ସିରିଜ୍‌ ମଝିରେ ଅଚାନକ ଘରକୁ ପଳାଇଲେ ଏହି କ୍ରିକେଟର୍‌

ରାଞ୍ଚି,୨୩।୨: ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତିନୋଟି ମ୍ୟାଚ ପରେ ୨-୧ରେ ପଛରେ ପଡିଥିବା ଇଂରାଜୀ ଦଳକୁ ଏକ ବଡ଼ ଝଟକା ଦେଇଛି। ଦଳର ଯୁବ ସ୍ପିନ ଅଲରାଉଣ୍ଡର ରେହାନ ଅହମ୍ମଦଙ୍କୁ ହଠାତ୍‌ ଘରକୁ ଫେରିବାକୁ ପଡିଛି। ଏବେ ତାଙ୍କୁ ଶେଷ ଟେଷ୍ଟ ମ୍ୟାଚରେ ମଧ୍ୟ ଦେଖିବାକୁ ମିଳିବ ନାହିଁ। ବ୍ୟକ୍ତିଗତ କାରଣରୁ ରେହାନ ଅହମ୍ମଦଙ୍କୁ ବ୍ରିଟେନକୁ ଫେରିବାକୁ ପଡିଛି। ପାରିବାରିକ କାରଣରୁ ତାଙ୍କୁ ଟେଷ୍ଟ ସିରିଜ ମଧ୍ୟଭାଗରେ ଛାଡିବାକୁ ପଡିଲା। ତେବେ ରାଞ୍ଚିରୁ ଆରମ୍ଭ […] The post ସିରିଜ୍‌ ମଝିରେ ଅଚାନକ ଘରକୁ ପଳାଇଲେ ଏହି କ୍ରିକେଟର୍‌ appeared first on Dharitri Odia News.

ସିରିଜ୍‌ ମଝିରେ ଅଚାନକ ଘରକୁ ପଳାଇଲେ ଏହି କ୍ରିକେଟର୍‌

ରାଞ୍ଚି,୨୩।୨: ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତିନୋଟି ମ୍ୟାଚ ପରେ ୨-୧ରେ ପଛରେ ପଡିଥିବା ଇଂରାଜୀ ଦଳକୁ ଏକ ବଡ଼ ଝଟକା ଦେଇଛି। ଦଳର ଯୁବ ସ୍ପିନ ଅଲରାଉଣ୍ଡର ରେହାନ ଅହମ୍ମଦଙ୍କୁ ହଠାତ୍‌ ଘରକୁ ଫେରିବାକୁ ପଡିଛି। ଏବେ ତାଙ୍କୁ ଶେଷ ଟେଷ୍ଟ ମ୍ୟାଚରେ ମଧ୍ୟ ଦେଖିବାକୁ ମିଳିବ ନାହିଁ।
ବ୍ୟକ୍ତିଗତ କାରଣରୁ ରେହାନ ଅହମ୍ମଦଙ୍କୁ ବ୍ରିଟେନକୁ ଫେରିବାକୁ ପଡିଛି। ପାରିବାରିକ କାରଣରୁ ତାଙ୍କୁ ଟେଷ୍ଟ ସିରିଜ ମଧ୍ୟଭାଗରେ ଛାଡିବାକୁ ପଡିଲା। ତେବେ ରାଞ୍ଚିରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ ପାଇଁ ରେହାନ ଅହମ୍ମଦ ଇଂଲଣ୍ଡର ପ୍ଲେଇଙ୍ଗ୍‌-୧୧ ପୂର୍ବରୁ ବାଦ୍‌ ଥିଲେ। ଏଥିରେ ମାର୍କ ଉଡ୍‌ ଏବଂ ରେହାନ ଅହମ୍ମଦଙ୍କ ସ୍ଥାନରେ ଶୋଏବ ବଶୀର ଏବଂ ଓଲି ରବିନସନଙ୍କୁ ସୁଯୋଗ ଦିଆଯାଇଥିଲା।
ରେହାନ ଅହମ୍ମଦଙ୍କୁ ମାତ୍ର ୧୯ ବର୍ଷ ବୟସ। ଅଦ୍ୟାବଧି ସେ ଇଂଲଣ୍ଡ ପାଇଁ ୪ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି, ସେଥିମଧ୍ୟରୁ ସେ ବର୍ତ୍ତମାନର ସିରିଜରେ ୩ଟି ମ୍ୟାଚ ଖେଳିଛନ୍ତି। ଏହି ୪ଟି ମ୍ୟାଚର ୮ଟି ଇନିଂସରେ ରେହାନ ମୋଟ ୧୮ ଉଇକେଟ ନେଇଥିଲେ। ଏହି ଅବଧିରେ ତାଙ୍କର ବୋଲିଂ ହାରାହାରି ୩୪.୫୦ ଥିଲା।

The post ସିରିଜ୍‌ ମଝିରେ ଅଚାନକ ଘରକୁ ପଳାଇଲେ ଏହି କ୍ରିକେଟର୍‌ appeared first on Dharitri Odia News.