ସିସୋଡିଆଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ କେଜ୍ରିୱାଲ
ନୂଆଦିଲ୍ଲୀ,୫।୧: ମନୀଷ ସିସୋଡିଆଙ୍କ ଜନ୍ମଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ୍ସରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। କେଜ୍ରିୱାଲ ଲେଖିଛନ୍ତି, ଏହି ବନ୍ଧୁତା ବହୁତ ପୁରୁଣା। ଆମର ସ୍ନେହ ଏବଂ ବିଶ୍ୱାସ ବହୁତ ଶକ୍ତିଶାଳୀ। ଜନସାଧାରଣଙ୍କ ପାଇଁ କାମ କରିବାର ଏହି ଉତ୍ସାହ ମଧ୍ୟ ବହୁତ ପୁରୁଣା।ଷଡଯନ୍ତ୍ରକାରୀମାନେ ଯେତେ ଚେଷ୍ଟା କଲେ ମଧ୍ୟ … ଏହି ବିଶ୍ୱାସ, ଏହି ସ୍ନେହ ଏବଂ ଏହି ବନ୍ଧୁତା କେବେବି ଭାଙ୍ଗିପାରିବେ ନାହିଁ। ତାଙ୍କ ବନ୍ଧୁ ମନୀଷ ସିସୋଡିଆଙ୍କ ସହ ଏକ […] The post ସିସୋଡିଆଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ କେଜ୍ରିୱାଲ appeared first on Dharitri Odia News.
ନୂଆଦିଲ୍ଲୀ,୫।୧: ମନୀଷ ସିସୋଡିଆଙ୍କ ଜନ୍ମଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ୍ସରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। କେଜ୍ରିୱାଲ ଲେଖିଛନ୍ତି, ଏହି ବନ୍ଧୁତା ବହୁତ ପୁରୁଣା। ଆମର ସ୍ନେହ ଏବଂ ବିଶ୍ୱାସ ବହୁତ ଶକ୍ତିଶାଳୀ। ଜନସାଧାରଣଙ୍କ ପାଇଁ କାମ କରିବାର ଏହି ଉତ୍ସାହ ମଧ୍ୟ ବହୁତ ପୁରୁଣା।ଷଡଯନ୍ତ୍ରକାରୀମାନେ ଯେତେ ଚେଷ୍ଟା କଲେ ମଧ୍ୟ … ଏହି ବିଶ୍ୱାସ, ଏହି ସ୍ନେହ ଏବଂ ଏହି ବନ୍ଧୁତା କେବେବି ଭାଙ୍ଗିପାରିବେ ନାହିଁ।
ତାଙ୍କ ବନ୍ଧୁ ମନୀଷ ସିସୋଡିଆଙ୍କ ସହ ଏକ ପୁରୁଣା ଫଟୋ ଶେୟାର କରି ଅରବିନ୍ଦ କେଜ୍ରିୱାଲ ଆହୁରି ଲେଖିଛନ୍ତି, ମିଥ୍ୟା ମାମଲା ଦାଖଲ କରି ଭାଜପା ଗତ ୧୧ ମାସ ଧରି ଜେଲରେ ରଖିଆସିଛି କିନ୍ତୁ ମନୀଷ ସେମାନଙ୍କ ଅତ୍ୟାଚାରର ସମ୍ମୁଖୀନ ହୋଇଛନ୍ତି। ଆମେ ସେମାନଙ୍କର ଏକଛତ୍ରବାଦୀ ଶାସନ ଆଗରେ ନତମସ୍ତକ ହୋଇ ନାହୁଁ କି ଭବିଷ୍ୟତରେ ଆମେ କେବେ ମୁଣ୍ଡ ନୁଆଁଇବୁ ନାହିଁ। ଏକଛତ୍ରବାଦୀ ଶାସନର ଏହି ଯୁଗରେ, ମନୀଷଙ୍କ ସାହସ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଏ। ଜନ୍ମଦିନର ଶୁଭେଚ୍ଛା ମନୀଷ।
ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଡିଆ ଗିରଫ ହୋଇ ଜେଲ୍ରେ ଅଛନ୍ତି।
ये दोस्ती बहुत पुरानी है। हमारा स्नेह और भरोसा बहुत मज़बूत है। जनता के लिए काम करने का ये जुनून भी बहुत पुराना है। साज़िश रचने वाले लाख कोशिश कर लें.. ये भरोसा, ये स्नेह और ये दोस्ती कभी नहीं टूटेगी।
बीजेपी ने झूठे केस लगाकर मनीष को पिछले 11 महीने से जेल में रखा हुआ है। लेकिन… pic.twitter.com/4ICoifHQ4v
— Arvind Kejriwal (@ArvindKejriwal) January 5, 2024
The post ସିସୋଡିଆଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ କେଜ୍ରିୱାଲ appeared first on Dharitri Odia News.