ସିରିଜ୍ ଦୁର୍ଘଟଣାରେ ଏକାଧିକ ଆହତ, କାର୍ ଡ୍ରାଇଭରକୁ ନିସ୍ତୁକ ପିଟିଲେ ଲୋକେ
ଭୁବନେଶ୍ବର: ଜାଭିୟର ଛକ ନିକଟରେ ସିରିଜ ଦୁର୍ଘଟଣା। ପଛକୁ ପଛ ପିଟି ହେଲା ୪ଟି ଗାଡ଼ି। ଏଥିରେ ଏକାଧିକ ଲୋକେ ଆହତ ହୋଇଥିବାବେଳେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଦୁର୍ଘଟଣା କାରଣରୁ ରାସ୍ତା ଜାମ୍ ହୋଇଥିବାବେଳେ ଗାଡ଼ି ଚଳାଚଳ ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଜାଭିୟର ଛକ ନିକଟରେ କାର୍, ଟାଟା ମ୍ୟାଜିକ୍, ଅଟୋ ଓ ଡାଲା ଅଟୋ ମଧ୍ୟରେ ଦୁର୍ଘଟଣା ହୋଇଛି। ହେଲେ କାର୍ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ଆଣି କାର୍ ଡ୍ରାଇଭରଙ୍କୁ ନିସ୍ତୁକ ପିଟିଛନ୍ତି ଉତ୍ତ୍ୟକ୍ତ ଲୋକେ।ସେପଟେ ଦୁର୍ଘଟଣା କାରଣରୁ ସ୍ଥାନୀୟ ଅଞ୍ଚଳରେ ରାସ୍ତା ଜାମ୍ ହୋଇଥିବାବେଳେ, ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବର ପାଇ ଘଟଣାସ୍ଥଳରେ ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ଲୋକଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛି ପୋଲିସ।
ଭୁବନେଶ୍ବର: ଜାଭିୟର ଛକ ନିକଟରେ ସିରିଜ ଦୁର୍ଘଟଣା। ପଛକୁ ପଛ ପିଟି ହେଲା ୪ଟି ଗାଡ଼ି। ଏଥିରେ ଏକାଧିକ ଲୋକେ ଆହତ ହୋଇଥିବାବେଳେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଦୁର୍ଘଟଣା କାରଣରୁ ରାସ୍ତା ଜାମ୍ ହୋଇଥିବାବେଳେ ଗାଡ଼ି ଚଳାଚଳ ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି।
ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଜାଭିୟର ଛକ ନିକଟରେ କାର୍, ଟାଟା ମ୍ୟାଜିକ୍, ଅଟୋ ଓ ଡାଲା ଅଟୋ ମଧ୍ୟରେ ଦୁର୍ଘଟଣା ହୋଇଛି। ହେଲେ କାର୍ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ଆଣି କାର୍ ଡ୍ରାଇଭରଙ୍କୁ ନିସ୍ତୁକ ପିଟିଛନ୍ତି ଉତ୍ତ୍ୟକ୍ତ ଲୋକେ।
ସେପଟେ ଦୁର୍ଘଟଣା କାରଣରୁ ସ୍ଥାନୀୟ ଅଞ୍ଚଳରେ ରାସ୍ତା ଜାମ୍ ହୋଇଥିବାବେଳେ, ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବର ପାଇ ଘଟଣାସ୍ଥଳରେ ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ଲୋକଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛି ପୋଲିସ।