ବବିଙ୍କ ରଣହୁଙ୍କାର ପରେ ମୁହଁ ଖୋଲିଲେ ସୁଜାତା, କହିଲେ ମୋର ଇସ୍ତଫା…
ଭୁବନେଶ୍ୱର,୩ା୧୦: ବୁଧବାର ବିଜେଡି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ରଣହୁଙ୍କାର ପରେ ଗୁରୁବାର ସୁଜାତା ସାହୁ ଏକ ବଡ଼ ବୟାନ ଦେଇଛନ୍ତି। ତାଙ୍କ ବୟାନ ଶୁଣି ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇଉଠିଛି। ସୁଜାତା କହିଛନ୍ତି, ମୋର ଇସ୍ତଫା ଦେବାର ନାହିଁ କି ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢ଼ିବାର ନାହିଁ। ଯାହାଙ୍କ ପାଇଁ ମୁଁ ଏଯାଏ ଆସିଛି, ସେମାନେ ଏହି କଥା କହିନାହାନ୍ତି। ଯାହା ସବୁ ପ୍ରଚାର ଚାଲିଛି , […] The post ବବିଙ୍କ ରଣହୁଙ୍କାର ପରେ ମୁହଁ ଖୋଲିଲେ ସୁଜାତା, କହିଲେ ମୋର ଇସ୍ତଫା… appeared first on Dharitri Odia News.
ଭୁବନେଶ୍ୱର,୩ା୧୦: ବୁଧବାର ବିଜେଡି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ରଣହୁଙ୍କାର ପରେ ଗୁରୁବାର ସୁଜାତା ସାହୁ ଏକ ବଡ଼ ବୟାନ ଦେଇଛନ୍ତି। ତାଙ୍କ ବୟାନ ଶୁଣି ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇଉଠିଛି। ସୁଜାତା କହିଛନ୍ତି, ମୋର ଇସ୍ତଫା ଦେବାର ନାହିଁ କି ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢ଼ିବାର ନାହିଁ। ଯାହାଙ୍କ ପାଇଁ ମୁଁ ଏଯାଏ ଆସିଛି, ସେମାନେ ଏହି କଥା କହିନାହାନ୍ତି। ଯାହା ସବୁ ପ୍ରଚାର ଚାଲିଛି , ସେଥିରେ କୌଣସି ସତ୍ୟତା ନାହିଁ। ମୁଁ ଇସ୍ତଫା ଦେବି କହିନି କି ମୋ ନେତା ଉପନିର୍ବାଚନ ଲଢ଼ିବେ କହିନାହାନ୍ତି। ସେ ଯାଜପୁର ପାଇଁ ଲଢ଼ିବେ କହିଛନ୍ତି, କିନ୍ତୁ ଉପନିର୍ବାଚନ ନୁହେଁ।
ବୁଧବାର ବବି କହିଥିଲେ, ମୁଁ ପୁଣି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ। ସେ ଏପରି କହି ଯାଜପୁର ରାଜନୀତିକୁ ସରଗରମ କରିଦେଇଥିଲେ। ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଅବସରରେ ବବି ଏହି କଥା କହିଥିଲେ। ତେବେ ବବିଙ୍କ ଏହି ଦମ୍ଭୋକ୍ତି ପରେ ପୂରା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।
