ସିଲଭର୍ ସିଟିରେ ସୈତାନୀ କାଣ୍ଡ
ଶେଷରେ ପୀଡ଼ିତାଙ୍କ ଏତଲା ପରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବାବେଳେ ନାବାଳକ କାଫେ ମାଲିକକୁ ଧରି ପଚରାଉଚରା କରୁଛି।
ସିଲଭର୍ ସିଟିରେ ସୈତାନୀ କାଣ୍ଡ। ପ୍ରେମ ନାଁରେ ଧୋକେବାଜ୍ ପ୍ରେମିକର ବଦମାସୀ ଯୋଗୁ ଜଣେ ଯୁବତୀଙ୍କ କେବଳ ଯେ, ଇଜ୍ଜତ ମହତ୍ ଯାଇଛି ତା’ନୁହଁ। ବରଂ ବାଜିରେ ଲାଗିଛି ତାଙ୍କ ଭବିଷ୍ୟତ। ପ୍ରେମର ଫାଇଦା ନେଇ ଯେଉଁ ଯୁବତୀଙ୍କୁ ଜନ୍ମଦିନ ପାଳିବାକୁ ଏକ ସାଇବର କାଫେକୁ ଡାକିଥିଲା ଏହି ସୈତାନ ପ୍ରେମିକ, ସେହି ଜନ୍ମଦିନରେ ଆପତ୍ତିଜନକ ଭିଡ଼ିଓ ରେକର୍ଡିଂ ସହ ବ୍ଲାକମେଲିଂ କରି ସାଙ୍ଗଙ୍କ ସହ କରିଚାଲିଥିଲା ଗଣଦୁଷ୍କର୍ମ। ଶେଷରେ ପୀଡ଼ିତାଙ୍କ ଏତଲା ପରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବାବେଳେ ନାବାଳକ କାଫେ ମାଲିକକୁ ଧରି ପଚରାଉଚରା କରୁଛି।