୨୬ତମ ବୀମା ଲୋକପାଳ ଦିବସ ପାଳିତ
ଭୁବନେଶ୍ୱର,୧୨।୧୧: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବୀମା ଲୋକପାଳ ଦିବସ (ଡେ) ସୋମବାର ସର୍ବଭାରତୀୟସ୍ତରରେ ପାଳିତ ହୋଇଯାଇଛି। ଏପରିକି ବୀମା ଲୋକପାଳର ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର(ଓଡ଼ିଶା) ପକ୍ଷରୁ ସୋମବାର ଭୁବନେଶ୍ୱରର ଗୀତଗୋବିନ୍ଦ ସଦନ(ଜୟଦେବ ଭବନ)ଠାରେ ୨୬ତମ ବୀମା ଲୋକପାଳ ସ୍ବତନ୍ତ୍ର ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ପୂର୍ବତନ ପ୍ରଶାସକ ସନ୍ତୋଷ କୁମାର ମହାନ୍ତି, ଦେବରାଜ ପଣ୍ଡା, ଲକ୍ଷ୍ମୀନାରାୟଣ ମଲ୍ଲିକଙ୍କ ସମେତ ବୀମା ଲୋକପାଳ ଓଡ଼ିଶା ମନୋଜ ପରିଡ଼ା, ସମ୍ପାଦକ ଅଜୟ କୁମାର ଦାସ ଏବଂ ବି. […] The post ୨୬ତମ ବୀମା ଲୋକପାଳ ଦିବସ ପାଳିତ appeared first on Dharitri Odia News.
ଭୁବନେଶ୍ୱର,୧୨।୧୧: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବୀମା ଲୋକପାଳ ଦିବସ (ଡେ) ସୋମବାର ସର୍ବଭାରତୀୟସ୍ତରରେ ପାଳିତ ହୋଇଯାଇଛି। ଏପରିକି ବୀମା ଲୋକପାଳର ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର(ଓଡ଼ିଶା) ପକ୍ଷରୁ ସୋମବାର ଭୁବନେଶ୍ୱରର ଗୀତଗୋବିନ୍ଦ ସଦନ(ଜୟଦେବ ଭବନ)ଠାରେ ୨୬ତମ ବୀମା ଲୋକପାଳ ସ୍ବତନ୍ତ୍ର ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ପୂର୍ବତନ ପ୍ରଶାସକ ସନ୍ତୋଷ କୁମାର ମହାନ୍ତି, ଦେବରାଜ ପଣ୍ଡା, ଲକ୍ଷ୍ମୀନାରାୟଣ ମଲ୍ଲିକଙ୍କ ସମେତ ବୀମା ଲୋକପାଳ ଓଡ଼ିଶା ମନୋଜ ପରିଡ଼ା, ସମ୍ପାଦକ ଅଜୟ କୁମାର ଦାସ ଏବଂ ବି. ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୀମା ଲୋକପାଳର ଭୂମିକା ଓ ସଫଳତା ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏପରିକି ବୀମା ଲୋକପାଳଙ୍କ କାର୍ଯ୍ୟକୁ ନେଇ ଲୋକମାନେ ଉପଯୁକ୍ତ ଭାବେ ସଚେତନ ନାହାନ୍ତି। ସବୁବର୍ଗର ଲୋକଙ୍କ ଲାଗି ବୀମା ଲୋକପାଳର କାର୍ଯ୍ୟକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରାଗଲେ ଲୋକେ ଉପକୃତ ହେବାସହ ବୀମା ଲୋକପାଳର ଆଭିମୁଖ୍ୟ ମଧ୍ୟ ପୂରଣ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବୀମା ଲୋକପାଳ ଭୁବନେଶ୍ୱରର ସମ୍ପାଦକ ଅଜୟ କୁମାର ଦାସ ସ୍ବାଗତ ଅଭିଭାଷଣ ସହ ବୀମା ଲୋକପାଳର ସଫଳତା ଓ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ସେହିଭଳି ବୀମା କମ୍ପାନୀର ପ୍ରତିନିଧି ଓ ଅଭିଯୋଗକାରିଣୀମାନେ ସେମାନଙ୍କ ମତ ଓ ବୀମା ଲୋକପାଳର କାର୍ଯ୍ୟକାରିତା ବିଷୟରେ ଆଲୋକପାତ କରିଥିଲେ। ପରିଶେଷରେ ବି. ପଣ୍ଡା ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ।
The post ୨୬ତମ ବୀମା ଲୋକପାଳ ଦିବସ ପାଳିତ appeared first on Dharitri Odia News.