ଶତାଧିକ କର୍ମୀଙ୍କ ଉପସ୍ଥିତିରେ ବବି କହିଥିଲେ, ମୋ’ ଦେହରେ ଶତସିଂହର ବଳ ଆସିଛି। ମାଆ ବିରଜାଙ୍କ ଆଶୀର୍ବାଦରୁ ମୁଁ ପୁଣିଥରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ। ନବୀନ ପଟ୍ଟନାୟକଙ୍କ ପରାମର୍ଶରେ ସମ୍ବଲପୁରରୁ ନିର୍ବାଚନ ଲଢିଥିଲି। ଯାଜପୁର ବିଧାୟିକା ପ୍ରାର୍ଥୀଙ୍କ ପାଇଁ ଦିନେ ବି ସମୟ ଦେଇପାରି ନ ଥିଲି। ତଥାପି ଯାଜପୁରବାସୀ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିଛନ୍ତି। ମୁଁ ସେହି ଅଶୋକ ଦାସଙ୍କ ପୁଅ ଓ ବିଜୁ ବାବୁଙ୍କ ଦାୟାଦ। ଅଶୋକ ଦାସଙ୍କ ପୁଅ ଭାବେ କେବେ ବି ଜେଲ ଯିବାକୁ ଭୟ କରିନାହିଁ। ମୋତେ କେହି ବି ନବୀନ ପଟ୍ଟନାୟକଙ୍କଠାରୁ ଅଲଗା କରିପାରିବେ ନାହିଁ।
ସୂଚନାଥାଉ କି, ବବିଙ୍କ ଏହି ମନ୍ତବ୍ୟ ପରେ ଯାଜପୁର ରାଜନୀତିରେ କମ୍ପନ ଦେଖିବାକୁ ମିଳୁଛି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପୂର୍ବରୁ ଯାଜପୁର ବିଧାନସଭା ନିର୍ବାଚନରେ ଉପନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଥିଲା। ଯାହାକୁ ପୁଣି ଖୋରାକ ଯୋଗାଇଛି ବବିଙ୍କ ଏହି ମନ୍ତବ୍ୟ। ଆଲୋଚନା ହେଉଛି ଯେ, ଯାଜପୁର ବିଧାନସଭାର ବିଧାୟିକା ସୁଜାତା ସାହୁ ଇସ୍ତଫା ଦେଲେ ସେହି ଆସନରୁ ବବି ପୁଣିଥରେ ନିର୍ବାଚନ ଲଢିପାରନ୍ତି। ଯାଜପୁରରେ ହେଉଥିବା ଏହି ସଭାରେ ବବି ସୁଜାତାଙ୍କ ଆଗରେ ଏପରି ଘୋଷଣା କରିବା ରାଜନୈତିକ ପାଣିପାଗକୁ ପୁଣି ଉଷ୍ମ କରି ଦେଇଛି। ଯାଜପୁର ବବିଙ୍କ ଗଡ ଭାବେ ପରିଚିତ। ତେବେ ବବିଙ୍କୁ ପୁଣି ଯାଜପୁରର ମଙ୍ଗ ଧରାଇବାକୁ ବିଜେଡି ସୁପ୍ରିମୋ ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ଆଲୋଚନା ହେଉଛି। ଏହାପୂର୍ବରୁ ବିଜେଡିର ବହୁ ବରିଷ୍ଠ ନେତା ଏପରି କି ରାଜ୍ୟ ସଭା ଏମପି ମଧ୍ୟ ଓଡ଼ିଶାରେ ଉପନିର୍ବାଚନ ହୋଇପାରେ ବୋଲି କହି ସାରିଛନ୍ତି। ତେବେ ବବିଙ୍କ ଖୋଲା ମଞ୍ଚରେ ଏହି ଦୃଢୋକ୍ତି ପରେ ଉପନିର୍ବାଚନ ଚର୍ଚ୍ଚା ପୁଣି ଜୋର ଧରିଛି। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯଦି ସୁଜାତାଙ୍କୁ ଯାଜପୁରରୁ ଇସ୍ତଫା ଦେବାକୁ କହି ବବିଙ୍କୁ ଟିକେଟ୍ ଦିଅନ୍ତି ତେବେ ସୁଜାତା ମଧ୍ୟ ଏନେଇ ଅସନ୍ତୁଷ୍ଟ ହୋଇପାରନ୍ତି। କାରଣ ଚଳିତ ନିର୍ବାଚନରେ ଯାଜପୁରରେ ବିଜେଡିର ଗଡ଼ ଏକ ପ୍ରକାର ଧ୍ୱସଂବିଧ୍ୱସ୍ତ ହୋଇଯାଇଥିବାବେଳେ ସେ ନିଜର ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଥିଲେ।
The post ବବିଙ୍କ ରଣହୁଙ୍କାର ପରେ ମୁହଁ ଖୋଲିଲେ ସୁଜାତା, କହିଲେ ମୋର ଇସ୍ତଫା… appeared first on Dharitri Odia News.