ସିୱାଇଏସଡି ପରିସରରୁ ବିରାଟ ରଣା ସାପ ଉଦ୍ଧାର
ପାଟଣା : ପାଟଣା ବନ ବିଭାଗ ଦ୍ଵାରା ବିରାଟ ରଣା ସାପ ଉଦ୍ଧାର ହୋଇଛି । ଏହି ସାପଟି ସାହାରପଡା ବ୍ଲକ ଅନ୍ତର୍ଗତ କପୁଣ୍ଡି ଗ୍ରାମ ପଞ୍ଚାୟତ ସିୱାଇଏସଡି କାର୍ଯ୍ୟାଳୟ ପରିସରରେ ଗତକାଲି ରାତି ପ୍ରାୟ ସାଢ଼େ ୧୦ ମଧ୍ୟରେ ଦେଖିବାକୁ ମିଳିଥିଲା । ଏହାପରେ କାର୍ଯ୍ୟାଳୟ କତୃପକ୍ଷ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ବନାଞ୍ଚଳ ଅଧିକାରୀ ବନ ବିହାରୀ ସର୍ଦ୍ଦାରଙ୍କ ନିର୍ଦ୍ଦେଶ କ୍ରମେ ବନ କର୍ମଚାରୀ ଅଟଳ ବିହାରୀ ସେଠୀ, ଏମ.ଡି […]

ପାଟଣା : ପାଟଣା ବନ ବିଭାଗ ଦ୍ଵାରା ବିରାଟ ରଣା ସାପ ଉଦ୍ଧାର ହୋଇଛି । ଏହି ସାପଟି ସାହାରପଡା ବ୍ଲକ ଅନ୍ତର୍ଗତ କପୁଣ୍ଡି ଗ୍ରାମ ପଞ୍ଚାୟତ ସିୱାଇଏସଡି କାର୍ଯ୍ୟାଳୟ ପରିସରରେ ଗତକାଲି ରାତି ପ୍ରାୟ ସାଢ଼େ ୧୦ ମଧ୍ୟରେ ଦେଖିବାକୁ ମିଳିଥିଲା । ଏହାପରେ କାର୍ଯ୍ୟାଳୟ କତୃପକ୍ଷ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ବନାଞ୍ଚଳ ଅଧିକାରୀ ବନ ବିହାରୀ ସର୍ଦ୍ଦାରଙ୍କ ନିର୍ଦ୍ଦେଶ କ୍ରମେ ବନ କର୍ମଚାରୀ ଅଟଳ ବିହାରୀ ସେଠୀ, ଏମ.ଡି ୱାସିମ, ଭାସ୍କର ନାୟକ ଘଟଣା ସ୍ଥଳକୁ ଯାଇ ସାପଟିକୁ ଉଦ୍ଧାର କରିବା ସହ ଗାଡିରେ ନେଇ ପାଟଣା ବ୍ଲକ ଅଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ପାଟଣା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।