୍ରରେ ତିନୋଟି ମେଡିକାଲ କଲେଜ ହୋଇଛି । ବାରିପଦାରେ ରଘୁନାଥ ମୁର୍ମୁ, କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ଓ କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ ହୋଇଛି । 

ଅଧିବାସୀ ଅଂଚଳରେ ୨୫୦୦ ସ୍କୁଲ 5-T ଅଧୀନରେ ରୂପାନ୍ତର ହୋଇଛି । ୩୩୦୦ ସ୍କୁଲର ରୂପାନ୍ତର ପାଇଁ କାମ ଚାଲିଛି । ସୁବିଦ୍ୟା ଦ୍ୱାରା ଆବସିକ ସ୍କୁଲ ପାଇଁ କାମ ହୋଇଛି । ୧୭୩୪ ସୁବିଦ୍ୟା ସ୍କୁଲ ରହିଛି । ୫ ଲକ୍ଷ ୭୦ ହଜାର ପିଲା ହଷ୍ଟେଲରେ ରହି ପାଠ ପଢୁଛନ୍ତି । ୧୫ ଲକ୍ଷ ଛାତ୍ରଛାତ୍ରୀ ପ୍ରି- ମାଟ୍ରିକ୍ ସ୍କଲାରସିପ୍ ଦିଆଯାଉଛି । ଛାତ୍ରଙ୍କୁ ୭୫୦୦ ଟଙ୍କା ଓ ଛାତ୍ରୀଙ୍କୁ ୮୦୦୦ ବୃତ୍ତି ଦିଆଯାଇଛି । ୪ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ପୋଷ୍ଟ ମାଟ୍ରିକ୍ ବୃତ୍ତି ଦିଆଯାଉଛି । ୯୫୦ ଟଙ୍କା ଅତିରିକ୍ତ ବୃତ୍ତି ୧ ଲକ୍ଷ ୬ ହଜାରରୁ ଅଧିକ ଛାତ୍ରୀଙ୍କୁ ପାଠପଢା ପାଇଁ ଦିଆଯାଉଛି । ଆକାଂକ୍ଷା ଦ୍ୱାରା ସହରରେ ହଷ୍ଟେଲ କରାଯାଇଛି ।  ଅନ୍ଵେଷା ଜରିଆରେ ୧୭ ଜିଲ୍ଲାରେ ୨୧,୬୮୨ ପିଲା ବାହାରେ ପାଠ ପଢୁଛନ୍ତି । ମଡେଲ ଆବାସିକ ସ୍କୁଲ ଏକଲବ୍ୟ ଜରିଆରେ ଚାଲିଛି । ୨୧ ଭାଷାର ସଂରକ୍ଷଣ ଓ ବିସ୍ତାର ପାଇଁ କାମ ଚାଲିଛି । ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବାକୁ ବ୍ୟବସ୍ଥା ହୋଇଛି । ଅର୍ଥନୈତିକ ସ୍ୱାଧୀନତା ପାଇଁ ଲାଭ ଯୋଜନା କରାଯାଇଛି । ଏସଏଚଜି ମହିଳାଙ୍କ ଆୟ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଇଛି । ୯୯ ଲକ୍ଷ ଲୋକ ସୁବିଧା ପାଇଛନ୍ତି । 5-T ଅଧୀନରେ ଇ-ପ୍ରୋକ୍ୟୁରମେଣ୍ଟ  କରାଯାଇ ମଧ୍ୟସ୍ଥିଙ୍କ ମନମାନି ରୋକାଯାଇଛି । 

ଆଦିମ ଆଦିବାସୀଙ୍କ ସଂରକ୍ଷଣ ପାଇଁ ୭୧୧ କୋଟି ବ୍ୟୟରେ ୨୭,୩୦୮ ପରିବାରକୁ ସାହାଯ୍ୟ କରାଯାଇଛି । ଆଦିବାସୀ ଯୁବକଙ୍କ ଖେଳ ପାଇଁ ରାଉରକେଲାରେ ବିଶ୍ଵସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କରାଯାଇଛି । ସୁନ୍ଦରଗଡ଼ରେ ୧୭ ଆଷ୍ଟ୍ରୋଟର୍ଫ କରାଯାଇଛି । ପ୍ରାଚୀନ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ବାଦ୍ୟଯନ୍ତ୍ର ତିଆରି କରାଯାଇଛି । ଆଦିବାସୀଙ୍କ ପାଇଁ ୨୨୨ ସାଂସ୍କୃତିକ କ୍ଲବ, ୪୪୦୦ ଶ୍ମଶାନ, ଆଦିବାସୀ ମ୍ୟୁଜିୟମ୍, ଏକାଡେମୀ ନିର୍ମାଣ, ୨୩ ଏସଡିସି ଜରିଆରେ ଉନ୍ନତି, ଜନଜାତି ବିକାଶ ପରିଷଦ ଜରିଆରେ ଚାକିରି ପାଇଁ ଟ୍ରେନିଂ, ୧୦୦ କୋଟି ଖର୍ଚ୍ଚରେ ଭୁବନେଶ୍ୱରରେ ୫ ଏକରର ଆଦିବାସୀ ଭବନ ଦିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି ।

You Can Read :

ବଜ୍ରାଘାତରେ ଜଳିଗଲା ଚାଳଘର, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