ସିରିଜ ବିସ୍ଫୋରଣରେ ଥରିଲା ଲେବାନନ; ପେଜର ବ୍ଲାଷ୍ଟ ଯୋଗୁଁ ହଜାରେରୁ ଅଧିକ ଆହତ, ଅନେକ ଗୁରୁତର
କନକ ବ୍ୟୁରୋ : ଲେବାନନରେ ବଡ଼ ଧରଣର ସିରିଜ ବିସ୍ଫୋରଣ । ବିସ୍ଫୋରଣରେ ହଜାରେରୁ ଅଧିକ ଲୋକ ଆହତ ସୂଚନା । ଯୋଗାଯୋଗ ପାଇଁ ବ୍ୟବହାର ହେଉଥିବା ଇଲେକ୍ଟ୍ରୋନିକ୍ ଗେଜେଟ୍ ପେଜରରେ ହୋଇଛି ଏହି ବିସ୍ଫୋରଣ । ଏହି ବିସ୍ଫୋରଣରେ ହିଜବୁଲ୍ଲାର ଅନେକ ସ୍ୱାସ୍ଥ୍ୟକର୍ମୀ ସାମିଲ ଥିବା ସୂଚନା ମିଳିଛି । ଏହି ଭୟାବହ ଦୁର୍ଘଟଣାରେ ଇରାନର ରାଷ୍ଟ୍ରଦୂତ ମୋଜିତବା ଅମାନୀ ମଧ୍ୟ ଆହତ ହୋଇଛନ୍ତି । ଏହି ସିରିଜ୍ ବିସ୍ଫୋରଣ ଦକ୍ଷିଣ ଲେବାନନ ଓ ରାଜଧାନୀ ବେରୁତ ସମେତ ଅନେକ ସ୍ଥାନରେ ହୋଇଛି । ଯାହା ହିଜବୁଲ୍ଲା ଇତିହାସର ସବୁଠାରୁ ବଡ଼ ଗୁଇନ୍ଦା ତ୍ରୁଟି ବୋଲି କୁହାଯାଉଛି । ସ୍ଥାନୀୟ ସମୟ ଅପରାହ୍ଣ ୩ଟା ୪୫ରେ ଏହି ବିସ୍ପୋରଣ ହୋଇଛି । କୁହାଯାଉଛି, ଗୋଟିଏ ପରେ ଗୋଟିଏ ସହରରେ ଏହି ବିସ୍ପୋରଣ ହୋଇଛି ଏବଂ ଏକ ଘଣ୍ଟା ଭିତରେ ସହରରେ ଦଳଚକଟା ଭଳି ସ୍ଥିତି ଉପୁଜିଥିଲା ।

କନକ ବ୍ୟୁରୋ : ଲେବାନନରେ ବଡ଼ ଧରଣର ସିରିଜ ବିସ୍ଫୋରଣ । ବିସ୍ଫୋରଣରେ ହଜାରେରୁ ଅଧିକ ଲୋକ ଆହତ ସୂଚନା । ଯୋଗାଯୋଗ ପାଇଁ ବ୍ୟବହାର ହେଉଥିବା ଇଲେକ୍ଟ୍ରୋନିକ୍ ଗେଜେଟ୍ ପେଜରରେ ହୋଇଛି ଏହି ବିସ୍ଫୋରଣ । ଏହି ବିସ୍ଫୋରଣରେ ହିଜବୁଲ୍ଲାର ଅନେକ ସ୍ୱାସ୍ଥ୍ୟକର୍ମୀ ସାମିଲ ଥିବା ସୂଚନା ମିଳିଛି ।
ଏହି ଭୟାବହ ଦୁର୍ଘଟଣାରେ ଇରାନର ରାଷ୍ଟ୍ରଦୂତ ମୋଜିତବା ଅମାନୀ ମଧ୍ୟ ଆହତ ହୋଇଛନ୍ତି । ଏହି ସିରିଜ୍ ବିସ୍ଫୋରଣ ଦକ୍ଷିଣ ଲେବାନନ ଓ ରାଜଧାନୀ ବେରୁତ ସମେତ ଅନେକ ସ୍ଥାନରେ ହୋଇଛି । ଯାହା ହିଜବୁଲ୍ଲା ଇତିହାସର ସବୁଠାରୁ ବଡ଼ ଗୁଇନ୍ଦା ତ୍ରୁଟି ବୋଲି କୁହାଯାଉଛି ।
ସ୍ଥାନୀୟ ସମୟ ଅପରାହ୍ଣ ୩ଟା ୪୫ରେ ଏହି ବିସ୍ପୋରଣ ହୋଇଛି । କୁହାଯାଉଛି, ଗୋଟିଏ ପରେ ଗୋଟିଏ ସହରରେ ଏହି ବିସ୍ପୋରଣ ହୋଇଛି ଏବଂ ଏକ ଘଣ୍ଟା ଭିତରେ ସହରରେ ଦଳଚକଟା ଭଳି ସ୍ଥିତି ଉପୁଜିଥିଲା ।