ସିସିଟିଭିରେ କଏଦ ହେଲା ବାଇକ ଚୋରି ଦୃଶ୍ୟ
ସମ୍ବଲପୁର: ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବୁଧବାର ଦିନ ଏକ ବାଇକ ଚୋରି ହୋଇଯାଇଛି। ଏହି ବାଇକ ଚୋରିର ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିବା ବେଳେ ଏହା ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଜଣେ ବ୍ୟକ୍ତି ବାଇକରେ ଆସି ଡାକ୍ତରଖାନା ପରିସରରେ ବାଇକ ପାର୍କିଂ କରି ତାଲା ଦେଇ କାମରେ ଯାଇଥିଲେ। କାମ ସାରି ଫେରିବା ପରେ ବାଇକଟି ପାର୍କିଂ କରାଯାଇଥିବା ସ୍ଥାନରେ ନ ଥିବାର ଦେଖି ଖୋଜାଖୋଜି କରିଥିଲେ। […]

ସମ୍ବଲପୁର: ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବୁଧବାର ଦିନ ଏକ ବାଇକ ଚୋରି ହୋଇଯାଇଛି। ଏହି ବାଇକ ଚୋରିର ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିବା ବେଳେ ଏହା ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଜଣେ ବ୍ୟକ୍ତି ବାଇକରେ ଆସି ଡାକ୍ତରଖାନା ପରିସରରେ ବାଇକ ପାର୍କିଂ କରି ତାଲା ଦେଇ କାମରେ ଯାଇଥିଲେ। କାମ ସାରି ଫେରିବା ପରେ ବାଇକଟି ପାର୍କିଂ କରାଯାଇଥିବା ସ୍ଥାନରେ ନ ଥିବାର ଦେଖି ଖୋଜାଖୋଜି କରିଥିଲେ। ଏହା ପରେ ଡାକ୍ତରଖାନା ପରିସରରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିବାରୁ ବାଇକ ଚୋରିର ଦୃଶ୍ୟ କଏଦ ହୋଇଥିବା ଦେଖାଯାଇଥିଲା। ଏଣୁ ଟାଉନ ଥାନାରେ ଅଭିଯୋଗ କରାଯିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।